STORYMIRROR

Akshaya Dash

Tragedy Others

3  

Akshaya Dash

Tragedy Others

ଅଜାଗା ଘାଆ

ଅଜାଗା ଘାଆ

3 mins
3

ରାଧାନାଥ ଜଣେ ଅବସର ନେଇଥିବା ସରକାରୀ କର୍ମଚାରୀ।ଛୋଟ ସହରରେ ଘରଟିଏ କରି ସେଇଘରେ ରହୁଛନ୍ତି ପରିବାର ଗୋଟିଏ ପୁଅ ,ବିଟେକ କରି ବାଙ୍ଗାଲୋରରେ ଚାକିରୀ କରିଛି ।ଝିଅ  ବିବାହିତ ।ହାଇଦ୍ରାବାଦ ରେ ତାର ପରିବାର ନେଇ ରହୁଛି ।ରାଧାନାଥ ନିଜ ପେନସନରୁ ପୁଅପାଖୁ ମାସକୁମାସ ଦଶହଜାର ଟଙ୍କା ପାଠୋଉଛନ୍ତି । ପୁଅ ପାଠପଢାରେ ବ୍ୟାଙ୍କରୁ ଲୋନ କରିଥିବା ଅର୍ଥର ସୁଧ ମୂଳ ମିଶେଇ ଦସହଜାର ଟଙ୍କା ମାସକୁ ମାସ ସୁଝୁଛନ୍ତି ।ବେଳେ ବେଳେ ରାଧାନାଥ ଦୃବଳ ହୋଇପଡୁଛନ୍ତି ।ଦୃବଲର କାରଣ ଅର୍ଥର ଅଭାବ ,ପୁଣି ନିଜ ମନକୁ ଦୃଢ଼କରି ସମୟକୁ ଅପେକ୍ଷା କରୁଛନ୍ତି ।

ପୁଅ ବିଜ୍ଞାନରେ ପ୍ଲସଟୁ ପାସକଲାପରେ ଏଣ୍ଟ୍ରାନ୍ସ ପରୀକ୍ଷା ଦେଇଥିଲା । ଦୂର ସହରରେ ଥିବା। ଏକ ଡିମଇଂନଭରସିଟିରୁ ତାର କାଉନସିଲର ପାଇଁ ଚିଠି ଆସିଲା । ବିଟେକ କରିବାକୁ ଗଲେ ପ୍ରାଏ ସମୁଦାୟ ଦଶଲକ୍ଷଟଙ୍କା ଲାଗିଯିବ ।କାରଣ ବର୍ଷକୁ କୋର୍ସ ଫିସ ଲକ୍ଷେ ଷାଠିଏ ଓ ହଷ୍ଟେଲ ଖର୍ଚ୍ଚ ଅଶୀ ହଜାର ଗାଏ ମୋଟ ବର୍ଷକୁ ଦୁଇଲକ୍ଷ ଚାଳିଶ ତେବେ ଚାରିବର୍ଷକୁ ଖର୍ଚ୍ଚ ମିଶି ଦଶଲକ୍ଷରୁ ଅଧିକ ହୋଇପାରେ ହାତଖର୍ଚ୍ଚ ଓ ଅନ୍ୟାନ୍ୟ ଅଛି ।ଏତେ ଖର୍ଚ୍ଚ କରି ପଢେଇବା ଜଣେ ସାଧାରଣ କର୍ମଚାରୀ ପକ୍ଷେ ସମ୍ଭବ ହେବା କଠିନ ହେବ ।ପୁଅର ଇଚ୍ଛାକୁ ଦୃଷ୍ଟିରଖି ବିଷମ ପରିସ୍ଥିତିରେ ପଡିଗଲେ ରାଧାନାଥ । ଆଡିମିଶନ ପାଇଁ ଗୋଟିଏ ଦିନ ବାକିଅଛି ।ଏତେଗୁଡିଏ ଟଙ୍କା ଦେଇ ପଢ଼ିବାକୁ ଅନିଚ୍ଛା ହେଲେ ପୁଅର ଭବିଷ୍ୟତକୁ ନେଇ ମନରେ ଉଙ୍କିମାରୁଛି ଅନେକ ପ୍ରଶ୍ନ । କଣ କରିବେ ନିର୍ଣ୍ଣୟ କରିପାରୁନାହାନ୍ତି । ଗୋଟିଏ ପକ୍ଷରେ ପୁଅର ଶିକ୍ଷା ଅନ୍ୟ ପକ୍ଷରେ ଅର୍ଥପ୍ରତିବନ୍ଧକ ଏପରି ଦୋଛକିରେ ପଡି ଚିନ୍ତାରେ ରାତିକ ଶୋଇପାରୁନାହାନ୍ତି  ପୁଅର ପଢିବାପାଇଁ ଇଚ୍ଛାକୁ ପୂରଣ କରିବା ପିତାର କର୍ତ୍ତବ୍ୟ ନକଲେ ପୁଅର ଭବିଷ୍ୟତ ନଷ୍ଟହେବ ।ଅନେକ ପ୍ରଶ୍ନ ମନରେ ଉଙ୍କିମାରିବା ସ୍ୱାଭାବିକ ।ଜଣେ ସ୍ୱଳ୍ପ ବେତନ ଭୋଗୀ କର୍ମଚାରୀ ପାଇଁ ଅଗ୍ନି ପରୀକ୍ଷା 

