STORYMIRROR

Debaki Behera

Tragedy Crime Inspirational

4  

Debaki Behera

Tragedy Crime Inspirational

ଅଦିନ ଝଡ

ଅଦିନ ଝଡ

8 mins
230


ମନୋରମା ଜଣେ କଲେଜ ଅଧ୍ୟାପିକା l ବୟସ ପଚାଶ ଟପିଛି ସତ କିନ୍ତୁ ଏବେ ବି ଯୌବନ ପ୍ରତି ଅଙ୍ଗରେ ସଜ ପାରିଜାତ ଭଳି ଫୁଟି ଦିଶୁଛି l ମନୋରମା ର ଦୁଇ ପୁଅ ଓ ଗୋଟିଏ ଝିଅ l ଦୁଇ ପୁଅ ସୁରେଶ, ନରେଶ ଓ ଝିଅ ପ୍ରତିମା l ସମସ୍ତେ ଊଂଚ୍ଚଶିକ୍ଷିତ l ସୁରେଶ ଏକ ଏମ. ଏନ. ସି. କମ୍ପାନୀ ରେ ମ୍ୟାନେଜର ରୂପେ କାର୍ଯ୍ୟରତ l ତା ସ୍ତ୍ରୀ ମଧ୍ୟ ସେହିଁ କମ୍ପାନୀ ରେ କାର୍ଯ୍ୟ କରୁଛି l ସାନ ପୁଅ ନରେଶ ଇଞ୍ଜିନିଅରିଂ ର ଶେଷ ବର୍ଷ ରେ ପଢୁଛି l ଝିଅ ପ୍ରତିମା ଓ ତା ସ୍ୱାମୀ ଦିହେଁ ବ୍ୟାଙ୍କ ରେ କାର୍ଯ୍ୟରତ l ସେମାନଙ୍କ ଜୀବନ ବହୁତ ହସ ଖୁସି ଭରା l ବଡ ପୁଅ ବହୁ ପାଖ ସହରରେ କମ୍ପାନୀ ଦେଇଥିବା ଫ୍ଲାଟ ରେ ରୁହନ୍ତି l ଅତି କମ ରେ ଅଧଘଂଟା ର ବାଟ l ଝିଅ ଟି ସେଇ ସହରରେ ରହୁଛି ଯେଉଁ ସହର ରେ ମନୋରମା ରୁହେ l ସାନ ପୁଅଟି ଘରେ ମା ମନୋରମା ଓ ବାପା ମନୋଜ ସହ ରୁହେ l କିନ୍ତୁ ଅଧିକାଂଶ ସମୟ ସେ ରୁମ କିମ୍ବା ସାଙ୍ଗ ମାନଙ୍କ ସହ ବ୍ୟସ୍ତ ଥାଏ l ମି. ମନୋଜ ମନୋରମା ର ସ୍ୱାମୀ ଜଣେ ଲେଖକ l ଅବସର ନେବା ପୂର୍ବରୁ ବ୍ୟାଙ୍କ ରେ ଜଣେ ସାଧାରଣ କ୍ଲର୍କ ଭାବରେ କାର୍ଯ୍ୟ କରୁଥିଲେ l ଅବସର ଗ୍ରହଣ ପରେ ସେ ଘରେ କିମ୍ବା ବଗିଚାରେ ବସି କାହାଣୀ ଓ କବିତାମାନ ଲେଖାରେ ସମୟ ଅତିବାହିତ କରନ୍ତି l ମନୋରମା ଜଣେ ସୁଗୃହିଣୀ, ସ୍ନେହୀ ମାଆ ଓ ଭଲ ଶାଶୁ ଭାବରେ ପରିବାର ପାଖରେ ପରିଚିତ l କିନ୍ତୁ କେଜାଣି କାହିଁକି ମନୋଜ ର ଟିକିଏ ବିତୃଷ୍ନା ଭାବ ମନୋରମା ପ୍ରତି ଥାଏ l ମନୋରମା କେବେ ବି ପତ୍ନୀ ହିସାବରେ ଅଧିକରେ ଆଶା କରିନି l ସେ ଆଜିକାର ନାରୀ ତେଣୁ ସେ ସ୍ୱଳ୍ପ ରୋଜଗାର ଯାହା ମନୋଜ ତାକୁ ଦିଏ ସେ ସେଥିରେ ନିଜ ପାରିଶ୍ରମିକ ମିଶାଇ ଅତି ସୁନ୍ଦର ଭାବରେ ଘର ଟିକୁ ସମ୍ଭାଳି ନେଇଛି l ଆଉ କିଛି ବର୍ଷ ପରେ ସେ ବି ଅବସର ଗ୍ରହଣ କରିବ l ଭଲ ଅଧ୍ୟାପିକା ହିସାବରେ ସେ ସହର ରେ ମନୋରମା ର ବହୁତ ଭଲ ନାଁ ଥିଲା l ମନୋଜ ଯେତେବେଳେ ଚାକିରୀ କରୁଥିଲା ସେତେବେଳେ ତାକୁ ସମସ୍ତେ ତା ସ୍ତ୍ରୀ ର ସୁନ୍ଦରତା ତଥା କାର୍ଯ୍ୟ ଦକ୍ଷତା ର ଭୁରିଭୁରି ପ୍ରଶଂସା କରୁଥିଲେ l ବିବାହ ର କିଛି ମାସ ମନୋଜ ବହୁତ ଖୁସି ହଉଥିଲା ଏ ସବୁ କୁ ଶୁଣିକି କିନ୍ତୁ ସମୟ ର ଚକ ଯେମିତି ଯେମିତି ଆଗକୁ ଗଡ଼ିଲା ଏଇ ପସନ୍ଦ ଟି ଇର୍ଷା ରେ ପରିଣତ ହେଇଗଲା କେତେବେଳେ ସେ ବି ଜାଣିନଥିଲା l ଧୀରେ ଧୀରେ ମନୋଜ ମନୋରମା ଉପରେ ବିରକ୍ତ ହେବାକୁ ଲାଗିଲା l ଏଇ ବିରକ୍ତି ଭାବ ମନୋଜ ଏବଂ ମନୋରମା କୁ ଦୁରେଇ ଦେଲା l ମନୋରମା ଏ ସବୁ କିଛି ଜାଣିନଥିଲା l ହୁଏତ କାମ ବୋଝ ରେ ଏପରି ହେଉଛନ୍ତି ଭାବି ନିଜକୁ କଲେଜ ଓ ପରିବାର ପୁଅ ଝିଅ ମଧ୍ୟରେ ବାଣ୍ଟି ଦେଇଥିଲା l ମନୋରମା ମନୋଜ ର ସବୁ ଇଛା କୁ ସମ୍ମାନ ଦିଏ l ବହୁତ ସୁନ୍ଦର ଭାବରେ ସବୁ କଥାକୁ ହସି ହସି ସହିନିଏ l କଲେଜଠାରୁ ଘର ପ୍ରଯ୍ୟନ୍ତ ମନୋରମା ର ବ୍ୟବହାର ରେ ସମସ୍ତେ ବହୁତ ଖୁସି l ସମୟ ଏହି ପରି ଗଡ଼ି ଚାଲିଥାଏ l

