STORYMIRROR

Anita Jena

Action Fantasy Others

3  

Anita Jena

Action Fantasy Others

ଅକୁହା ଦରଦ

ଅକୁହା ଦରଦ

4 mins
242


ସେଦିନ ଅମର ସନ୍ଧ୍ୟା ସମୟରେ ପାର୍କ କୁ ଯାଇ ବସିଥାଏ । ମନ ଟା କାଇଁ ଟିକେ ବୋଝ ବୋଝ ଲାଗୁଥାଏ ମନକୁ ହାଲକା କରିବା ପାଇଁ ଯାଇ ଥଣ୍ଡା ପବନ ରେ ବସି ପଡ଼ିଲା । କିଛି ସମୟ ପରେ ଅମର କାନ ରେ ପଡ଼ିଲା ପାଖରେ ବସିଥିବା ଦୁଇ ଟି ବ୍ୟକ୍ତି ଙ୍କ ର ଯୁକ୍ତି । ଜଣେ କହୁଥାନ୍ତି ଛାଡ଼ ଆଜି କାଲି ର ଯୁଗ ଯାହା ହେଲାଣି ପିଲା ଗୁଡା ଆଉ ବୋଲ ମାନୁ ନାହାନ୍ତି । ଲାଜ ସରମ ସବୁ ଛାଡ଼ି ନିଜ ଇଚ୍ଛା ରେ ପୁଅ ଝିଅ ଧରି ବୁଲୁଛନ୍ତି । ହଁ ମାନୁଛୁ ଯୁଗ ବଦଳି ଗଲାଣି , ଏଇଟା ଗୋଟେ ଫେଶନ୍ ହେଲାଣି । 

  ଅନ୍ୟ ଜଣେ ବ୍ୟକ୍ତି କହିଲେ ହଁ ଦେଖୁନ ଆମ ମହାନ୍ତି ବାବୁ ଙ୍କ ଝିଅ କୁ ବଡ଼ ଭଉଣୀ ଘରେ ଅଛି ବିବାହ କରିନି ହେଲେ ସେ ସାନ ଝିଅ କୋଉ ଗୋଟିଏ ପୁଅ ସାଙ୍ଗ ରେ ଫେରାର । ଝିଅ ଗୁଡା ହେଇ ତମେ କଣ ଏମିତି ଉପର ମୁହାଁ ହବ ମ ! 


- ଆଉ ଗୋଟେ କଥା ଜାଣିଛନ୍ତି ନା ଆମ ଗାଁ ରେ ସେମିତି ଗୋଟିଏ ଝିଅ ଗୋଟିଏ ପୁଅ ଟା ସହ ବୁଲିଲା, ସମ୍ପର୍କ ରଖିଲା, ତା ପରେ ଅଲଗା ଜାଗା ରେ ରାଜି ହେଇ ବାହା ହେଇଗଲା । ଏବେ ସେ ପୁଅ ପ୍ରତିଦିନ ମଦ ପିଇ ଆସି ଘରେ ନାଟ କରୁଛି । 


- ଏ ଝିଅ ଗୁଡା ବା ସେମିତି କା । ଚିହ୍ନିବା ଭାରି କଷ୍ଟ ।ଜମା କାହାକୁ ବି ହୃଦୟ ରୁ ଭଲ ପାଇବେ ନାହିଁ । ଲୋକ ଦେଖାଣିଆ ପ୍ରେମ କରିବେ ତା ପରେ ଯୋଉଠି ଧନୀ ଘର ପୁଅ ଦେଖିବେ ତା ପଛରେ ଧାଇଁ ଯିବେ । 


- ତମେ ଯାହା କୁହ ପଛେ, ଏ ସବୁ ଝିଅ ଗୁଡା ସମାନ । ଯାହା ହଉ ଭଗବାନ୍ ମୋତେ ଝିଅ ଟିଏ ଦେଇ ନାହାଁନ୍ତି ନହେଲେ କେତେ ଯେ ଟେନସନ୍ । 


