Premalata Sahu

Inspirational

3  

Premalata Sahu

Inspirational

କବି ଓ କବିତା

କବି ଓ କବିତା

2 mins
661


... ପ୍ରେମଲତା ସାହୁ..

ମନଟା ଭାରି ଭାରାକ୍ରାନ୍ତ ଲାଗୁଥିଲା ରୀମାର ।ଫେସବୁକରେ କବିତା ପୋଷ୍ଟ କରି ସତେ ଯେମିତି ସେ ଭୂଲ କରୁଛି ।ଅବଶ୍ୟ କେତେ ଯେ ଅବର୍ଣ୍ଣନୀୟ ପ୍ରଶଂସା ବି ପାଉଛି ସେ ।ସୁନ୍ଦରୀ ହେବା ଯେମିତି ତା' ପାଇଁ ଅଭିଶାପ ।କବିତା ସମାଜର ଆଇନା ପରି । ସମାଜକୁ ସଂସ୍କାର ଆଣେ କବୀ ଲେଖକଙ୍କ ଲେଖନୀ,ହେଲେ...କେତେ ଯେ ସେ ମାନସ ଯାତନା ପାଏ ସେ ସୃଷ୍ଟି କରିବା ପାଇଁ ସେ ହିଁ ଜାଣେ ।ନିଜର ସମସ୍ତ କର୍ତ୍ତବ୍ୟ ସଂପାଦନ କରି ସାରିବା ପରେ ସେ ଲେଖା ପାଇଁ ସମୟ ଦିଏ ଖାଇବା,ଶୋଇବା' ବିଶ୍ରାମ ଭୂଲି ।କବିତାଟିଏ ସୃଷ୍ଟି କରିଦେଲେ ପାଏ ସେ ଅପାର ଆନନ୍ଦ ।ତାହା ବି ଘଟୁଥିଲା ରୀମା ଜୀବନରେ ।ଫେସବୁକ ତାକୁ ସମସ୍ତଙ୍କ ସହ ପରିଚିତ କରାଇ ଦେଲା ।ସୁନାମ ଆଣିଦେଲା ତାର ଲେଖନୀ ହେଲେ...କେତେଜଣଙ୍କ ଅଶ୍ଳୀଳ ମନ୍ତବ୍ଯ ତାକୁ ବ୍ୟତିବ୍ଯସ୍ତ କରିଦେଉଥିଲା। ଜଣେ ବଂଧୁ କହିଲେ ଯେ ତାକୁ ମିଛରେ କିଏ ମୋର ସେ ପ୍ରେମିକା ବୋଲି କହୁଛି ।ନିଜ କାନରେ ନ ଶୁଣି ପଚାରିବା ବି ଠିକ ନୁହେଁ ।ରୀମା ବିବାହିତା ନାରୀ ।ତାର ବି ସଂସାର ଅଛି ।ହସ ଖୁସୀର ତେଲ ଲୁଣର ସଂସାର ।କବିତା ଲେଖି ସମାଲୋଚିତା ହେବା କେତେ କଷ୍ଟ ସେ ଆଜି ଅନୁଭବ କରୁଥିଲା । ସମାଜରେ ନାରୀ ଯେତେ ବିଜ୍ଞ,ପ୍ରବୀଣା,ନିପୂଣା ହେଲେ ବି ସ୍ବାଧୀନତା ପାଇନି ।ସେ ଦିନ ଗୋଟିଏ ନାରୀ ସ୍ବାଧୀନ ଯୋଉଦିନ ସେ ବିନା ଦ୍ବିଧାରେ ରାତିରେ ଏକା ବାଟ ଚାଲିବ ।ସ୍ବାମୀ ଗାଳି କରୁଛନ୍ତି ତାକୁ କବିତା ଲେଖା ଛାଡିଦିଅ ବୋଲି ।ତା ଜୀବନ କବିତା ।କ'ଣ କରିବ ସେ ? ସମାଜର କଟାକ୍ଷ ସହ ଲଢିବ କି ସ୍ବାମୀଙ୍କ କଥାରେ ରାଜି ହୋଇଯିବ ।