ଦିନେ କଲେଜ ରେ ଇଲେକ୍ସନ ର ସମୟ ଆସିଲା l ଏଥରକ କଲେଜ କୁ ନୂଆ କରି ବହୁତ ନୂଆ ପୁରୁଣା ଚେହେରାର ପିଲା ଅସିଥାନ୍ତି l ସେଇ କଲେଜ ରେ ମୋହିତ ବୋଲି ଜଣେ ଛାତ୍ର ପଢୁଥାଏ l ତା ବାପା କଲେଜ ଟ୍ରଷ୍ଟିର ପୁଅ ତେଣୁ ତାର ବହୁତ ଗର୍ବ ଥାଏ l ଦିନ ତମାମ କଲେଜ ରେ ଗୁଣ୍ଡାଗର୍ଦି କରୁଥାଏ l କଲେଜ ର ପିଲାଙ୍କୁ ରାଗିଙ୍ଗ କରିବା ତାର ଗୋଟେ ନିଶା l କିଛି କାମ ନଥିଲେ କ୍ୟାମ୍ପସ ରେ ବସି ସିଗାରେଟ ଟାଣି ଝିଅ ମାନଙ୍କୁ ହଇରାଣ କରେ lତାର ଦୁଇ ଚାରିଟି ସାଙ୍ଗକୁ ନେଇ ସେ ଏକ ଟିମ ଗଢ଼ିଥିଲା l ସେ ଓ ତା ଟିମ ର ପିଲା ଦିନକୁ ଦିନ କଲେଜ ରେ ଔଦ୍ଧତ୍ୟ ର ସୀମା ଟପିଯାଉଥିଲେ l ଏଇ ସବୁ ମନୋରମା ଦେହରେ ଯାଏନି l ସେ ଅନେକ ଥର ମୋହିତ ନାଁରେ ଅଭିଯୋଗ କରିଛି କିନ୍ତୁ କିଛି ଲାଭ ନାହିଁ l ମୋହିତକୁ କେହି କିଛି କହିବାକୁ କେବେ ସାହସ କରନ୍ତି ନାହିଁ l