- ହଁ ପରା, ଆଜି କାଲି ଝିଅ ଗୁଡା ଯେମିତି, ବୋହୂ ବି ସେମିତି ଆଉ ସ୍ତ୍ରୀ ବି ସେମିତି । 


- ହଁ ଯାହା କହିଲ, ଆଜି କଣ ଆଉ ଆଗ ଭଳି ଝିଅ ଅଛନ୍ତି ଯିଏ ନିଜ ଲୋକ ଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥିଲେ । କେତେ ତ୍ୟାଗ କରି ନିଜ ପରିବାର କୁ ସମ୍ପର୍କ ଡୋରୀ ରେ ବାନ୍ଧି କୁ ରଖୁଥିଲେ । 

  ଏ ସବୁ ଶୁଣୁଥିଲା ବସି ଅମର । କିନ୍ତୁ ଏଥର ଆଉ ସେ ଧର୍ଯ୍ୟ ଧରି ବସି ପାରିଲା ନାହିଁ । ଲୋକ ଦୁଇ ଜଣ ଙ୍କ ପାଖକୁ ଗଲା ଆଉ କହିଲା - ଆଜ୍ଞା କ୍ଷମା କରିବେ, ଆପଣ ମୋ ଠାରୁ ବୟସରେ ବହୁତ୍ ବଡ଼ ଲାଗୁଛନ୍ତି । ମୋ ଠାରୁ ବେଶୀ ଆପଣ ଦୁନିଆ ଦେଖିଛନ୍ତି ହେଲେ ସବୁ ଝିଅ ଙ୍କ ଗୁଣ କୁ ନେଇ ତମର କହିବାର ଅଧିକାର ନାହିଁ । ସବୁ ଝିଅ ମତଲବି ନୁହଁନ୍ତି, ସବୁ ଝିଅ ମାନେ କେବଳ ଟଙ୍କା ଲୋଡ଼ନ୍ତି ନାହିଁ । କିଛି ଙ୍କ ପାଇଁ କେବଳ ସ୍ନେହ, ପ୍ରେମ ଆଉ ଆପଣା ପଣା ହିଁ ସବୁ କିଛି ହେଇଥାଏ । 

  ଜାଣିଛନ୍ତି ଆପଣ ମୋ ମିଲି ଜମା ବି ସେମିତି ଝିଅ ନ ଥିଲା । ନିଜ ଜୀବନ କୁ ବାଜି ଲଗେଇ ଦେଇ ସେ ସମସ୍ତ ଙ୍କୁ ହସେଇ ଦେଇ ଗଲା । ଗୋଟିଏ ଅଜଣା ଛୁଆ ଟିଏ ପାଇଁ ସେ ତା ଜୀବନ ବି ଦେଇ ଦେଲା । 

  ଜାଣିଛନ୍ତି କେତେ ଖୁସି ଥିଲୁ ଆମେ ଦୁହେଁ ପରସ୍ପର ଙ୍କ ସହିତ । କେତେ ଖୁସି ଥିଲା ମୋ ମିଲି ଆମ ବାହାଘର କୁ ନେଇ । ଆଉ ମାତ୍ର ବାର ଦିନ ଥିଲା ଆମ ବାହାଘର କୁ , ସେଦିନ ଆମେ ମାର୍କେଟ ଯାଇଥିଲୁ ମିଲି ପାଇଁ ଶାଢ଼ୀ ଆଣିବାକୁ ହେଲେ ହଠାତ୍ ତାର ନଜର ପଡ଼ିଲା ଛୁଆଟିଏ ରାସ୍ତା ଉପରେ ବୁଲୁଛି ଆଉ ରାସ୍ତା ର ଆର ପାର୍ଶ୍ଵ ରୁ ଗୋଟିଏ ଟ୍ରକ୍ ଆସୁଛି , ଆଖି ପିଛୁଳାକେ ମିଲି ଦଉଡ଼ି ଯାଇ ଛୁଆ ଟି କୁ ଠେଲି ଦେଲା ରାସ୍ତା କଡ କୁ ଆଉ ନିଜେ, ନିଜେ ରହି ଗଲା ଟ୍ରକ୍ ତଳେ ଆଉ ସବୁଦିନ ପାଇଁ ପ୍ରକୃତି କୋଳ ରେ ଚୀର ନିଦ୍ରା ରେ ଶୋଇ ପଡ଼ିଲା। ଛାଡ଼ି ଚାଲିଗଲା ମୋତେ ସବୁଦିନ ପାଇଁ । ନିଜ ଖୁସି କୁ ବି ପାଦ ରେ ଆଡେଇ ଦେଲା ସେ । ଗୋଟିଏ ଅଜଣା ପିଲା ଟା ର ଜୀବନ ବଞ୍ଚେଇ ଦେଲା ମୋ ମିଲି ହେଲେ ମୋତେ ସବୁଦିନ ପାଇଁ ଏକୁଟିଆ କରିଦେଲା । ଆଜି ଯାଏଁ ଆଜି ଯାଏଁ ବି ସେ ଦୃଶ୍ୟ ମୋତେ ରାତିରେ ବିଚଳିତ କରିଦିଏ ।ତାର ହସ ହସ ମୁହଁ, ମିଠା ମିଠା କଥା ଆଜି ବି ମୋ ମନ ରେ ଆଲୋଡନ ସୃଷ୍ଟି କରେ । 

