Anil Boity

Inspirational

4.0  

Anil Boity

Inspirational

ଭତ୍ତା

ଭତ୍ତା

1 min
30


ଆରେ ମୋ ଔଷଧ ଆଣିକି ଦିଅ । କହୁ କହୁ କାଶି ପକାଉଥାନ୍ତି ଗଙ୍ଗାଧର ବାବୁ । ମୀରା ଦେବୀ ସେପଟୁ ବଡ ପାଟିକରି ପାଣି ଗ୍ଲାସ ଧରିକି ଆସିକହିଲେ ନିଅ ପାଣି ପିଇ ଦିଅ ଟିକେ ଭଲ ଲାଗିବ । ପାଣି ପିଲେ ଭଲ ତ ଲାଗିବ ହେଲେ ମୋ ଔଷଧ ଆଣିଛ ନା ନାହିଁ । ନା ଆଣିନି।

କଣ ହେଲା ଆଣିନ ?

କଣ କରିବି ମୋ ପାଖରେ ପଇସା ନଥିଲା ।ଆରେ ମୋ ଭତ୍ତା ଟଙ୍କା କଣ ହେଲା କି ? ପୁଅ ବୋହୂ ଆସିଥିଲେ ତାଙ୍କ ସହିତ ନାତି ଟୋକାଟା ବି ଆସିଥିଲା । ଖେଳନା ପାଇଁ ଜିଦି କରିବାରୁ ତା ପାଇଁ ଖେଳନା କିଣି ଦେଲି ।ଏଇଥର ଭତ୍ତା ଟଙ୍କାରେ ତୁମ ଔଷଧ ଆଣିଦେଵି । ଆଉ ପୁଅ ବୋହୂ ଆମ ପାଇଁ କଣ ଆଣିଥିଲେ । ମୀରାଦେବୀ କିଛି ସମୟ ଚୁପ ରହି କହିଲେ ପୁଅ କହିଯାଇଛି ଏଥର ଭାଗ ବଣ୍ଟା କରିଦେଲେ ଭଲ ହୁଅନ୍ତା ।ବାପାଙ୍କର ଯଉ ଅବସ୍ଥା କେତେବେଳେ କୋଉ କଥା । ଏତକ କହି ମୀରା ଦେବୀ ଭିତରକୁ ଚାଲିଗଲେ । ଗଙ୍ଗାଧର ବାବୁଙ୍କର ବି କାଶ ବନ୍ଦ ହେଇଯାଇଥିଲା।



Rate this content
Log in

Similar oriya story from Inspirational