STORYMIRROR

Manaswini Dash

Tragedy

4  

Manaswini Dash

Tragedy

ଅଜଣା ପଥ

ଅଜଣା ପଥ

3 mins
247

ଆକାଶରେ ଘଡଘଡି ଅବିରତ ତାର ଗର୍ଜନ ତର୍ଜନରେ ଚଉଦିଗ କମ୍ପାଉଥିଲା| ବର୍ଷା ବି ଝର ଝର ନାଦରେ ବର୍ଷି ଚାଲିଥିଲା | ହଠାତ ମିନତୀର ଦେହଟା ଶୀତେଇ ଉଠିଲା, ଦେହଟା ଅଜଣା ଭୟରେ କମ୍ପି ଉଠିଲା | ସେ କମ୍ବଳ ତଳୁ ମୁହଁ କାଢି ଅନ୍ଧାରିଆ ଘରଟାରେ ଯେମିତି ଅଣ ନିଶ୍ୱାସୀ ହୋଇଉଠିଲା | କ୍ଷଣିକ ସମୟ ଭିତରେ ତା ମନରେ ଅନେକ ଅଜଣା ଆତଙ୍କର ଝଡ ବୋହିଗଲା |ବିଛଣାରୁ ଉଠିସେ ଝରକା ଆଡକୁ ଧାଇଁଲା |ବର୍ଷା ର ବେଗ ବି କମି ଯାଇଥାଏ ସେ ଝରକା ଖୋଲିବା ମାତ୍ରେ ଦଲକାଏ ଶୀତଳ ପବଳ ଆସି ତା ଦେହ ସାରା ଚରିଗଲା |ପବନରେ ତାର ଅଲରା କେଶ ଗୁଡା ଉଡି ଚାଲିଥାଏ |ଦୂର ପାହାଡକୁ ଦେଖି ତାର ଅନ୍ଧାରିଆ ଭବିଷ୍ୟତ ଯେମିତି ପୁଣି ଥରେ ସକ୍ରିୟ ହୋଇ ଉଠିଲା |

ଦଶ ବର୍ଷ ଧରି ସେ ତାର ପ୍ରେମ ପାଇଁ ତପସ୍ୟା କରି ଚାଲିଛି | ବର୍ଷ ପରେ ବର୍ଷ ବିତି ଯାଇଛି ସତ ହେଲେ ତାର ତପସ୍ୟା ର ସଫଳତା ସେ ଅନୁଭବ କରିନି |ଶୁଭେନ୍ଦୁ ତାଙ୍କ ଜୀବନରେ ଏବେ ବି ଚାକିରି ପାଇଁ ସଂଘର୍ଷ ଚଲେଇ ରଖିଛନ୍ତି| ଏପଟେ ମିନତୀ ତା ବାପାଙ୍କର ଏକୁଟିଆ ଝିଅ |ପିଲାଟି ବେଳରୁ ମାକୁ ହରାଇ ମା' ର ସ୍ମୃତିକୁ ନେଇ ସେ ଖାଲି ବଂଚିଛି | ବିଏ ପାସ ପରେ ବାପାଙ୍କ ଦୁଃଖ ଦୂର କରିବାକୁ ଯାଇ ସିଏ ମଧ୍ୟ ଅଣ୍ଟା ଭିଡି ଥିଲା ଚାକିରି ଟିଏ କରିବ ମାତ୍ର; ଚାକିରି ପାଇଁ ପରୀକ୍ଷା ଦେଇ ଦେଇ ସେ ବି ନୟାନ୍ତ| ସବୁ ପରୀକ୍ଷାରେ ଫେଲ |

ହଠାତ ଦେଖିଲା ସେ ଆଜି ଯଥେଷ୍ଟ ବୟସରେ ପହଂଚି ସାରିଛି | ସମାଜ ବି ସବୁବେଳେ ସକ୍ରିୟ ତାର ବିବାହ ବିଷୟରେ ପ୍ରଶ୍ନ କରିବାକୁ | ତାର ଦୁର୍ବଳତା ପାଇଁ ତା ବାପାଙ୍କୁ ଅନେକ ଲୋକଙ୍କ ପ୍ରଶ୍ନ କୁ ନୀରବରେ ସହିବାକୁ ପଡିଛି | ତା ବାପାଙ୍କର ନିରୀହ ମୁହଁଟା ତା ଆଖି ଆଗରେ ନାଚିଗଲା ଏବଂ ଅଜାଣତରେ ତା ଆଖିରୁ ଦୁଇ ଧାର ଲୁହ ବୋହି ଗଲା |

