ଏଲିଏନ (ଭୂତ ସହ ଭେଟ )
ଏଲିଏନ (ଭୂତ ସହ ଭେଟ )
ବଡମ୍ବାରୁ ମାଣିଆବନ୍ଧ ଗଲାବେଳେ ବାଟରେ ପଡ଼େ ଧୋବଣିନାଳ |ଏହା ନିକଟରେ ପାହାଡ଼ ଓ ବୁଦିବୁଦିଆ ଘଞ୍ଚ ଜଙ୍ଗଲ ପ୍ରାୟ ଦୁଇ କିଲୋମିଟର ପର୍ଯ୍ୟନ୍ତ ବ୍ୟାପ୍ତ |ନାଳ ଉପରେ ଏକ ଗହଳିଆ ଆମ୍ବ ତୋଟା |ମଝିରେ ପିଚୁ ରାସ୍ତା |ଏହା ଏକ ଭୟଙ୍କର ବିପଦସଂକୁଳ ନିର୍ଜନ ସ୍ଥାନ |ନିକଟରେ ଜନଵସତି ବା ଘର ଦ୍ୱାର ନାହିଁ |ବିଶେଶତଃ ଏଠାରେ ଭୂତ ଭୟ ବେଶୀ |ଏକାକୀ ସେହିବାଟରେ ଚାଲିକରି, ସାଇକେଲରେ ବା ବାଇକିରେ ଯିବାକୁ ଭୟ ଲାଗେ |ଏହା ଅଶରୀରୀମାନଙ୍କର ଆଡ୍ଡାସ୍ଥଳି ରୂପେ ଲୋକ ମୁଖରେ ବିଦିତ |1979ମସିହାଡ଼ିସେମ୍ବର ମାସର ଘଟଣା |ଜଣେ ବିବାହିତ ଯୁବକ ମଟର ସାଇକେଲରେ ସନ୍ଧ୍ୟାରେ ସେହି ବାଟ ଦେଇ ଯାଉଥିବାବେଳେ ରାସ୍ତା କଡ଼ରେ ଏକ ସୁନ୍ଦରୀ ଯୁବତୀ ତାଙ୍କୁ ମାଣିଆବନ୍ଧ ପର୍ଯ୍ୟନ୍ତ ଯିବାକୁ ଲିଫ୍ଟ ମାଗିଲା | ମାନବିକତା ଓ ଭଦ୍ରାମି ଦୃଷ୍ଟିରୁ ଜଙ୍ଗଲ ଅଂଚଳରେ ସାହାଯ୍ୟ ଚାହୁଁଥିବା ତରୁଣୀକୁ ସେ ସାହାଯ୍ୟ କରିବା ଉଚିତ ବୋଲି ବିବେଚନା କରି ଗାଡ଼ି ଅଟକାଇ ପଛରେ ବସିବାକୁ ଇଙ୍ଗିତ ଦେଲେ |ଯୁବତୀ ସଙ୍ଗେ ସଙ୍ଗେ ବସିଲେ ଓ ସେ ଗାଡ଼ି ଛାଡ଼ିଲେ |ଟିକେ ବାଟ ଗଲା ପରେ ସେ ପଛକୁ ଚାହିଁଲା ବେଳକୁ ଦେଖିଲେ ଝିଅଟି ନାହିଁ ! ଗାଡ଼ି ଅଟକାଇ ପଛକୁ ଚାହିଁଲେ, ଦେଖିଲେ ନାହିଁ |ଆଶ୍ଚର୍ଯ୍ୟ, ବାଟରେ ଖସି ପଡିଲାକି ? ଏତିକି ଭାବୁ ଭାବୁ ତରୁଣୀ ଏକ ଶ୍ୱେତ ବସ୍ତ୍ର ପରିହିତ ଆଲୁଳିତ କେଶ ବିକଟ ପ୍ରେତିନୀ ରୂପରେ ତା ଆଗରେ ଉଭାହୋଇ ବିକଟାଳ ଅଟ୍ଟହାସ୍ୟଟିଏ ପ୍ରକାଶ କଲା |ଭୟରେ ସିହରି ଉଠି ଚିତ୍କାର କରି ସେହିଠାରେ ଯୁବକର
