STORYMIRROR

ABINAS SAHOO

Tragedy

2  

ABINAS SAHOO

Tragedy

ଅଦିନିଆ ଝଡ଼

ଅଦିନିଆ ଝଡ଼

2 mins
637

ସେ ଦିନ ଥିଲା ମଙ୍ଗଳ ବାର, ରାମ ବାବୁ ନଇଁ ନଇଁ ଫେରୁ ଥିଲେ ଗାଁ ମନ୍ଦିର ରୁ, ହାଟଥ ଘୋଟି ଆସିଥିଲା କଳା ହାଣ୍ଡିଆ ମେଘ | ସେ ମେଘ ଯେମିତି ଘୋଟି ଆଣି ଥିଲା ତାଙ୍କ ଜୀବନର ଏକ ଅଦୃଶ୍ୟ କଠିନ ର ପରିସ୍ଥିତି | ସେ ଆରମ୍ଭ କଲେ ଜଲଦି ଜଲଦି ଯିବାକୁ ଘରକୁ ଘରେ ତାଙ୍କର ଅପେକ୍ଷା କରି ରହିଥିଲେ ତାଙ୍କର ଧର୍ମ ପତ୍ନୀ ମୀରା, ତାଙ୍କ କଥା ଏତେ ମଧୁର ଥିଲା କି ତାଙ୍କ କଥା ଥରେ ଶୁଣି ଦେଲେ ଇଛା ହୁଏ ବସି ତାଙ୍କ ସହ ଆଉ ଦୁଇପଦ ଗପିବାକୁ | ରାମ ବାବୁ ତରତର ହେଉଥାନ୍ତି ଘରେ ପହଂଚିବାକୁ ହେଲେ ତାଙ୍କ ପାଦ ରେ ସେମିକି ଶକ୍ତି ନ ଥାଏ କି ଜଲଦି ପହଂଚିବାକୁ |

ବର୍ଷା ଆରମ୍ଭ ହୋଇଗଲା ରାମ ବାବୁ ଭିଜି ଭିଜି ଚାଲି ଥାନ୍ତି ଘରକୁ ଆଉ ହାତରେ ଥାଏ ମନ୍ଦିର ପାଖର ମଙ୍ଗୁଳିଆ ର ପକୁଡି ଯାହା ମୀରାଙ୍କର ବହୁତ ପସନ୍ଦ | ରାମ ବାବୁ ଖୁସିରେ ତରତର ହୋଇ ବର୍ଷା ରେ ଭିଜି ଚାଲିଥିଲେ ନିଜ ଘରକୁ |


ହଠାତ ଏକ ଗମ୍ଭୀର ସ୍ୱର ଶୁଣା ଗଲା, ମଉସା ମଉସା ଚମକି ପଡିଲେ ରାମ ବାବୁ, ରାମ ବାବୁଙ୍କ ପାଖରେ ପହଁଚିଲେ ତାଙ୍କ ପଡୋଶୀ ଶଙ୍କର, ଶଙ୍କର ର ସ୍ୱର ଗମ୍ଭୀର ଥିଲା, ସେ ଧୀର ସ୍ୱର ରେ କହିଲା ମଉସା ଜଲଦି ଚାଲ ମାଉସୀ ର ଦେହ କ'ଣ ହେଇ ଯାଉଛି | ନିଜ ଗୋଡ ରେ ଶକ୍ତି ନ ଥିଲେ ବି ଜଲଦି ଜଲଦି ଚାଲିଲେ ଆଉ ଘରେ ପହଁଚିଲେ |


ପହଂଚି ଦେଖିଲେ ଘର ଆଗରେ ବହୁତ ଲୋକ ଜମା ହୋଇଥିଲେ, ଧୀରେ ଧୀରେ ରାମବାବୁଙ୍କ ପାଦ ଧୀରେ ଧୀରେ ପଡିଲା, ସେ ଘର ଭିତରୁକୁ ଯାଇ ଦେଖିଲେ ତାଙ୍କର ପ୍ରିୟ ମୀରା ଅଚିନ୍ତା ନିଦ୍ରା ରେ ସୋଇଛି | ଆଉ ତାଙ୍କ ଆଖିରୁ ବୋହି ଆସିଥିଲା ଅଶ୍ରୁ ର ଦୁଇଟି ଧାର | ସେ ତାଙ୍କ ପକେଟ ରୁ ବାହାର କରିଥିଲେ ସେଇ ମୀରାଙ୍କ ମନ ପସନ୍ଦ ର ପକୁଡି | ସେ ସେଇ ପକୁଡି କୁ ମୀରା ମାଉସୀଙ୍କ ପାଟି ରେ ଦେଉ ଦେଉ ରାମବାବୁଙ୍କ ପ୍ରାଣ ଉଡି ଯାଇଥିଲା | ସେ ତାଙ୍କର ପ୍ରେମର ଶିକ୍ଷା ଦେଇ ଚାଲି ଗଲେ ସିନା....ହେଲେ ଆମେ.....


ବେଳେ ବେଳେ ସେ ଦିନ ରାତି କଥା ମାନେ ପଡିଲେ ଲାଗେ ଯେମିତି...ସେ ଦିନ ରାତି କ'ଣ ନେଇ ଆସିଥିଲା ତାଙ୍କ ଜୀବନ ରେ ଅଦିନିଆ ଝଡ଼ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy