SACHALA GURU

Tragedy

3.5  

SACHALA GURU

Tragedy

ଅଲିଭା ଦାଗ ଅଲିଭା ଦାଗ

ଅଲିଭା ଦାଗ ଅଲିଭା ଦାଗ

1 min
81


     ଯେଉଁ ଦାଗ କେବେ ଲିଭାଇ ହୁଏନାହିଁ ତାହାକୁ "ଅଲିଭା ଦାଗ " କହି ଥାଉ । ସମାଜରେ ଯେହେତୁ ଜାତି ଧର୍ମ,ବର୍ଣ୍ଣ ମିଶି ବାସ କରୁ ଅଛୁ, ଜୀବନରେ କିଛି କଷ୍ଟକର ଘଟଣା ଘଟିଥାଏ । ଯଦି କୌଣସି କାରଣରୁ ଜଣକ ମନରେ ଆଘାତ କରାଯାଇଛି, ତେବେ ତାହା ହୃଦୟରେ ଅଲିଭା ଦାଗ ହୋଇ ରହି ଥାଏ । ତାହାକୁ ଲିଭାଇବା କଷ୍ଟ କଷ୍ଟକର ହୋଇ ଥାଏ । ସେହିପରି ଆମ୍ଭେ ବନ କୁ ଯାଇ ଗଛର ଛାଲି କାଟି କରି ଆଣି ଥାଉ । ତାହା କିଛି ଦିନ ପରେ ପରିପୂର୍ଣ ହୋଇ ଥାଏ । କିନ୍ତୁ ହୃଦୟରେ ଯେଉଁ ଦାଗ ଲାଗି ଥାଏ, ତାହାକୁ ଲିଭାଇ ବା କଷ୍ଟ ସାଧ୍ୟ ହୋଇ ଥାଏ ।


ସେହିପରି ଏକ ଗ୍ରାମ ରେ ଭକ୍ତ ହରି ଜେନା ବୋଲି ଜଣେ ବ୍ୟକ୍ତି ବାସ କରୁଥିଲେ । ସେ ଗ୍ରାମରେ ନାମ ଥିଲା ହରିପୁରା । ତାଙ୍କ ସ୍ତ୍ରୀଙ୍କ ନାମ ଥିଲା ଶାନ୍ତି ଲତା ଜେନା । ଏହିପରି କିଛି ଦିନ ଅନ୍ତେ ତାଙ୍କ ଘରେ ହଠାତ ରାତିରେ ଚୋର ପଶିଥିଲେ । ସେମାନେ ଘରଦ୍ୱାର ଟଙ୍କା ପଇସା ଓ ସୁନା ଗହଣା ଖୋଜି ବୁଲିଲେ, କିନ୍ତୁ ଶେଷରେ ଭକ୍ତ ହରିର ପତ୍ନୀକୁ ନାନା କଷ୍ଟ ଦେଇ ତାହାର ଝିଅ ମାଳତୀକୁ ଯନ୍ତ୍ରଣା ଦେଇ ମାରି ଦେଲେ । ତେଣୁ ସେହି ଦିନ ଠାରୁ ଭକ୍ତ ହରି ଜେନାଙ୍କର ହୃଦୟରେ ଅଲିଭା ଦାଗ ହୋଇ ରହି ଗଲା ।ପାହାଡ ଭଳି ଦୁଃଖ ଯାତନା ତାଙ୍କ ମାନସରେ ଘୁରି ବୁଲିଲା ସତ, ଚେଷ୍ଟା କରି ମଧ୍ୟ ତାଙ୍କ ଅଲିଭା ଦାଗ ଲିଭିପାରି ନଥିଲା ।



Rate this content
Log in

Similar oriya story from Tragedy