ଦିନେ ରବିବାର ର ସମୟ ଥାଏ l ମନୋରମା ବଜାରକୁ କିଛି ସଉଦା ଆଣିବାକୁ ଯାଇଥାଏ l ସଉଦା ମାର୍କେଟ ଟି ତା କଲେଜ ଆଗକୁ ପଡେ l ସଉଦା ନେଇ ଫେରୁଥିଲା ବେଳେ ସେ ମୋହିତ ଏବଂ ତା ସାଙ୍ଗ ମାନଙ୍କୁ କଲେଜ ଭିତରେ ଦେଖିଲା l କଲେଜ ଟ୍ରଷ୍ଟି ର ପୁଅ ତାକୁ ବା କିଏ କଲେଜ ଭିତରକୁ ପଶିବାକୁ ମନା କରିବ ଏଇ କଥା ଭାବି ସେ ଚାଲିଯିବାକୁ ଆଗକୁ ପାଦ ବଢ଼େଇଲା l ହେଲେ କେଜାଣି କାହିଁକି ତାକୁ ଟିକେ ସନ୍ଦେହ ଆସିଲା ତେଣୁ ସେ କଲେଜ ଭିତରକୁ ପ୍ରବେଶ କଲା l ରୁମ ପରେ ରୁମ ଟପି ସେ କନଫରେନ୍ସ ରୁମ ରେ ପାଖରେ ପହଁଚିଲା l ସେଠି ସେ ମୋହିତ ଓ ତା ସାଙ୍ଗମାନଙ୍କୁ ଗୋଟିଏ ଝିଅ ର ବଳାତ୍କାର କରୁଥିବାର ଦୃଶ୍ୟ ଦେଖି କଣ କରିବ କିଛି ବୁଝିପାରିଲା ନାହିଁ l ସେ ସବୁ ସେଇ ଝିଅଟିକୁ କୁକୁର ବିଲୁଆ ମାଂସ ଝିଣି ଖାଇଲା ଭଳି କିଲବିଲ କରୁଥାନ୍ତି l ସେ ଜାଣିଥିଲା ଯେ ସେ ଏକେଲା କିଛି କରିପାରିବନି l ତେଣୁ ସେ ସଙ୍ଗେ ସଙ୍ଗେ ପୋଲିସ କୁ ଫୋନ କଲା l ପୋଲିସ ମୋହିତ ର ନାଁ ଶୁଣି ପାଗଳ ସ୍ତ୍ରୀ ଲୋକ ଫୋନ ରଖେ କହିକି ଫୋନ ରଖିଦେଲା l ମୋହିତ ର ବାପା ଜଣେ ବିଶିଷ୍ଟ ସମାଜସେବୀ ଥିଲେ l କିନ୍ତୁ ସମାଜସେବା ନାଁରେ ସେ ବିଭିନ୍ନ ମାଦକ ଦ୍ରବ୍ୟ ର ବେପାର କରୁଥିଲେ l ତେଣୁ ପୋଲିସ ମଧ୍ୟ ତାଙ୍କର ଚାମଚାଗିରି କରୁଥିଲା l ସେ ସେଇଠାରେ କିଛି ଉପାୟ ନପାଇ ମୋହିତ ଏବଂ ତା ସାଙ୍ଗ ମାନଙ୍କର କାର୍ଯ୍ୟକଳାପ କୁ ମୋବାଇଲ ରେ ରେକର୍ଡ କରିଦେଲା l ଆଉ ସେଠାରୁ ସେ ଘରକୁ ଚାଲି ଆସିଲା l କାହାକୁ କହିବ କିଏ ତା ସାଥ ଦେବ ଏଇସବୁ ଭାବି ଭାବି ତାକୁ ରାତିଯାକ ନିଦ ହେଲାନି l ସେ ରାତିରେ ବହୁତ ଥର ମନୋଜ କୁ ଡାକି ଏହି ସବୁ କଥା କହିବାକୁ ଭାବିଲା ହେଲେ ମନୋଜ ତ ତା କଥାକୁ ବୁଝିବେନି ବୋଲି ଭାବି ନିଜକୁ ନିଜେ ରହିଯାଏl ମନୋଜ ସେତେବେଳେ ଯାଏଁ ଶୋଇ ନଥାଏ l ମନୋରମା କୌଣସି ଚିନ୍ତା ବା ବିପଦରେ ଅଛି ସେ ଅନୁଭବ କରିପାରିଲା l କିନ୍ତୁ କିଛି ନ ଜାଣିଲା ପରି ଶୋଇଗଲା l ମନୋରମା ଏମିତି କଡ ଏପଟ ସେପଟ ହେଉ ହେଉ ସକାଳ ହୋଇଗଲା l ସେ କଲେଜ ଯିବ ନା ନାହିଁ ଏମିତି ଭାବି କରି କଲେଜ ବାହାରିଲା l କଲେଜ ରେ ପୂର୍ବଭଳି ସବୁ ଠିକ ଠାକ ଥିଲା l ଯେମିତି କିଛି ହେଇନି ସମସ୍ତିଙ୍କ ଚେହେରା ରୁ ଜଣା ପଡୁଥିଲା l ମନୋରମା ର ଦ୍ବୀବିଧା ଏବେ ବଢିଗଲା କି ସେ ଯାହା ଦେଖିଥିଲା ତା ଆଖିର ଭ୍ରମ ନୁହେଁ ତ l ସେ ଷ୍ଟାଫ ରୁମ ରେ ଯାଇ ନିଜ ଚୌକି ରେ ବସିପଡିଲା l ତାର ଜଣେ ସହକର୍ମୀ ଅଧ୍ୟାପିକା ରୁକ୍ମିଣୀ ମନୋରମା ପାଖକୁ ଆସିଲା ଆଉ କଣ ହେଇଛି ମନୋରମା ବୋଲି ପଚାରିଲା l ମନୋରମା ଭୁତ ଦେଖିଦେଲା ଭଳି ହଠାତ ଚମକି ପଡିଲା l ତାର ଏମିତି ଅବସ୍ଥା ଦେଖି ରୁକ୍ମିଣୀ ମନୋରମା ପାଖ ଚୌକି ରେ ବସି ପଡି କହିଲା:- "କଣ ହେଇଛି ମନୋରମା, ଦେହ ଭଲ ନାହିଁକି, ତୁମେ ଟିକେ ଅଲଗା ପ୍ରକାର ର ବ୍ୟବହାର କରୁଛ? ସବୁ ଠିକ ଅଛି ତ? "

