Manas Nayak

Tragedy

3  

Manas Nayak

Tragedy

ଅଜାଙ୍କୁ ଶ୍ରଦ୍ଧାଞ୍ଜଳି :-

ଅଜାଙ୍କୁ ଶ୍ରଦ୍ଧାଞ୍ଜଳି :-

2 mins
333


ପ୍ରଭାତର ନୂତନ ଆଲୋକରେ ଜାଜୁଲ୍ଯମାନ ପ୍ରକୃତିର ସଂଭାର ଗବାକ୍ଷରେ ଅବଲୋକନ କରୁଥିବାବେଳେ, ପୂଜ୍ୟ ଅଜାଙ୍କର ମହାପରାୟଣର ଦୁଃଖଦ ସମ୍ବାଦ, ତାତ୍ତ୍ବିକ କରିଦେଇଥିଲା ଜୀବନମୂହୁର୍ତ୍ତର କିଛି ଅବକାଶକୁ। ଜନ୍ମ ମୃତ୍ଯୁ ର ଛକାପଂଝା ଖେଳ ଚେତାଇ ଦିଏ ପଥଭ୍ରଷ୍ଟ ମଣିଷକୁ ଜୀବନର ମର୍ମ। ପାଣିଫୋଟକା ସମ ଜୀବନର ସ୍ବଳ୍ପ ଅବଧିରେ ଗର୍ବ, ଅଭିମାନ, କ୍ରୋଧ, ହିଂସାର ଗଗନଶ୍ଚୁମ୍ଭୀ ଅଟ୍ଟାଳିକା ନିର୍ମାଣରେ ବ୍ଯସ୍ତ ବିବ୍ରତ ମଣିଷ ସ୍ନେହ, ଶ୍ରଦ୍ଧା,ତ୍ଯାଗ, ଭଲପାଇବାପୂର୍ଣ୍ଣ ଝାଟିମାଟି କୁଡିଆର ଅସୁମାରୀ ପରିତ୍ରୁପ୍ତିକୁ ପାସୋରି ଯାଇଛି ପ୍ରାୟ। ନିଜ ଗଣିତରେ ଜୀବନ ମହାଯାତ୍ରାର ସଫଳତା ପରିସୀମା ଆଙ୍କୁ ଆଙ୍କୁ ମଣିଷ ଆଜି ମୂଲ୍ଯବୋଧ, ସମ୍ପର୍କ, ସିଦ୍ଧାନ୍ତ ଆଦିକୁ ଜାଗତୀକରଣର ଉପାଦାନଭାବେ ବିବେଚନା କରିବାକୁ କୁଣ୍ଠିତ। କହିବା ବାହୁଲ୍ଯ କେଉଁ ଏକ ଅବସାଦ ମୂହୁର୍ତ୍ତରେ ଶ୍ରମକ୍ଳାନ୍ତ ମଣିଷ ଯେତେବେଳେ ତାର ବିଗତ ଜୀବନରାଷିକୁ ଅନ୍ବେଷଣ କରେ, ସେତେବେଳେ ଅଦ୍ଯାବଧି ଉପଲବ୍ଧିକୁ ନେଇ ଅନୁଶୋଚନା କରିବାହିଁ ସାର ହୋଇଥାଏ। ଲେଡିଗୁଡ କହୁଣିକୁ ବୋହିଯାଇଥାଏ...... ଅଦିନ ବର୍ଷା ପରି ଅପରିକଳ୍ପିତ ମ୍ରୃତ୍ୟୁ ଯେତେବେଳେ ପଲକସାମ୍ନାରେ ଉପନୀତ ହୋଇଯାଏ ଜୀବନର ମନୋରମ ବାଲିକାସ୍ତୂପ କ୍ଷଣିକେ କାଳ ସମୁଦ୍ରର ଜୁଆରରେ ବିଲୀନ ହୋଇଯାଏ। 