ସକାଳୁ ସକାଳୁ ଉଠି ପୁଅକୁ ନିତ୍ୟକର୍ମ ଶେଷକରିବାପାଇଁ କହିଲେ ।ନିଜେ ଗାଧୋଇ ଠାକୁରଙ୍କୁ ପୂଜାକରି ବାହାରିଲେ।ଭୁବନେଶ୍ୱରରେ ପହଁଚିଲେ ।ସେଦିନ ରବିବାର ।ବ୍ୟାଙ୍କ ଛୁଟି ତେଣୁ ରବିବାର ଖୋଳୁଥିବା ଭୁବନେଶ୍ୱରରେ ଏକ ବ୍ୟାଙ୍କଆକାଉଣ୍ଟରୁ ନିଜ ଚେକ ଦେଇ ଟଙ୍କା ଆଣିଲେ ।କାଉନ୍ସିଲରେ ବସିଲେ ।ପୁଅର ଟ୍ରେଡ଼ ବାଛି ଆଡିମିଶନ କଲେ ।

 ମନୁଷ୍ୟ ଜୀବନରେ ଏମିତି ମୋଡ଼ଦେଇ ଯିବାକୁ ପଡେ ବେଳେ ବେଳେ ନିର୍ଣ୍ଣୟ କରିବା କଠିନ ହୋଇପଡେ । କୋଉଟା କଲେ ଭଲହେବ ନିର୍ଣ୍ଣୟ କରିପାରେନି। ଯେମିତି ସେ ଦୋଛକିରେ ଠିଆହୋଇଛନ୍ତି। ବ୍ୟାଙ୍କରୁ ଲୋନ କରି ପୁଅ ଚାରି ବର୍ଷ ସେଠାରେ ପଢିଲା। ପାସ କଲା ହେଲେ ସେମାନେ ପ୍ରତିଶ୍ରୁତି ଦେଇଥିବା ସମସ୍ତଙ୍କୁ ନିଯୁକ୍ତି ଦେବେ, ତାହା ତାଙ୍କର ଚାଲ ଥିଲା।

ପୁଅ ଅଧିକ ପଢ଼ିବ ଓ ସେଠାରେ ଚାକିରି ଖୋଜିବା ନେଇ ବାଙ୍ଗାଲୋର୍ ଗଲା। ସେଥିପାଇଁ ମାସକୁ ଦଶ ହଜାର ଟଙ୍କା ଦେବାକୁ ପଡ଼ିଲା। ଦୁଇବର୍ଷ ପରେ ଚାକିରୀ ପାଇଲା। ହେଲେ ସେ ଖର୍ଛି ଥିଲା। ଟଙ୍କାର ଉଚିତ୍ ଖର୍ଚ୍ଚ ନକରି ଅଧିକ ଟଙ୍କା ରୋଜଗାର କରିବାକୁ ଆଗେଇ ଆସିଲା। କ୍ରିକେଟ ଖେଳ ଓ ବିଭିନ୍ନ ଠକେଇ ସଂସ୍ଥା ମାଧ୍ୟମରେ ଜୁଆ ଖେଳ ପରି ଅନେକ ଅର୍ଥ କ୍ଷତିରେ ପଡ଼ିଲା। ଶେଷରେ ଚାକିରୀ ମଧ୍ୟ ଗଲା। ଘରକୁ ଫେରି ସମସ୍ତ କଥାକୁ ପ୍ରକାଶ ନକରି ଲୁଚେଇଲା। ବିଭିନ୍ନ ଘରୋଇ ବ୍ୟାଙ୍କରୁ କରଜ କରି ବୁଡିଯାଇଥିଲା। ଘରୋଇ ବ୍ୟାଙ୍କ ଗୁଡ଼ିକର ସମୟ ସୀମା ହେବାରୁ ଟଙ୍କା ମାଗିବା ଆରମ୍ଭ କଲେ। ସେଇ ଟଙ୍କା ପୂରଣ କରିବାକୁ ଯାଇଁ ପୁଣି ଖେଳିଲା । ସେଥିରେ ବି ହାରିଲା। ବିଚଳିତ ହୋଇ ଅନ୍ୟକିଛି ଉପାୟ ନପାଇ ପିତା ରାଧା ନା ଥକୁ ମାଗିଲା।

ରାଧାନାଥ ପରିସ୍ଥିତିକୁ ଜାଣି ଟଙ୍କା ସୁଝିବାକୁ ପ୍ରତିଶ୍ରୁତି ଦେଲେ। ଶେଷରେ ଜମିବାଡ଼ି ବିକ୍ରୀ କରି ଟଙ୍କା ସୁଝିବାକୁ ପଡ଼ିଲା।

ପୁଅର ଗ୍ରହ ଦଶା ପଡ଼ିଛି ବୋଲି କହି ପତ୍ନୀ ବିଭିନ୍ନପୂଜା ପାଠ କଲେ। ଜ୍ୟୋତିଷଙ୍କ ପରାମର୍ଶ ନେଇ ରୁଦ୍ରଭିସେଖ ଓ ଦିଅଁ ଦେବତାଙ୍କୁ ପୂଜାର୍ଚ୍ଚନା କଲେ। କଥାରେ ଅଛି ପୁଅ ଯଦି ଯୋଗା ଧନ କାହିଁ ପାଇଁ ସଂଚୁ। 

ରାଧାନାଥ ପାଉଥିବା ପେନସନ୍ ଟଙ୍କାରୁ ମଧ୍ୟ ଲୋନ୍ ଆଣିଥିଲେ। ସେଥିପାଇଁ ମାସକୁ ବାର ହଜାର ଟଙ୍କା ପେନ୍ ସନ୍ ରୁ କଟି ଯାଏ। ଅବଶିଷ୍ଟ ଅର୍ଥରେ ପରିବାର ଭରଣ ପୋଷଣ ହୁଏ।

ରାଧାନାଥ ଅଜାଗା ଘାଆ ଦେଖି ପାରୁଛନ୍ତି ନା କାହାକୁ ଦେଖେଇ ପାରୁଛନ୍ତି।


Rate this content
Log in

Similar oriya story from Tragedy