tikeshwar sahu

Tragedy Inspirational

3  

tikeshwar sahu

Tragedy Inspirational

ଅଦୃୃୃୃୃୃୃୃୃୃୃୃୃୃଶ୍ୟ ଝଡ଼

ଅଦୃୃୃୃୃୃୃୃୃୃୃୃୃୃଶ୍ୟ ଝଡ଼

2 mins
192


 ନୀରଦ ସାମାନ୍ୟ ଆଗକୁ ଯାଇ ପୁଣି ଫେରିଆସିଲା ସେହି ସ୍ଥାନକୁ ଯେଉଁଠି ସବୁଦିନେ କାହାକୁ ଅପେକ୍ଷା କରେ l ହେଲେ ତାର ଠିକଣା ତାକୁ ଜଣାନାହିଁ l ନିର୍ଦ୍ଦିଷ୍ଟ ତାର ଠିକଣା ମନେ ପକାଇବାକୁ ଚେଷ୍ଟା କଲେ ମଧ୍ୟ ମନେ ପଡ଼ୁନାହିଁ l ଭାରି ଭାରି ଲାଗୁଥିଲା ନୀରଦକୁ l ମନେ ମନେ ବିରକ୍ତ ହୋଇଯାଉଥିଲା l ଆଗରେ ଅନେକ ପ୍ରଶ୍ନ l ହେଲେ କେଉଁ ଗୋଟିଏ ପ୍ରଶ୍ନର ଉତ୍ତର ପାଇପାରୁନାହିଁ l ଉଦାସ ମନ ନେଇ କିଛି ଭାବି ପାରିଲା ନାହିଁ l  

  ପାଖରେ କେହି ନଥିଲେ l କେହି ଥିଲେ ସିନା କିଛି ଗୋଟାଏ ଉପାୟ ବତେଇ ଦିଅନ୍ତା l ମନ ଭିତରେ ମାନସିକ ଝଡ଼ ଆହୁରି ପ୍ରବଳ ହେଲା l ସନ୍ଧ୍ୟା ଘନେଇ ଆସୁଥାଏ l ଆକାଶରେ ତାରାମାନେ ଚିକ୍ ମିକ୍ କଲେଣି l ରାସ୍ତା କଡ଼ର ଆଲୋକ ସ୍ତମ୍ଭରେ ଆଲୋକ ବତୀ ଜଳିଉଠିଲା l ନିଛାଟିଆ ରାସ୍ତା ଗୁଡ଼ାକ ଲୋକ ଗହଳିରେ ଭରି ଉଠୁଥିଲା l ନୀରଦ କିନ୍ତୁ ସହି ପାରୁନଥିଲା ଆପଣା ବ୍ୟସ୍ତତାକୁ ନେଇ l ମନରୁ ଆଶା ହରେଇ ନଥିଲା ସେ l ଆଶା ଓ ବିଶ୍ୱାସକୁ ପାଥେୟ କରି ସେ ଅପେକ୍ଷା କରୁଥିଲା ସେ ସୁଦିନକୁ l ସାଗରର ଉତ୍ତାଳ ତରଙ୍ଗ ମନ ଭିତରେ ବସା ବାନ୍ଧୁଥିଲା l ଅଦିନିଆ ଝଡ଼ ମୁଣ୍ଡର ବାଳଗୁଡ଼ାକୁ ଟାଣି ଧରୁଥିଲା l ଗୁମ୍ ହୋଇ ବସିପଡ଼ିଲା ନୀରଦ l ଆଗରେ ଦେଖାଯାଉଥିବା ଲୋକଙ୍କ ଭିଡ଼ ନୀରଦ ଆଖିରେ କିଛି ଦେଖାଯାଉନି l ଛୋଟ ପତଙ୍ଗ ହୋଇ ଆଲୋକ ବର୍ତ୍ତିକାର ବତୀ ଭିତରେ ହଜିଯାଉଥିଲା l ଟିକି ପତରଟିଏ ହୋଇ ଭାସି ଯାଉଥିଲା ସେ l କୁଟା ଖିଅଟିଏ ସାହା ମିଳୁନି l ମୁଣ୍ଡକୁ ଜୋରରେ ଚିପି ଧରିଲା l ସତେ ଯେମିତି ମୁଣ୍ଡଟା ଫାଟିପଡ଼ିବ l ମାଟି ଉପରେ ଆସୁଥିବା ଝଡ଼ ତୋଫାନକୁ ସମସ୍ତେ ଦେଖନ୍ତି l କୌଣସି ଏକ ସୁରକ୍ଷିତ ସ୍ଥାନ ବାଛି ନିଅନ୍ତି l ନୀରଦ ମନ ଭିତରେ ମାଡ଼ି ଆସିଥିବା ଅଦିନ ଝଡ଼ କାହାକୁ ଦେଖାଯାଉନି ସିନା ନୀରଦକୁ ଅସହ୍ୟ ହେଉଥିଲା l ପାଦ କାଢ଼ି ଆଗକୁ ଚାଲିଲା ଲକ୍ଷ୍ୟହୀନ ଭାବରେ l ପାଦର ଗତି ଜୋର ଧରିଲା l ନା ! ଆଉ ଅପେକ୍ଷା କରିବ ନାହିଁ କାହାକୁ l ଯିଏ ତାକୁ ଭୁଲି ଯାଇପାରିଲା ,ତା ପାଇଁ ଏତେ ଅପେକ୍ଷା ! ପାଦର ଗତି ସହିତ ମନର ଗତି ମେଳ ଖାଉନଥିଲା l ଲମ୍ବି ଯାଉଥିବା ରାସ୍ତା ଛିଣ୍ଡୁନଥିଲା l ତଥାପି ଜୋରରେ ଚାଲୁଥିଲା ନୀରଦ l ଘରର ଫାଟକ ଖୋଲି ଭିତରକୁ ଗଲା l ସେ ନିଜକୁ ପ୍ରଶ୍ନ ପଚାରିବାକୁ ଲାଗିଲା , ସେ ନିଜ ଘରକୁ ଫେରିଛି ତ ? ସତ ପରକ୍ଷୀ ନେଲା l ନିଜ ଅଜାଣତରେ ନିଜ ଘରର ସୋଫା ଉପରେ ବସିପଡ଼ିଲା l ଅତି ପରିଚିତ କାନ୍ଥ ଘଣ୍ଟାକୁ ଚାହିଁଲା l ଏବେ ବୁଝିନେଲା ଯେ ସେ ନିଜ ଘରକୁ ଫେରି ଆସିଛି l ଭଗବାନଙ୍କୁ କୋଟି କୋଟି ପ୍ରଣାମ କଲା l କାନ୍ଥରେ ଟଙ୍ଗା ହୋଇଥିବା ମେଡ଼ିଟେସନ୍ ପଏଣ୍ଟ ଫଟୋକୁ ଚାହିଁଲା l ଆଖି ମିଳାଇ ଅନେକ ସମୟ ବସିଲା l ଧୀରେ ଧୀରେ ଆଖି ନିମିଳିତ ହୋଇଆସିଲା l  

   ସକାଳ ହେଲା l ସବୁ ଠିକଠିକ୍ ଥିଲା l ଆଖି ମଳିମଳି ନୀରଦ ଉଠିଲା l କାଲିର ମାନସିକ ସାମୁଦ୍ରିକ ଝଡ଼ଟା ମୁଣ୍ଡ ଉପର ଦେଇ ଆଗକୁ ବଢ଼ିଯାଇଥିଲା l ନିର୍ମଳ ସକାଳ ଭଳି ମନଟା ମଧ୍ୟ ସଫା ସଫା ଲାଗିଲା l ନୀରଦ ମନେ ମନେ ଭାଳି ହେଉଥିଲା ଗତକାଲିର ଅଦୃଶ୍ୟ ଝଡ଼କୁ l 



Rate this content
Log in

Similar oriya story from Tragedy