ସବୁ ପିଲାଙ୍କ ପରି ମୋର୍ ବି ମାମୁଁଘର ସ୍ମୂତି ବେସ୍ ମଧୁର। ଗ୍ରୀଷ୍ମଅବକାଶରେ ସ୍କୁଲ୍ ବନ୍ଦ ହେଲାପରେ ବୋଉସହ ମାମୁଁଘରକୁ ଅତିକମ୍ ରେ ସପ୍ତାହେ ଦୁଇ ସପ୍ତାହ ପାଇଁ ଯିବା ପ୍ରାୟତଃ ସ୍ଥିର। ଅଜା ଆଈଙ୍କର ସ୍ନେହପୂର୍ଣ୍ଣ ସାନ୍ନିଧ୍ୟ, ମାମୁଙ୍କ ସହ ସାଇକେଲରେ ଗାଁ ଛକ ଅବା ବଜାରକୁ ଯାଇ ଗରମ୍ କାକରା, ଛେନାପୋଡ଼ ଖାଇବା, ମାଉସୀ ମାନଙ୍କ ସହ ନାନା ଥଟା ମଜା, ନଈକୂଳ ବାଡିକୁ ଯାଇ ଖଜୁରୀ, ଖିରିକୋଳି, ଜାମୁକୋଳି ଖାଇବା, ମାଇଁଙ୍କ ର ରୋଷେଇଘରେ ନାନାଦି ସ୍ବାଦିଷ୍ଟ ବ୍ଯଞ୍ଜନ ଏବଂ ସଂନ୍ଧ୍ଯାଆଳତିରେ ଘଣ୍ଟାଏକାଳ ସାଇନାଥଙ୍କର ଭଜନ ଜଣାଣ ଆଜିବି ମନମାନସରେ ବେସ୍ ପରିସ୍ପୁଷ୍ଠ । ରଜ, ଅଷ୍ଟମୀ ରେ ଅଜାଙ୍କ ର ଆଗମନକୁ ବେସ୍ ଉତ୍କଣ୍ଠା ର ସହ ଅପେକ୍ଷା ଥାଏ, ଅଜା ଆସିଲେ ପ୍ରଥମେ ତାଙ୍କ ହାତରେ ଥିବା ଝୁଲା ଉପରେ ନଜର। ସୁଦୀର୍ଘ ଦୁର୍ବଳ ଶରୀର,ବୟସ ଭାରାକ୍ରାନ୍ତ ହୋଇ ମେରୁଦଣ୍ଡ ସମ୍ଯକ ନଇଁ ଯାଇଥାଏ, ଖଦି କପଡାର ଟ୍ରାଉଜର୍ ପଞାବି ଏବଂ ହାତରେ ଏକ ଗାନ୍ଧୀ ବଙ୍କୁଲୀବାଡି,ସମ୍ଭ୍ରାନ୍ତ ନହେଲେବି ଭିଡ ଭିତରେ ସହଜରେ ବାରି ହେବାପରି ଚେହେରାଟିଏ। ଅଜାଙ୍କର ସିଦ୍ଧାନ୍ତ କେବଳ ସେ ଝୁଲାକୁ ମୋ ପିଉସୀମା କିମ୍ବା ମୋ ବଡମାଙ୍କ ହାତକୁ ଦେବେ, ନା ମୋ ବୋଉ କିମ୍ବା ଘରର ଆଉ କାହାରିକୁ। ପ୍ରାୟତଃ କିଛି ଘଣ୍ଟା ପରେ ଅଥବା ଅତି ବେଶିରେ ଗୋଟିଏ ରାତି ହିଁ ତାଙ୍କର ରହଣି ଆମଘରେ। ସେଦିନ ରାତିରେ ଶୋଇବା ପୁର୍ବରୁ ଅଜା ଜଣ ଜଣ କରି ପର୍ଯାୟକ୍ରମେ ସମସ୍ତଙ୍କ ସହ ମନଖୋଲା ଆଳାପ କରିବେ ଓ ମଝିଆଁ ବାପା ଦେଇଥିବା ଓ୍ବିଲସ୍ ସିଗାରେଟ କୁ ପାଟିରେ ପୁରାଇ ଫୁକ୍ ଫୁକ୍ କରି ଧୂଆଁ ଛାଡିବେ। ପରଦିନ ସକାଳେ ପ୍ରଥମ ବସ୍ ଧରିବା ପାଇଁ ଅଜା ପ୍ରସ୍ତୁତ। ଆମେ ସବୁ ସାନ ବଡ ନାତି ନାତୁଣୀ, ତାଙ୍କ ସହ ଥଟା ମଜା ହୋଇ ଗାଁ ମୁଣ୍ଡ ଛକ ପର୍ୟ୍ଯନ୍ତ ଯାଉ ।ବସ୍ ହର୍ଣ ଶୁଣିବା କ୍ଷଣି ଅଜା ଆମଠୁ ବିଦାୟ ନିଅନ୍ତି, ଝରକା କାଚ ଖୋଲି ଆମକୁ ହାତ ହଲାଇଲେ ଆମେ ସବୁ ଶେଷ ଉତ୍ସାହରେ ଦ୍ରୂଷ୍ଟିଗୋଚର ହେବାଯାଏ ତାଙ୍କୁ ହାତହଲାଇଚାଲିଥାଉ। ପରିସମାପ୍ତି ଘଟେ ବିଗତ ଦିବସରେ ଆରମ୍ଭ ହୋଇଥିବା ଏକ ସୁଖଦ ଅନୁଭୂତିର। 


