STORYMIRROR

Premalata Sahu

Romance

2  

Premalata Sahu

Romance

ଅକୁହା କଥା....

ଅକୁହା କଥା....

2 mins
667


ଆଜି ଦଶହରା । ଗହଳ ଚହଳରେ ଗାଁ ଭୂଇଁ କମ୍ପି ଉଠୁଛି । ଘଣ୍ଟ ଘଣ୍ଟା ହୁଳହୁଳି ଶବ୍ଦରେ ଗଗନ ପବନ ଏକାକାର ହୋଇ ଉଠୁଛି । ମା' ବି ଖୁସି ମନରେ ଭକ୍ତ ମେଳରେ ଆନନ୍ଦରେ ବିଭୋର ଯେମିତି ।


   ଦୀର୍ଘ ପନ୍ଦର ବର୍ଷ ପଛକୁ ଅନାଇଲା ସୀମା । ଦିକ୍ ଦିକ୍ ହୋଇ ଦେଖା ଯାଉଥିଲା ପିଲାଦିନ । ବାପା ,ମାଆ,ଭାଇ ଭଉଣୀଙ୍କ ସହିତ ଦଶହରା ଦେଖିଯାଇଥିଲା କଟକକୁ । ଆନନ୍ଦ ମନରେ ବୁଲି ବୁଲି ଦଶହରା ଦେଖିବାର ନିଆରା ଅନୁଭୂତି ।

ଗୁପ୍ ଚୁପ୍ , ଦହିବରା, ଚାର୍ଟ ଖାଇବା, ବେଲୁନ୍ କିଣି ଫାଟିଗଲେ ଭାଇ ଭଉଣୀ ସହ ଗଣ୍ତଗୋଳ କରିବା ...ଆଃ କି ସୁନ୍ଦର ପିଲାଦିନ ।


ନିଜ ପାଇଁ ଚିନ୍ତା ନ ଥିଲା । ନିଜର ସବୁ ଯତ୍ନ ଯେମିତି କରିବା ପାଇଁ ମାଆ ,ଅପା ପଟା କରି ନେଇଥିଲେ । ଖାଇବାକୁ ଦେଇ 'ଖାଇଦେ' ଖାଇଦେ 'ବୋଲି କେତେ ଗେଲ ।

 ପୁଣି ଥରେ ଫେରି ଆସନ୍ତା କି ସେଇ ଦିନ ସବୁ । ବାପା ଅକାଳରେ ଚାଲିଗଲା ପରେ ଅଧା ସୁଖ ସରିଗଲା ଯେମିତି  । କ'ଣ କରିବି. ଆଖି କୋଣରେ ଲୁହ ଜକେଇ ଆସିଲା ।

କାନି ପଣତରେ ପୋଛି ନେଲା ସୀମା ।

ଆଜି ବି ମନେ ପଡୁଛି ପନ୍ଦର ବର୍ଷ ତଳର କଥା ।

ସେ ଦିନ ବି ଥିଲା ଦଶହରା ସବୁ ଗୋଟିଏ ସ୍ବପ୍ନ ପରି ଲାଗୁଛି । ମନେ ପକାଇଲା ସୀମା ।


ହସପିଟାଲରୁ ଫେରି ସବୁ କାମ ସାରି ସ୍ବାମୀଙ୍କ ପଥକୁ ଅନାଇଁ ରହିଥିଲି ମୁଁ ।

ଅମରେଶ ଆଜି ଏତେ ବିଳମ୍ବ କଲେଣି । ସମସ୍ତେ ଘରେ ଖାଇକି ଶୋଇ ସାରିଲେଣି କ'ଣ କରିବି ??ହସପିଟାଲରେ ନର୍ସ ଚାକିରି ଖଣ୍ତେ ପାଇଛି ସୀମା । "ମାନବର ସେବା ହିଁ ମାଧବର ସେବା" । ଭଗବାନ ଜାଣିଶୁଣି ସେବା କରିବାକୁ ତାକୁ ଗଢିଛନ୍ତି ଯେମିତି । ହାଲିଆ ଲାଗୁଛି ଭୋରରୁ ଉଠି ସବୁ କାମ ସାରି ହସପିଟାଲ...ପୁଣି ହସପିଟାଲରୁ ଫେରି ଘରକାମ ...ଓଃ ..ମୁଣ୍ତ ବିନ୍ଧିବା ଆରମ୍ଭ ହେଲାଣି ।


 ଟଳି ଟଳି ପଶି ଆସିଲେ ଅମରେଶ । ଦଶହରାରେ ଏ କ'ଣ ପିଲାଙ୍କୁ ନେଇ ମୋତେ ନେଇ ଦଶହରା ଦେଖେଇ ନେବାକୁ କହି ଯାଇଥିଲେ , କିନ୍ତୁ 


'ସୀମା' ଚିତ୍କାର କରିଉଠିଲେ ଅମରେଶ । " ଆଜି ଦଶହରା ଦେଖିବା ସୌକି ଥାଉ । ଆଜି ଅସିମା ଠାରୁ ତୁମ ବିଷୟରେ ବହୁତ କଥା ଶୁଣିଲି "। 

କ'ଣ ଶୁଣିଲ ??

