STORYMIRROR

Seetaram Dash

Tragedy Inspirational

3  

Seetaram Dash

Tragedy Inspirational

ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

1 min
277


ଆଜି ଅଫିସ ଛୁଟି, ଘରେ ବସି ବସି ବିରକ୍ତ ଲାଗିଲାଣି। ଏ ଭୀଷଣ ଗରମରେ କୁଆଡେ ଯିବା? ଶେଷରେ ରୋହିତ ପରିବାର ସହ ବାହାରିଲା ମଲ୍ କୁ। କିଛି ଘରୋଇ ଜିନିଷ କିଣିବା ସହିତ ବୁଲାବୁଲି ବି ହୋଇଯିବ।ମଲ୍ ଟି ଅନେକ ମନଲୋଭା ଜିନିଷରେ ଭର୍ତ୍ତି। ଲୁଣ ତେଲ ଠୁ ଆରମ୍ବ କରି ପ୍ୟାଣ୍ଟ ସାର୍ଟ ପର୍ଯ୍ୟନ୍ତ। କିଣୁ କିଣୁ ଅନାବଶ୍ୟକ ଜିନିଷ ଗୁଡାଏ କିଣି ହୋଇଗଲା। ପାଖରେ ATM ଏବଂ ସ୍ତ୍ରୀ ଉଭୟ କିଣିବାରେ ବି ଉତ୍ସାହିତ କରୁଥାନ୍ତି।


  ଫେରିଲା ବେଳକୁ ବାଟରେ ଜଣେ ଶାଗ ବିକ୍ରୀ କରୁଥିଲା ରାସ୍ତା କଡରେ ଠେଲା ଗାଡିଟିଏ ଧରି। ସ୍ତ୍ରୀ କହିଲେ ଶାଗ ନେବା, ଆଜି ଅଖି ତୃତୀୟା ଅରୁଆ ଭାତ, ଡାଲମା, ଶାଗ ଭଜା ଆଉ ଖଟା ପୁରା ଦେଶୀ ଖାଦ୍ୟ। ଗାଡିଟି ରଖିଲେ ରୋହିତ, ପଚାରିଲେ ଶାଗ ଦାମ କେତେ ?  ଲୋକଟି ଉତ୍ତର ଦେଲା ବିଡା ଦଶ ଟଙ୍କା। ରୋହିତ କହିଲେ କୋଡିଏ ଟଙ୍କାରେ ତିନି ବିଡା ଦେ, ନ ହେଲେ ଥାଉ।


  ଲୋକଟି ଅନିଚ୍ଛା ସ୍ଵତ୍ତ୍ୱେ ଦେଲା, କାରଣ ରାତି ନଟା ହେଲାଣି, ଏବେ ବି ଅଧା ଶାଗ ବିକ୍ରି ହେବାକୁ ବାକି ଅଛି। ଖରା ଦିନ କାଲିକି ଶୁଖିଯିବ। ଘରେ ପିଲା ଛୁଆ ଅପେକ୍ଷା କରିଥିବେ। ଶହେ ଟଙ୍କାର ଶାଗ ବିକ୍ରି ହୋଇନି। ଆଜି ଅଖି ତୃତୀୟା, ଶାଗ ଆଣିକି ଆସିଲା ବେଳେ ସ୍ତ୍ରୀ କହିଥିଲା ଛୁଆଙ୍କ ପାଇଁ କଣ ଟିକେ ଆଣିକି ଆସିବ। ଏ ସବୁ ଭାବିଲା ବେଳେ ସେ କାନ୍ଦ କାନ୍ଦ ହୋଇଗଲା କିନ୍ତୁ କାନ୍ଦି ପାରିଲାନି। କୋଡ଼ିଏ ଟଙ୍କାରେ ତିନି ବିଡା ଶାଗ ନେଇ ଗଡ଼ ଜିତିଲା ଭଳି ଖୁସିରେ ରୋହିତ ଫେରିଥିଲେ ଘରକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy