jyotsna mayee panda

Tragedy

3.4  

jyotsna mayee panda

Tragedy

ଅଦୃଶ୍ୟ ଝଡ଼

ଅଦୃଶ୍ୟ ଝଡ଼

5 mins
222


ପ୍ରିୟା....

ହୁଏ ତ ତୁମେ ମୋ ନମ୍ବର ବ୍ଲକ କରି ପାର ହେଲେ ମୋତେ ହୃଦୟ ରୁ କେବେ ବ୍ଲକ କରିପାରିବ ନି ମୁଁ ଜାଣିଛି । ସେଥିପାଇଁ ଏ ଇଣ୍ଟରନେଟ ଯୁଗ ରେ ବି ଚିଠି ଟିଏ ଲେଖୁଛି ଖାସ ତୁମରି ପାଇଁ ।ଜାଣିଛ କିଏ କହେ ପ୍ରେମ ଚିରନ୍ତନ, ଶାଶ୍ୱତ ପୁଣି କିଏ ପ୍ରେମ ପାଇଁ ତିଆରି କରିଛି ମୃତ୍ୟୁ ପରେ ସୌଧ । ଯାହା ରହିଛି ଯୁଗ ଯୁଗ ପାଇଁ ସାକ୍ଷୀ ହୋଇ । ମୁଁ କେବେ ଭାବିନଥିଲି ତୁମେ ଦିନେ ଏମିତି ବଦଳି ଯିବ । ମୋ ପ୍ରେମ ଏପରି ରଙ୍ଗହୀନ ହୋଇଯିବ । ତୁମ ଡିଭୋସ ପେପେର ରେ ସାଇନ କରିବା ଆଗରୁ ଏ ଚିଠି ତୁମପାଇଁ ଲେଖୁଛି ବୋଧେ ମୋ ଜୀବନ ର ଶେଷ ଚିଠି ଏ ।


ଜାଣିଛ ପ୍ରିୟା ସେ ପ୍ରଥମ ଦେଖା ଏବେ ବି ମୋ ସ୍ମୃତି ରେ ତରଙ୍ଗ ହୋଇ ଉଜ୍ଜଭାସିତ ହେଉଛି । ଯେବେ ଡାଡି, ମମି ଙ୍କ ସାଙ୍ଗରେ ତୁମ ଘର କୁ ଯାଇଥିଲି ପ୍ରଥମ ଥର ପାଇଁ । ତୁମେ ଥିଲ ଅଗ୍ରଧୁନିକ। ଉଚ୍ଚ ଶିକ୍ଷିତା ସଫ୍ଟୱାର ଇଂଜିନୀର ଓ ମୁଁ ବି ଦିଲ୍ଲୀ ରେ କର୍ଯ୍ଯ ରତ ସୋଫ୍ଟ ୱାରେ ଇଂଜିନୀର । ମୁଁ ଭାବିଲି ପେସା ଏକା ହେଲେ ଭାବନା ବି ଏକା ହିଁ ହେବ ।


ତୁମକୁ ତୁମ ଘର ଲୋକ ପ୍ରଶ୍ନ ପଚାରି ବାକୁ କହିଥିଲେ । ଏକାନ୍ତ ରେ ଆମକୁ ସୁଯୋଗ ମଧ୍ୟ ଦେଇଥିଲେ କଥା ହେବାପାଇଁ ହେଲେ ଦୀର୍ଘ ପନ୍ଦର ମିନିଟ ରେ କେଇପଦ କଥା ହିଁ ହୋଇଥିଲି । ତୁମେ ତୁମର ସେ ସୁନ୍ଦର ଓଠ ରେ ଗପି ଚାଲିଲ ଆଉ ମୁଁ ନିରବ ରେ ତୁମ ର ସେ ଛୋଟିଆ ନାଲି ବିନ୍ଦି କୁ ଦେଖୁଥିଲି । ବାସ୍ତବ ରେ ସେଦିନ ତୁମେ କୋଉ ଅପ୍ସରୀ ଠୁ କମ ନ ଥିଲ । ତୁମ କହୁଥିଲ ବା ତୁମେ ଦିଲ୍ଲୀ ରେ ରହୁଛ ମୋତେ ବିଶ୍ୱାସ ଲାଗୁନି.. ଏତେ ସରଳ ଏତେ ଶାନ୍ତ ଆଜିକାଲି ର ପିଲା ହୋଇ... ମୁଁ ହସିଦେଲି... କହିଲି ମୁଁ ଛୋଟ ବେଳୁ ଟିକେ ସ୍ୱଳ୍ପଭାସି । ତୁମେ ଗୋଟେ ଚାଉଳ ରେ ଗଢ଼ା,ଖୁବ ସୁନ୍ଦରୀ ସେଥିପାଇଁ ମୋ ମମି ସାଙ୍ଗେ ସାଙ୍ଗେ ନିଜ ରିଙ୍ଗ କାଢ଼ି ତୁମ ଆଙ୍ଗୁଠି ରେ ପିନ୍ଧାଇ ଦେଲେ କହିଲେ ଆଜିଠୁ ତୁମେ ମୋ ବୋହୁ । ଆମ ଝିଅ ପସନ୍ଦ ହୋଇଛି... ଆମକୁ କିଛି ଦରକାର ନାଇଁ ଖାଲି ଏ ଝିଅ ଦରକାର ।


ତୁମେ ଆଧୁନିକତା ହେଲେ ବି ମୁଣ୍ଡ ତଳ କରି ଦେଇଥିଲ ଲଜ୍ଜା ରେ । ମୁଁ ଭାବିଲି ତୁମେ ସଂସ୍କାରି ଝିଅ । ମନେ ମନେ ମୋ ମମି ଚଏସ କୁ ପ୍ରଶଂସା କଲି । ମନେଅଛି ଆମ ବାହାଘର ସେ ଅଗ୍ନି କୁ ସାକ୍ଷୀ ରଖି ସେ ସାତ ଫେରା ନେଇଥିଲେ ତୁମେ ଲାଜେଇ ଯାଇ ସେ ଓଢଣୀ ଫାଙ୍କ ରୁ ବାରମ୍ବାର ମୋତେ ଦେଖୁଥିଲ । ସାତ ଜନ୍ମ ର ସାଥି ହେବା ପାଇଁ ଶପଥ କରିଥିଲ ସେ ଚତୁର୍ଥୀ ଦୀପ ସାମ୍ମନା ରେ । ମୋତେ ଇହ କାଳ ପର କାଳ ର ଦେବତା କହିଥିଲ । ମନେଅଛି ନା ପ୍ରିୟା......

ଯେବେ ପ୍ରଥମ ଦିନ ବନ୍ଧୁ ପରିଜନ ଙ୍କୁ ଖାଦ୍ୟ ପରିବେଷଣ କରୁଥିଲ ସମସ୍ତେ ତୁମର ଭୁରି ଭୁରି ପ୍ରଶଂସା କରୁଥିଲେ । ମମି, ପାପା ଖୁବ ଖୁସି ଥିଲେ ତୁମ ଭଳି ସୁନ୍ଦରୀ ସଂସ୍କାରି ବହୁ ଟେ ପାଇଁ । ମୁଁ ଖୁସି ରେ ଆତ୍ମହରା ହୋଇ ତୁମ କୁ ଦେଖୁଥିଲି । ତୁମେ ସେ ଓଢଣା ଭିତରେ ଫିକ କିନା ହସି ଦେଉଥିଲ । ମନେ ଅଛି ନା ମୋ ମମି ତୁମକୁ ଲକ୍ଷ୍ମୀ ନା ଦେଇଥିଲେ ।


ସେ କହୁଥିଲେ କୁଆଡେ ତୁମେ ଆମ ଘର ର କୂଳ ଲଷ୍ମୀ। ମନେ ଅଛି ସେ ଲଙ୍ଗ ଡ୍ରାଇଭ ମୁଁ କଥା ହୁଏ ନି ଆଉ ତୁମେ ଚୁଲବୁଲି ପରି ଗପି ଚାଲ । ବେଳେ ବେଳେ ନିଜ ମୁଣ୍ଡ କୁ ମୋ ପ୍ରସସ୍ଥ ଛାତି ଉପରେ ରଖି ଦିଅ ଆଉ ମୋ ସ୍ନାୟବିକ ଆବେଗ କୁ ବଢ଼େଇ ଦିଅ । ମୁଁ ବି ନିଜ ବ।ହୁ ବନ୍ଧନ ରେ ଧରି ଦିଏ କିଛି ସମୟ ପାଇଁ ସତରେ ସବୁ କିଛି ଆଜି ସ୍ବପ୍ନ ପରି ଲାଗୁଛି ।