 "ତୁମ ସହିତ ଡାକ୍ତରଙ୍କର ସମ୍ପର୍କକୁ ନେଇ ଚାରିଆଡେ ଗୁଜବ"

   "ସେସବୁ ମିଛ କଥା । ମୋତେ ସହି ନ ପାରି ମିଛରେ ଗୁଜବ ସୃଷ୍ଟି କରୁଛନ୍ତି ,ଦିଶ୍ବାସ କର ମୋତେ " ।


ବିଶ୍ବାସ ପୁଣି ତୁମକୁ ?? ସେଇଦିନ ବିଶ୍ବାସ କରିବି ଯେବେ ତୁମେ ଚାକିରି ଛାଡିଦେବ" ।

କେତେ କଷ୍ଟରେ ଚାକିରି ଖଣ୍ଡେ ପାଇଛି , ସେ' ହିଁ ଜାଣେ । ଛାଡିଦେବ କିପରି ?? ଲୋକେ କହନ୍ତି "ନିଆଁ ନ ଥିଲେ ଧୂଆଁ ବାହାରେନି" କିନ୍ତୁ......ନିଜର ଡ୍ୟୁଟି ବ୍ୟତିତ କିଛି ଭୁଲ ମୁଁ କରିନି ।


ଲୁହ ଧାର ଧାର ହୋଇ ବୋହି ଆସି ଗଣ୍ଡଦେଶକୁ ସିକ୍ତ କରି ଦେଉଥିଲା ସୀମାର । କ'ଣ କହି ବୁଝାଇବି

ଢଳି ଢଳି ନ ଖାଇ ଶୋଇଗଲେ ଅମରେଶ । ସୀମା ଆଉ ଖାଇବ କ'ଣ ?

ସେବି ଶୋଇବାକୁ ଚେଷ୍ଟା କଲା,, ହେଲେ.....ଜମାରୁ ନିଦ ହେଲାନି । "ଅମରେଶ ଆଜି ମଦ ପିଇଲେ " ।

"ବିଶ୍ବାସ ହେଉଛି ସମ୍ପର୍କର ଏକ ସୁନା ସେତୁ " । ବିଶ୍ବାସ ନ ଥିଲେ ସମ୍ପର୍କର ସେତୁ ଭୂଷୁଡି ପଡେ । କଥା କଟାକଟି ଝଗଡା ପରେ ମୋତେ ଛାଡି ଦେଇଥିଲେ ସେ '।

 ଏ ଭିତରେ ପନ୍ଦର ବର୍ଷ କଟି ଯାଇଛି । ତା'ଙ୍କ ଦେହ ଭୀଷଣ ଖରାପ ଥିଲା । ମୁଁ ଘରୁ ଆସିବା ପରେ ସେ' ବି ଭଲରେ ନ ଥିଲେ ।ମବ ପିଇବା ସହ ଦେହର ଯତ୍ନ ନ ନେବାରୁ ପେଟରେ ଅଲସର ହୋଇ ଅପରେସନ ହେଲେ । ସହି ପାରିଲିନି ମୁଁ । ଡାକ୍ତରଖାନା ଯାଇ ସବୁ ସେବାଯତ୍ନ କଲି ।

ଅମରେଶ ଭଲ ହୋଇଗଲେ ଆଉ ଆଜି ସେ ଫେରୁଛନ୍ତି ..ମା' ଦୂର୍ଗା ପୁଣି ମୋ ସଂସାରକୁ ଯୋଡି ଦେଲେ ବୋଧହୁଏ ? କାଲି ଫୋନ କରି କହିଲେ ମୁଁ ଆସୁ ଛି ବୋଲି ।


"ସୀମା" ଅମରେଶଙ୍କର ଡାକରେ ଚମକି ଉଠିଲା ସୀମା ।

ମୋତେ କ'ଣ ଭିତରକୁ ଡାକିବନି ?? ମୁଁ ମୋର ଭୁଲ ବୁଝି ପାରିଛି ।

ଅନ୍ୟ କଥାକୁ ନେଇ ସ୍ବାମୀ ସ୍ତ୍ରୀ ଭିତରେ......ଆଉ କିଛି କହି ପାରିଲେନି ଅମରେଶ ।

 ଦୁହେଁ ଦୁହିଁଙ୍କୁ ଜାବୋଡି ଧରିଥିଲେ ,ସତେ ଯେମିତି ପ୍ରଥମ ପ୍ରେମ କରୁଛନ୍ତି ସେମାନେ ।


ଅକୁହା କଥା ଲୁହ ହୋଇ ବୋହି ଯାଉଥିଲା ଯେମିତି ।


Rate this content
Log in

Similar oriya story from Romance