ପୁଣି ନାଚି ଉଠିଲା ତାର ଅନ୍ଧାରି ଅତୀତ, ବର୍ତ୍ତମାନ ଆଉ ଭବିଷ୍ୟତ |କେତେ ତପସ୍ୟା କରିବ | ସେ ହାରି ସାରିଲାଣି |କେତେ ଆଉ ଭଙ୍ଗା ହୃଦୟକୁ ସଜାଡ଼ିବ| ସୁଭେନ୍ଦୁଙ୍କୁ ତା ମନ କଥା କହି ସେ ଟିକେ ଶାନ୍ତି ପାଏ ମାତ୍ର ସିଏ ଆଜି ଏତେ ବୀତସ୍ପୃହ ଯେ ତାଙ୍କୁ ବି ସେ ଆଉ ଦୁଃଖ କହିବାଜୁ ଚାହୁଁ ନାହିଁ |

କେତେ ଆଉ ତପସ୍ୟା କରିବ ! ସେ ଦୁର୍ବଳ ଶରୀର ତାର ଥକି ସାରିଲାଣି| ବାରମ୍ବlର ବିଫଳତା, ସମାଜର ପ୍ରଶ୍ନ, ଶୁଭେନ୍ଦୁଙ୍କ ଦୁଃଖ | ଏପଟେ ବାପାଙ୍କର ନିଃସହାୟତା ଭିତରେ ସେ ଯେମିତି ଅର୍ଦ୍ଧ ପାଗଳ ପାଲଟିଯାଇଛି |

ଗତକାଲି ବାପାଙ୍କୁ ନେଇ ସେ ଡାକ୍ତର ପାଖକୁ ଯାଇଥିଲା |ଡାକ୍ତର କହିଲେ ତାଙ୍କୁ କିଡ଼ନୀ ରୋଗ ଆଗକୁ ଅନେକ ଅସୁବିଧା ହେଇପାରେ | ଏତିକି ଶୁଣି ତା ମୁଣ୍ଡଉପରେ ଯେମିତି ଚଡକ ମାରିଦେଲା ତଥାପି ସେ ସମସ୍ତ ଚିନ୍ତା, ଦୁଃଖକୁ କବର ଦେଇ ବାପାଙ୍କ ଆଗରେ ସବୁ ଠିକ ଥିବାର ଅଭିନୟ କଲା ଓ ଘରେ ପହଂଚି ବାପାଙ୍କର ପାଇଁ ରୋଷେଇ କରି ଚାଲିଗଲା ଠାକୁରଙ୍କ ଆଡକୁ |ଠାକୁର ଘରର କବାଟ ଖୋଲି ଛାତି ଫଟେଇ କାନ୍ଦିବାକୁ ଲାଗିଲା, ବାରମ୍ବାର ପ୍ରଶ୍ନ କଲା ପ୍ରଭୁ ତମେ କଣ ମା ଉପରେ ପ୍ରତିଶୋଧ ନେଉଛ? କଣ ପାପ କରିଛି ମୁଁ? ଛୋଟ ବେଳୁ ସଂଘର୍ଷ ଦେଇ ଦେଇ ମନ ପୁରିଲାନି ଯେ ଶେଷରେ ମୁହୂର୍ତ୍ତରେ ବି ତମେ ପରୀକ୍ଷା ନେଉଛ | ବାରମ୍ବାର ମୁଣ୍ଡ ବାଡ଼େଇବାକୁ ଲାଗିଲା| ସେପଟୁ ହଠାତ ବାପାଙ୍କ ପାଟି ଶୁଣି ଲୁହ ପୁଛି ତାଙ୍କ ପାଖକୁ ଗଲା, ତାଙ୍କୁ ପାଣି ପିଆଇ ପୁଣି ନିଜର ବିଛଣା ଆଡକୁ ଚାଲିଲା |

ବିଛଣାରେ ଲୁହ ଢ଼ାଳୁ ଢ଼ାଳୁ କେତେବେଳେ ଯେ ତାକୁ ନିଦ ଲାଗିଯାଇଥିଲା ସେ ନିଜେବି ଜାଣି ନଥିଲା |ଘଡ ଘଡି ର ଶବ୍ଦ ହିଁ ପୁଣି ତାକୁ ଫେରେଇ ଆଣିଥିଲା ତାର ତିକ୍ତ ବର୍ତ୍ତମାନକୁ ଯେଉଁଠି ତାକୁ ପ୍ରତେକ ମୁହୂର୍ତ୍ତ ସଂଘର୍ଷ କରିବାକୁ ପଡୁଛି |ଏତିକି ଭାବୁ ଭାବୁ ପୁଣି ବର୍ଷା ଆରମ୍ଭ ହେଲା, ବର୍ଷା ଛିଟା ତା ଉପରେ ପଡିବାରୁ ତାର ସମସ୍ତ ଭାବନା କୁଆଡେ ଚାଲିଗଲା |ସେ ତରବରରେ ଝରକା ବନ୍ଦ କରି ପୁଣି ସେ ଅନ୍ଧାରିଆ ଘର ଭିତରେ ତାର ଅନ୍ଧାରି ଭବିଷ୍ୟତକୁ ଭାବିବାକୁ ଲାଗିଲା |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy