STORYMIRROR

Jagannath Barik

Abstract Others

3  

Jagannath Barik

Abstract Others

ଅକାଟ୍ୟ ବଚନ

ଅକାଟ୍ୟ ବଚନ

2 mins
415


ମହାଭାରତ ଯୁଦ୍ଧର ପଞ୍ଚଦଶ ଦିବସ |ଗୁରୁ ଦ୍ରୋଣାଚାର୍ଯ୍ୟ ନିଜର ଅପୂର୍ବ ରଣ କୌଶଳ ପ୍ରଦର୍ଶନ କରି ପାଣ୍ଡଵପକ୍ଷର ପ୍ରମୁଖ ରଥୀମାନଙ୍କୁ ପରାସ୍ତ କରି ଦ୍ଵିତୀୟ ଭାର୍ଗବ ଭୂମିକାରେ ଅବତୀର୍ଣ୍ଣ |ସେଦିନ ଗୁରୁଙ୍କର ସାମନା କରିବାକୁ ପ୍ରତିପକ୍ଷରେ କୌଣସି ଯୋଦ୍ଧା ସାହସ ଜୁଟାଇ ପାରି ନଥିଲେ |ଆଗତ୍ୟା ପାଞ୍ଚାଳ ନରେଶ ଦ୍ରୁପଦ ଓ ମତ୍ସ୍ୟ ଦେଶ ଅଧିପତି ବିରାଟ, ଏକତ୍ର ଆସି ଦ୍ରୋଣଙ୍କର ସମ୍ମୁଖୀନ ହେଲେ |ପ୍ରଚଣ୍ଡ ପ୍ରଭଞ୍ଜନ ପ୍ରବାହରେ ରମ୍ଭା ତରୁ ଉପୁଡିଲା ପରି ଦୁହେଁ ଦ୍ରୋଣଙ୍କର ଦ୍ୱାରା ଭୂତଳଶାୟୀ ହେଲେ

ଭଗବାନ ଶ୍ରୀକୃଷ୍ଣ ଦ୍ରୋଣଙ୍କର ବଧ ହେବା ଜରୁରୀ ମନେ କରି ଏକ କୌଶଳ ରଚନା କଲେ |କୃଷ୍ଣ ଜାଣିଥିଲେ ଯେ, ଦ୍ରୋଣଙ୍କ ହସ୍ତରେ ଅସ୍ତ୍ର ଥିଲା ପର୍ଯ୍ୟନ୍ତ ତାଙ୍କୁ କେହି ପରାସ୍ତ କରିପାରିବେ ନାହିଁ |ଏଣୁ ଭୀମ ମାଧ୍ୟମରେ ଅଶ୍ୱସ୍ଥାମା ହସ୍ତୀକୁ ମରାଇ, ଅଶ୍ୱସ୍ଥାମା ମଲା ବୋଲି ରୋଳା ସୃଷ୍ଟିକଲେ |ଭୀମ ଗୁରୁଙ୍କ ଆଗରେ ଆସ୍ଫାଳନ କରି ଅଶ୍ୱସ୍ଥାମାକୁ ମାରିଦେଲି ବୋଲି କହି ନୃତ୍ୟ କରିବାକୁ ଲାଗିଲା |

  ଛାର ଭୀମ ଦ୍ୱାରା ଅଶ୍ୱସ୍ଥାମା ନିହତ ହୋଇ ନପାରେ !, ତଥାପି ଶଙ୍କା ଆଶଙ୍କାରେ, ଦୃଢ଼ ନିଶ୍ଚିତ ହେବା ନିମିତ୍ତ ଧର୍ମରାଜ ଯୁଧିଷ୍ଠିରଙ୍କୁ ପଚାରନ୍ତେ, ସେ କୃଷ୍ଣଙ୍କ ଇଙ୍ଗିତରେ ମିଛ କହିବାକୁ ବାଧ୍ୟ ହୋଇ ସ୍ୱୟଂ ଗୁରୁଦେବଙ୍କୁ "ନରେ ଵା କୁଞ୍ଜରେ ଅଶ୍ୱଥାମା ହତ " କହନ୍ତେ ହା ପୁତ୍ର ବୋଲି ଉଚ୍ଚାରଣ କରି ଅସ୍ତ୍ର ଫିଙ୍ଗିଦେଇ ପ୍ରାଣ ବିସର୍ଜ୍ଜନାର୍ଥେ ଗୁରୁ ଯୋଗସମାଧିରେ ବସିଗଲେ |ଏହି ସମୟରେ ଧୃଷ୍ଟଦ୍ୟୁମ୍ନ ଶାଣିତ ତରବାରୀରେ ଦ୍ରୋଣଙ୍କ ମସ୍ତକ ଛେଦନ କଲେ |କୁରୁ ବଳରେ ହାହାକାର ପଡିଗଲା |ଖବର ବିଜୁଳି ବେଗରେ ଅଶ୍ବସ୍ଥାମାନଙ୍କ କର୍ଣ୍ଣ ଗୋଚର ହେବାରୁ କ୍ରୋଧ ଜର୍ଜରିତ, ପ୍ରତିଶୋଧ ପରାୟଣ ହୋଇ ସେ ଝଡ଼ ବେଗରେ ସମର ପ୍ରାଙ୍ଗଣରେ ଅବତ୍ତୀର୍ଣ୍ଣ ହୋଇ ସମସ୍ତ ପାଣ୍ଡଵ ବାହିନୀ ଵିଧ୍ଵଂସ କରିବା ଉଦ୍ଦେଶ୍ୟରେବୈଷ୍ଣବାସ୍ତ୍ର ପ୍ରୟୋଗ କଲେ |ସ୍ୱର୍ଗ ମର୍ତ୍ତ୍ୟ ପାତାଳ କମ୍ପିବାକୁ ଲାଗିଲା |