ପ୍ରାଣବାୟୁ ଉଡ଼ିଗଲା | ଘଟଣାର ମାସକ ପରେ 1980ଜାନୁୟାରୀ ନୂଆବର୍ଷ ଅବସରରେ ମୁଁ ଓ ମୋ ସାନଭାଇ କୃଷ୍ଣଚନ୍ଦ୍ର ଆଠଗଡ଼ରୁ ବଡ଼ମ୍ବା ସେହି ରାସ୍ତା ଦେଇ ଫେରୁଥିଲୁ, ଏକ ହିରୋ ମାଜେଷ୍ଟିକ ଲୁନା ରେ, ଏକ ଜରୁରୀ କାମରେ |ସମୟ ରାତ୍ର ଏଗାରଟା |ଭୀଷଣ ଶୀତର ଲହଡ଼ି |ସମ୍ପୁର୍ଣ୍ଣ ଗରମ ପୋଷାକରେ ଆପାଦମସ୍ତକ ଆବୃତ୍ତ |ଗାଡ଼ି ମଝିରେ ମଝିରେ ଷ୍ଟାର୍ଟ ବନ୍ଦ ହୋଇଯାଉଥିବାରୁ ରହି ରହି ଯାଉଥାଉ |ସେହି ଅନୁସାରେ ଧୋବଣୀ ନାଳଠାରେ ଯେମିତି ନ ଅଟକିବ ତାର ଆକଳନରେ ଥାଉଁ |ଏକ ଟ୍ରକ ଏହିସମୟରେ ଆମକୁ ଅତିକ୍ରମ କଲା |ମନରେ ସାହସ ଆସିଲା | ତୋଟା ପାଖାପାଖି ହୋଇଛୁ ଟ୍ରକ ବଡ଼ ବାରସିଂ ଧରିଲାଣି |ଏହି ସମୟରେ ଏକ ବିଚିତ୍ର ଦୃଶ୍ୟ ଦେଖିଲୁ ଠିକ ବିଚ ରାସ୍ତା ମଝିରେ ଜଣେ ବ୍ୟକ୍ତି ସମ୍ପୂର୍ଣ୍ଣ ରାସ୍ତା କଭର କରି ଶୋଇଛି |ଧଳା ଲୁଗାଟିଏ ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ଘୋଡ଼ିହୋଇଛି, ପବନରେ ଲୁଗାଟି ଟିକେ ଟିକେ ହଲୁଥାଏ |ଗାଡ଼ି ଷ୍ଟାର୍ଟରେ ଥାଏ, କୃଷ୍ଣ ଚଳାଉଥାଏ ମୁଁ ପଛରେ ବସିଥାଏ |ଅଟକିଲୁ |ଏତେ ବଡ଼ ଦଶ ଫୁଟିଆ ଲୋକ,ପୁଣି ଶୀତରେ ଏମିତି ଏଠାରେ କାହିଁକି ଶୋଇଛି, ଟ୍ରକ କେମିତି ଗଲା ?, ମାଡ଼ିଥିଲେ ରକ୍ତ ବାହାରି ଥାନ୍ତା! ସଫେଦ ଲୁଗା! କୃଷ୍ଣ କହିଲା, ନନା - ଏଇଟା ଭୂତ, ଆମେ ଏବେ କରିବା କଣ? ମୁଁ ଜାଣିଗଲିଣି ଏ ଅଶରୀରୀ, ପୃଥିବୀର ଜୀବ ନୁହେଁ, ଏ ଏଲିଏନ |ଗାଡ଼ି ଲାଇଟିରେ ଖଣ୍ଡେ ବାଉଁଶ ଡାଙ୍ଗ ଗୋଟାଇ ଧରିଲି |କୃଷ୍ଣକୁ ସାହସ ଦେଲି, କହିଲି ସେ ଭୂତ, କିନ୍ତୁ ଆମେ ଜୀବନ୍ତ |ଆମକୁ ସେ ସ୍ପର୍ଶ କରି ପାରିବନି |କଲେବି ଆମେ ଛାଡିବାନି |ଏହାର ମୁଣ୍ଡ ପାର୍ଶ୍ଵ ମାଟି ଉପରେ ଗାଡ଼ି ତଳକୁ କଟାଇ ଚାଲ |ସେ ଧରିଲେ ମୋତେ ପଛରୁ ଧରିବ, ଡର ନାହିଁ ଚଲା |ମହା ଭୟରେ ଗାଡ଼ି ଜୋରରେ ଚଳାଇ ତାକୁ କାଟି ଚାଲି ଆସିଲୁ ଏକା ଥରକେ ବଡ଼ ବାର୍ସିଙ୍ଗ |ଦୁଇଜଣ ଲୋକ ନିଆଁ ପୋଉଁ ଥିଲେ, ତାଙ୍କୁ ଏ କଥା କହିବାରୁ ସେମାନେ କହିଲେ ଭାଗ୍ୟ ଭଲ, ବଞ୍ଚିକି ଆସିଛ ଯାଅ |ସେହି ଅନୁଭୂତି ଆଜି ବି ଅଭୁଲା |