କେତେ ଫଗୁଣ ବିତିଗଲା କେତେ ବସନ୍ତ ବିତିଗଲା । ମମି ପାପା ଙ୍କ ହାର୍ଟ ଅଟକ ଶୁଣି ଦିଲ୍ଲୀ ରୁ ସବୁଦିନ ପାଇଁ ଚାଲିଆସିଲେ । ଏମିତି ପାଞ୍ଚ ବର୍ଷ ବିତିଗଲା । ସେଦିନ ମୁଁ ବହୁତ ଖୁସି ଥିଲି ଯୋଉ ଦିନ ତୁମ ପ୍ରତିଛବି କୁ ଆଣିଲ ଏ ସୁନ୍ଦର ଦୁନିଆ କୁ । ତୁମେ ମାତୃତ୍ୱ ର ଅନୁଭୂତି ପାଇଲ ଆଉ ମୁଁ ବାପା ହୋଇଗଲି । ପାପା, ମମି କେତେ ମିଠା ବାଣ୍ଟିଲେ ମୋ କୁନି ପରି ପାଇଁ । ସତ ରେ କେତେ ଜଲଦି ଖୁସି ର ସମୟ ସବୁ ଚାଲିଯାଏ । ତୁମ କୁ ଛାଡି ପୁଣି ମୁଁ ଏକା ରହିବି ଏ କଥା ସ୍ବପ୍ନ ରେ ସୁଦ୍ଧା ଭାବି ନ ଥିଲି । ଆମ କୁନି ପରି ପାଇଁ କେତେ ସ୍ବପ୍ନ ଦେଖିଥିଲେ ସତରେ ସବୁ ଭୁଲିଗଲ.......

ସେ ଦିନ ଝଡ଼ ର କଥା ମନେ ପଡିଲେ ମୁଁ ଏବେ ବି ସ୍ତବ୍ଧ ହୋଇ ରହିଯାଏ ।


ମମି ତୁମ କୁ ଖୁବ ଭଲ ପାଉଥିଲେ ଠିକ ନିଜ ଝିଅ ପରି । ତୁମ ଲମ୍ବା ବାଳ କୁ ସବୁବେଳେ କୁଣ୍ଡେଇ ଦିଅନ୍ତି ଆଉ ସେଦିନ ବି କୁଣ୍ଡେଉ ଥିଲେ । ତୁମେ କୁଆଡେ ମୋ ନାଁ ରେ ପୋଲିସ ରେ ଆଫେୟାର ଦେଇଛ ମୁଁ ମାନସିକ ନିର୍ଯାତନା ଦେଉଥିଲି ମୋ ମମି, ପାପା ଯୌତୁକ ନିର୍ଯାତନା ଦେଉଥିଲେ ।


ହେ ପ୍ରଭୁ ଏ କଣ ହେଲା ମୋ ବୁଝିବା ଆଗରୁ ଆମ ସମସ୍ତ ଙ୍କୁ ପୋଲିସ ନେଇ ଗଲା । ପରି କୁ ନେଇ ଚାଲିଗଲ ତୁମ ମା ପାଖକୁ । ମୋ ବିରୁଦ୍ଧରେ କେସ ଫାଇଲ କଲ । କୋଟ ରେ ମୋ ମମି, ପାପା ଙ୍କ ଇଜ୍ଜତ ନିଲାମ ହୋଇଗଲା । ତଥାପି ତୁମକୁ ମମି କ୍ଷମା କରି ଘର କୁ ଫେରିବା ପାଇଁ ଅନୁରୋଧ କଲେ । ତୁମେ ତାଙ୍କ କଥା ସୁଣିଲ ନି । ନିଜ ଜିତ ରେ ଅଟଳ ରହିଲ । ମୋ ଭୁଲ କୋଉଠି ମୁଁ ବି ଜାଣି ପାରିଲି ନି । ସମସ୍ତେ ଆମକୁ ଖରାପ ନଜର ରେ ଦେଖିଲେ । ତୁମ ପାଇଁ ମହିଳା କମିଶନ ଅଛି....


ତୁମ ମିଛ ବି ସତ ହୁଏ ଏ ସମାଜ ରେ ହେଲେ ମୋ ପାଇଁ ପୁରୁଷ କମିଶନ ନାଇଁ । ମୁଁ ନିର୍ଦୋଷ ବୋଲି କେମିତି ପ୍ରମାଣ ଦେବୀ ସମାଜ କୁ । ତୁମେ ନାରୀ ତୁମ କଥା ସମସ୍ତେ ବିଶ୍ୱାସ କରିବେ । ହେଲେ ମୋ କଥା କୁ କିଏ ବିଶ୍ୱାସ କରିବ । ମୋ ପାପ, ମମି ଠୁ ଅଲଗା ରହିବା ଥିଲା ତ ମୋତେ କହିଁଥାନ୍ତ ଏତେ ନାଟକ କରି କଣ ପାଇଲ । ମୋ ସୁନ୍ଦର ନୀଡ କୁ ନିଜ ହାତରେ ଭାଙ୍ଗି ଦେଇ କୋଉ ଖୁସି ତୁମେ ହାସିଲ କଲ । ଜାଣିଛ ମୁଁ ମମି, ପାପା ଆଗରେ ମନ ଖୋଲି କାନ୍ଦି ବି ପାରୁନି । କାରଣ ସେମାନେ ହାର୍ଟ ପେସେଣ୍ଟ । ମୋ ନିଷିଦ୍ଧ କୋଠରୀ ର ବିସ୍ତବ୍ଦ ରାତି ରେ ଖୁବ କାନ୍ଦେ...


ସମାଜ କହେ ନାରୀ କାନ୍ଦେ... କିନ୍ତୁ ପୁରୁଷ ହୃଦୟ ନାହିଁ କି???? ସେ କେବେ କାନ୍ଦେ ନି??? ନା ପୁରୁଷ କାନ୍ଦ କୁ ସେ ସମାଜ କେବେ ଦେଖି ପାରେନି । ବାପା ମମି ଆଗରେ ମିଛ ରେ ହସୁଛି । ଯଦି ଚାହିଁବ ଏବେ ବି ସମୟ ଅଛି ମୋ ପରି ର ଭବିଷ୍ୟତ ପାଇଁ ଟିକେ ଚିନ୍ତା କରିବ । ତୁମେ ସିନା ମା ସ୍ନେହ ଦେବ ସେ ବାପା ସ୍ନେହ କୋଉଠୁ ପାଇବ??? ମୁଁ କିଛି ଦିନ ଅପେକ୍ଷା କରିଛି ସେ ପେପର ରେ ସାଇନ କରୁନି । ବାକି ସବୁ ତୁମ ଇଛା ମୁଁ ତୁମକୁ ବାଧ୍ୟ କରିବିନି କାରଣ ମୁଁ ସେ ଅଧିକାର ହରେଇ ସାରିଛି । ସବୁଦିନ ପାଇଁ ମୋ ହୃଦୟ ଆଉ ଘର ତୁମ ପାଇଁ ଖୋଲା । ସେ ଜଗନ୍ନାଥ ଭଳି ତୁମ ସବୁ ଦୋଷ କ୍ଷମା କରି ପୁଣି ଆପଣେଇ ନେବି । ଯଦି ତୁମ ମନ ପରିବର୍ତନ ନ ହୁଏ ମୁଁ ଖୁସି ରେ ଏ ଡିଭୋସ ପେପର ରେ ସାଇନ କରିଦେବି । ନିୟମ ଅନୁସାରେ ଏବେ ମୁଁ ପରି କୁ ବି ତୁମଠୁ ଆଣି ପାରିବିନି । ଯେବେ ବଡ଼ ହେବ ତାକୁ ମୋ ପାଖରେ ଛାଡ଼ିଦେବ.... ତୁମ ପ୍ରତିଛବି ଭାବି ସାରା ଜୀବନ ବିତେଇ ଦେବୀ... ତୁମେ ଖୁସି ରେ ରୁହ... ଆଉ ଅଧିକ କଣ ଲେଖିବି । ନମ୍ବର ବ୍ଲକ କଲା ଭଳି ଚିଠି ଚିରିବ ନି ନିଶ୍ଚୟ ପଢିବ ତା ପରେ ଚିରି ଫିଙ୍ଗି ଦେଇ ପର.....

                            ଇତି ତୁମ ଅଭଗା ସ୍ୱାମୀ

                                        ଜୀବନ



Rate this content
Log in

Similar oriya story from Tragedy