ଏ ଥିଲେ ମୋ ଅଜା, ସେ ବି ଆଜି କିଛି ବର୍ଷ ହେଲା ସୁଦୂର ଆରପାରିରେ। ଅଜାଙ୍କର ଆଉ ଦୁଇଜଣ କନିଷ୍ଠ ଭ୍ରାତା, ମୋର ପ୍ରିୟ ସାନ ଅଜା( ୨ ନଂ) ଓ ଛୁଆ ଆଜା(୩ ନଂ) ଏମାନେ ଗତ ପନ୍ଦର ଦିନ ମଧ୍ଯରେ ଜଣକପରେ ଜଣେ ଶେଷ ନିଃଶ୍ବାସ ତ୍ଯାଗ କରି ଆମକୁ ଶୋକସନ୍ତପ୍ତ କରିଯାଇଛନ୍ତି। ନିଃସନ୍ଦେହ ତାଙ୍କର ଅମରାତ୍ମାର ସଦଗତି ହୋଇଛି ଏବଂ ଧରାଧାମରେ ତାଙ୍କର ଜୀବନ ନାଟିକା ରେ ଅଭିନୟ ପାଇଁ ଜନମାନସରେ ଆଦ୍ରୂତ ତଥା ପରମାତ୍ମାଙ୍କ ଦରବାରରେ ପୁରସ୍କୃତ ପ୍ରାୟ। 

କଳାକାରମାନଙ୍କର ଦୈବିନିର୍ଧିଷ୍ଟ ଅବଧି ପର୍ଯାୟକ୍ରମେ ସମାପ୍ତ ହେଲେହେଁ ଜୀବନର ରଙ୍ଗମଞ୍ଚ ସଦେବ ଚଳଚଞ୍ଚଳ। ଜୀବନର ଅନିର୍ଦ୍ଦିଷ୍ଟ ସିମିତ ଅବଧିରେ ମାୟାମୋହପୁର୍ଣ ସଂସାରରେ କାମାସକ୍ତ ନହୋଇ, ଉର୍ଦ୍ଧ୍ବଚେତନାଭିମୁଖୀ ହୋଇ ମହାମାନବିକ ଧର୍ମାନୁସରଣକରି ମାନବୀୟଜନ୍ମପରି ସ୍ରୁଷ୍ଟିକର୍ତ୍ତାଙ୍କ ଅମୁଲ୍ଯ ଦାନର ଦକ୍ଷିଣା ପରିତୋଷ କରିବା ଏକାନ୍ତ କାମ୍ଯ। 



Rate this content
Log in

Similar oriya story from Tragedy