padmaja pati

Tragedy

1  

padmaja pati

Tragedy

ଅକୁହା କଥା

ଅକୁହା କଥା

1 min
270


ରୀନା ଦେବୀ ନିଜର ଭାଗ୍ୟକୁ ସବୁବେଳେ ନିନ୍ଦା କରୁଥିଲେ ମିନିକୁ ନେଇ l ଜନ୍ମରୁ ମିନି ମୂକ ଓ ବଧିର l ତାଙ୍କ ସ୍ୱାମୀ ଉପରେ ପ୍ରକାଶ କରୁ ନ ଥିଲେ ବି ତା ' ଉପରେ ଖୁସି ନ ଥିଲେ l ମିନିକୁ ପାଞ୍ଚ ପୂରି ଛଅ ଚାଲୁଛି l ତା ' ସାଙ୍ଗମାନେ ସମସ୍ତେ ଆଗରୁ ସ୍କୁଲ ଗଲେଣି l ତା' ପାଇଁ ସ୍ୱତନ୍ତ୍ର ସ୍କୁଲ ଦରକାର l ସାଙ୍ଗମାନେ କାଳେ ଚିଡ଼େଇବେ ବୋଲି ଘର ପାଖ ସ୍କୁଲରେ ସେମାନେ ନାମ ଲେଖାଇଲେ ନାହିଁ l କିନ୍ତୁ ମିନି ସବୁବେଳେ ସାଙ୍ଗମାନେ ସ୍କୁଲ ଗଲା ବେଳକୁ କାନ୍ଦୁ ଥିଲା l

ଦିନକର ଘଟଣା l ରୀନା ଦେବୀ ଗାଧୁଆ ଘରକୁ ଯାଇଥାନ୍ତି l ମିନିର ସାଙ୍ଗମାନେ ସ୍କୁଲ ବସ ପାଖକୁ ଗଲାବେଳେ ସେ ମଧ୍ୟ ବସ ଉପରକୁ ଯାଇ ସିଟରେ ବସି ପଡିଲା l ଯେତେ ବସରୁ ତଳକୁ ଯିବାକୁ କହିଲେ ଶୁଣିଲା ନାହିଁ l ରୀନା ଦେବୀ ଦୌଡ଼ି ଆସିଲେ ତାକୁ ନେବାକୁ l ଯେତେ କହିଲେ ବି ଶୁଣିଲାନି ମିନି l ରୀନା ଦେବୀ ବାଧ୍ୟ ହୋଇ ତାକୁ ଘୋଷାରି ଓଟାରି ତଳକୁ ନେଉ ନେଉ ହାତରୁ ସେ ଖସିଗଲା ଓ ତଳେ ପଡି ମୁଣ୍ଡ ଫାଟିଗଲା l ମେଡିକାଲକୁ ନେବା ବାଟରେ ତା'ର ପ୍ରାଣବାୟୁ ଉଡ଼ିଗଲା l

ରୀନା ଦେବୀ ଓ ତାଙ୍କ ସ୍ୱାମୀ ମିନି ଉପରେ ଖୁସି ନ ଥିଲେ ବି ଦୁଃଖରେ ଭାଙ୍ଗି ପଡିଲେ l ଚାରିଆଡେ ତାଙ୍କୁ ମିନିର ମୁହଁ ଦେଖା ଯାଉଥିଲା lସେମାନେ ମିନିର ସ୍ମୃତିରେ ନିଜ ଚେଷ୍ଟାରେ ଏକ ଅନ୍ଧ, ମୂକ, ବଧିର ବିଦ୍ୟାଳୟ ଖୋଲିଲେ l ପ୍ରତି ପିଲା ମଧ୍ୟରେ ସେମାନେ ମିନିକୁ ହିଁ ଦେଖୁଥିଲେ l କାହାକୁ କିଛି ନ କହିଲେ ବି ମିନିର ଅଭାବବୋଧ ରୁ ସେମାନେ ମୁକ୍ତ ହୋଇ ପାରୁ ନଥିଲେ l


Rate this content
Log in

Similar oriya story from Tragedy