ପିଲାଟି ଦିନରୁ ତାର ଦୂର୍ବାର ଦୂର୍ବଳତା କବିତା ଲେଖିବା ।ହଁ ଲେଖି ଡାଏରି ଭିତରେ ରଖିଲେ ବୋଧହୁଏ ହେବ ।ଆଉ ଫେସବୁକରେ ପୋଷ୍ଟ କରିବିନି ବୋଲି ଭାବି ବିଷର୍ଣ୍ଣ ବଦନରେ ବସିଥିଲା ରୀମା ।ଘରର ସବୁ କାମକୁ ସାରି ମୋବାଇଲକୁ ଅନାଇ ଆଖିରୁ ଧାର ଧାର ହୋଇ ବୋହୁଥିଲା ଲୁହ ଆଉ ହୃଦୟରୁ ଉଠୁଥିଲା କୋହ ।ଫେସବୁକର ଆଦର୍ଶ ବଂଧୁଙ୍କୁ ମନେ ପକାଉ ଥିଲା ।ସମସ୍ତେ ତ ସମାନ ନୁହଁନ୍ତି ।ସମାନ ହୋଇଥିଲେ ଆଜି ଆମ ସୈନିକ ମାନଙ୍କ ସହ ରକ୍ତର ହୋଲି ଖେଳି ନ ଥାନ୍ତା ପାକିସ୍ଥାନ ।ରୀମାର ବାନ୍ଧବୀ ହିସାବରେ ମୁଁ ଭଲ ଭାବରେ ଜାଣେ ସେ କେତେ ଆଦର୍ଶମୟୀ ।ନିଜର କର୍ତ୍ତବ୍ୟ ତଥା ପରିବାରର ସୁଖ ପାଇଁ ସେ ନିଜକୁ କେତେ ସମର୍ପିତା ।କବିତା ଲେଖି କ'ଣ ଭୂଲ ସେ କରୁଛି ।ନିଜର ଭାଷା ସାହିତ୍ୟର ବିକାଶ ବିକାଶ କରିବା କ'ଣ ପାପ ?ମୋତେ ସବୁ ମନକଥା ଖୋଲି କହିଥିଲା ସେ । ବର୍ବର ମାନବର ଅମାନୁଷିକତାକୁ ଭାବି ଘୃଣା ଲାଗିଲା ।ତାଙ୍କ ପରିବାର ସହ ଆଲୋଚନା କରି ରୀମାକୁ ସାନ୍ତୋନା ଦେଲି । ଲେଖନୀ କେବେହେଲେ ବନ୍ଦ ନ କରିବା ପାଇଁ କହିଲି ।ଆନନ୍ଦରେ ଖୁସୀରେ ସେ ମୋତେ କୋଳାଗ୍ରତ କରି କହିଲା"ବଂଧୁ ହେବ ତ ଏମିତି" ।.....

*****୦**

ହେ ପାଠକ ଓ କବୀ କବୟିତ୍ରୀ ଗଣ ସମସ୍ତେ ସମସ୍ତଙ୍କୁ ସମ୍ମାନ ଦେବା ।ହାତରେ ହାତ ରଖି ସମାଜରେ ସଂସ୍କାର ଆଣିବା ।ମନରେ ଗର୍ବ,ହିଂସା,ଓ ସ୍ବାର୍ଥ ନ ରଖି ଲେଖନୀ ଚଲାଇବାକୁ ମୋର ନିବେଦନ । ବଂନ୍ଧୁଙ୍କୁ ସମ୍ମାନ ଦେବା ।କେବେହେଲେ କାହା ହୃଦୟକୁ ଭାଙ୍ଗିବା ନାହିଁ ।ଏହା ମୋର କାମନା।

ମିତା,ପ୍ରେମଲତା ସାହୁ.....ଶିକ୍ଷୟିତ୍ରୀ..


Rate this content
Log in

Similar oriya story from Inspirational