  ଯଦି ସବୁ ଝିଅ ସ୍ୱାର୍ଥି ତାହେଲେ ମିଲି ଏତେ ବଡ଼ ତ୍ୟାଗ କଲା କେମିତି ? ଖାଲି ମିଲି ନୁହେଁ ଦୁନିଆ ରେ ଅନେକ ଝିଅ ଅଛନ୍ତି ଯେ କେବଳ ନିଜକୁ ନୁହେଁ , ଅନ୍ୟ ମାନଙ୍କୁ ଭଲ ପାଆନ୍ତି । ଜଣଙ୍କ ପାଇଁ ସମସ୍ତ ଙ୍କୁ ଦୋଷୀ ସାବ୍ୟସ୍ତ କରିବା ଆମର ଭୁଲ୍ । ଆପଣ ଯାହା କହୁଛନ୍ତି ହୁଏତ ଆପଣକଂ କଥା ରେ କିଛି ଯଥାର୍ଥ ଥାଇ ପାରେ ହେଲେ ଝିଅ ମାନେ କେବଳ ଯେ ଭୁଲ୍ ସେଇଟା କହିବା ବି ଆମର ଭୁଲ୍ । ଆଉ ଅନେକ ପିଲା ଙ୍କ ଅଶ୍ଳୀଳ ବ୍ୟବହାର ପାଇଁ ବାପା ମା ଙ୍କୁ ଦାୟୀ କରନ୍ତି, ହେଲେ ଏଥିରେ ବାପା ମା ଙ୍କ ର ଭୁଲ୍ କଣ ? ସବୁ ଶିକ୍ଷକ ବାପା ର ପିଲା ଯେ ଶିକ୍ଷକ ହେବେ ଆଉ ଡାକ୍ତର ବାପା ର ଛୁଆ ଡାକ୍ତର ହେବେ ତାର କିଛି ମାନେ ନାହିଁ । ପିଲା ମାନେ ବଡ଼ ହେବା ପରେ ତାଙ୍କ ଭାବନା ଶକ୍ତି ବି ବିକାଶ କରେ । ନିଜ ନିଷ୍ପତି ନିଜେ ନେବା ବି ଶିଖନ୍ତି ସେମାନେ । 

  ଅମର ର କଥା ଶୁଣି ଦୁଇ ବୟସ୍କ ବ୍ୟକ୍ତି ଚାହିଁ ରହିଥାନ୍ତି ଅମର କୁ , ଅପଲକ ନୟନ ରେ ବୁଝିବାକୁ ଚେଷ୍ଟା କରୁଥାନ୍ତି ତା ମନ ର ଦରଦ କୁ, ତା ଆଖି ର ଲୁହ କୁ ଆଉ ତା ଛାତି ତଳେ ଭରି ରହିଥିବା ଅକୁହା କୋହ କୁ । । । ।  




Rate this content
Log in

Similar oriya story from Action