ପାଣ୍ଡଵ ସେନା ଭୟରେ ଧରିବାକୁ ଲାଗିଲେ |ଅର୍ଜୁନ, ଯେତେ ଦିବ୍ୟାସ୍ତ୍ର

ପ୍ରୟୋଗ କଲେବି ପ୍ରତିହତ କରି ପାରିଲେ ନାହିଁ |ସମସ୍ତଙ୍କ ଦୃଷ୍ଟି ଭଗବାନ ଶ୍ରୀକୃଷ୍ଣଙ୍କ ଉପରେ ନିବଦ୍ଧ |

  କପିଧ୍ଵଜରେ ଦଣ୍ଡାୟମାନ ହୋଇ କୃଷ୍ଣ ସମସ୍ତଙ୍କୁ ଅସ୍ତ୍ରଶସ୍ତ୍ର ତ୍ୟାଗ କରି ହାତ ଯୋଡ଼ି ପ୍ରାର୍ଥନା କରିବାକୁ ନିର୍ଦ୍ଦେଶ ଦେଲେ |ସମସ୍ତ ସେନା ଅସ୍ତ୍ର ତ୍ୟାଗ କଲେ, ମାତ୍ର ବୀର ବୃକୋଦର ମହାବଳୀ ଭୀମ ଏହାକୁ ଲଜ୍ଜା ଭାବି ଗଦା ତ୍ୟାଗ କଲେନାହିଁ |ଫଳରେ ବୈଷ୍ଣବାସ୍ତ୍ର ତାଙ୍କର ପାଦ

ଆଡୁ ପୋଡ଼ିବାକୁ ଲାଗିଲା |ଭୟରେ ଗଦା ଫିଙ୍ଗି ଦିଅନ୍ତେ ରକ୍ଷା ପାଇଲେ

କାରଣ ବୈଷ୍ଣବାସ୍ତ୍ର ନିରସ୍ତ୍ରଙ୍କୁ ମାରେ ନାହିଁ ବୋଲି କୃଷ୍ଣ ଜାଣିଥିଲେ |ଆଗତ୍ୟା ଅସ୍ତ୍ର ଆଶ୍ବସ୍ଥାମାଙ୍କ ତୁଣୀରକୁ ଫେରିଗଲା |

  ମହାଭାରତରେ ଅସ୍ତ୍ର ତ୍ୟାଗକୁ ମାନିବାରୁ ପାଣ୍ଡଵ ସେନା ଯେପରି ବଞ୍ଚିଲେ,ସେହିପରି, କୋଭିଡି ବେଳେ ମାକ୍ସ ପରିଧାନ କରିବାକୁ ଡ଼କ୍ଟରଙ୍କ ନିର୍ଦ୍ଦେଶ ସମସ୍ତେ ମାନି ବଂଚିଗଲେ |ଯେଉଁମାନେ ଭୀମପରିଅମାନିଆ ହେଲେ, ସେମାନେ ଅଳ୍ପ ବହୁତେ ଆକ୍ରାନ୍ତ ହେଲେ |ଏଣୁ ଯଥା ସମୟରେ ଯଥା ପ୍ରତିବିଧାନ ସର୍ବାଦୌ କରଣୀୟ |ଏହା ଆପ୍ତ ସିଦ୍ଧାନ୍ତ |


రచనకు రేటింగ్ ఇవ్వండి
లాగిన్

Similar oriya story from Abstract