ମନୋରମା :-ହଁ, ମୁଁ ଠିକ ଅଛି l ଟିକେ ଦେହ ଭଲ ଲାଗୁନି କଣ ତୁମେ ଆଜି ମୋ କ୍ଲାସଟି ନେଇଯିବ l

ମନୋରମା ତା ଅଧ୍ୟାପିକା ଜୀବନ ଭିତରେ କେବେ ବି କୈଣସି କ୍ଲାସ ବନ୍ଦ କରିନଥିଲା l ରୁକ୍ମିଣୀ ଆଶ୍ଚର୍ଯ୍ୟ ହୋଇ କହିଲା :- ଚିନ୍ତା କରନି ମନୋରମା ମୁଁ ତୁମ କ୍ଲାସ ଟି ନେଇଯିବି l ଯଦି ଦେହ ଭଲ ଲାଗୁନି ଘରକୁ ଚାଲିଯାଅ l ବିଶ୍ରାମ କରିବ ଦେହ ଭଲ ଲାଗିବ l

ମନୋରମା :- ନାଇଁ ସେମିତି କିଛି ନାହିଁ l ମୁଁ ଟିକେ ଏଇଠାରେ ବିଶ୍ରାମ ନଉଛି ପରେ ଯିବି l

ରୁକ୍ମିଣୀ ମନୋରମା ଠାରୁ ବିଦାୟ ନେଇ କ୍ଲାସ କୁ ଚାଲିଗଲା l ମନୋରମା ନିଜ ମୋବଇଲ ଟି କାଢି ସେଇ ଭିଡିଓ ଟିକୁ ଦେଖିଲା l କଣ କରିବ କିଛି ବୁଝିପାରିଲାନି l ତଥାପି ଅତି ସାହସ ର ସହ ପୋଲିସ ଷ୍ଟେସନ ଗଲା ଏବଂ ମୋହିତ ଓ ତା ସାଙ୍ଗ ମାନଙ୍କ ନାଁରେ ଏକ ଅଭିଯୋଗ ଦେଇ ଆସିଲା l ପୋଲିସ ଷ୍ଟେସନ ରେ ତଳିଆ କର୍ମଚାରୀ ଥିବାରୁ ଏଫଆଇଆର ଟି ଦାଖଲ ହୋଇଗଲା l କିନ୍ତୁ ବଡ ବାବୁ ଯେତେବେଳେ ଆସିଲେ ମନୋରମାକୁ ଫୋନ କରି ଏଫଆଇଆର ନେଇଯିବାକୁ କହିଲେ l ମନୋରମା ନିଜ ଜିଦ୍ଦ ରେ ଅଟଳ l ଯୋଗକୁ ପୋଲିସ ଷ୍ଟେସନ ରେ ସେତେବେଳେ ଜଣେ ଗଣ ମାଧ୍ୟମ ର କର୍ମଚାରୀ ବସିଥିଲେ l ସେ ଏଇ କଥାକୁ ପୋଲିସ ବାବୁଙ୍କର ଧମକ ସହ ଏଫଆଇଆର ର ଏକ ଫୋଟୋ ଉଠେଇ ରଖିଦେଇଥିଲେ l ମୋହିତ କୁ ଏ ସବୁ ବିଷୟରେ ଜଣା ପଡିଗଲା l ସେ ତ ଆଗରୁ ହିଁ ମନୋରମା କୁ ରାଗୁଥିଲା ଆଉ ଏବେ ତାହା ଘିଅ ରେ ନିଆଁ ଢ଼ାଳିଲା ଭଳି ହୋଇଗଲା l ସେ ଆଉ ତା ସାଙ୍ଗ ମାନେ ସୁଯୋଗ ଅପେକ୍ଷାରେ ଜଗି ରହିଲେ l ସେତେବେଳକୁ ସନ୍ଧ୍ୟା ହୋଇଆସୁଥାଏ l କଲେଜ କେତେବେଳୁ ବନ୍ଦ ହାରିସାରିଲାଣି l ମନୋରମା ପୋଲିସ ଷ୍ଟେସନ ରୁ ତା ଝିଅ ଘରକୁ ଚାଲିଯାଇଥାଏ l ସେଠାରେ ସେ କିଛି ସମୟ କାଟି ଠିକ ରାତି ଆଠଟା ବେଳକୁ ଘର ଅଭିମୁଖେ ବାହାରିଲା l ବର୍ଷା ଦିନ ନ ହୋଇବି ସେଦିନ ରାତିଟା ଟିକେ ଅଶାନ୍ତ ଥିଲା ଭଳି ଲାଗୁଥିଲା l ଚାରିଆଡେ ଖାଲି ବର୍ଷା ଓ ଘଡଘଡି ର ଶବ୍ଦ l ସେ ଶୀଘ୍ର ଶୀଘ୍ର ପାଦ ବଢ଼େଇ ଘର ଆଡେ ଚାଲିଥାଏ l କଲେଜ ନିକଟବର୍ତୀ ହେବା ମାତ୍ରେ ମୋହିତ ଓ ତା ସାଙ୍ଗ ମାନେ ମନୋରମା କୁ କଲେଜ ଭିତରକୁ ଉଠାଇ ନେଲେ l ମୋହିତ ତା ରାଗ ଶାନ୍ତ କରିବାକୁ ଅନ୍ୟ କିଛି ଉପାୟ ନପାଇ ମନୋରମା ସହ ବଳତ୍କାର ଉଦ୍ୟମ କଲା l ସେମାନେ ଚାରିଜଣ ଆଉ ମନୋରମା ଜଣେ ମାତ୍ର l କିଛି ସମୟ ସେମାନଙ୍କୁ ଅଟକେଇବାକୁ ଚେଷ୍ଟା କରି ବିଫଳ ହେଲା l ଜଣଙ୍କ ପରେ ଜଣେ ପାଞ୍ଚ ଜଣ ଯାକ ତା ସହ ଦୁଷ୍କର୍ମ କରିଚାଲିଥିଲେ l ମନୋରମା ଅଚେତ ହେବା ପୂର୍ବରୁ କେବଳ ମୋହିତର ଶେଷ କଥା ଶୁଣିଥାଏ କି ଯା ପୁଣି ଥରେ ପୋଲିସ ଷ୍ଟେସନ ତୋ ସହ ମୁଁ ବଳତ୍କାର କରିଛି ବୋଲି ଏଫଆଇଆର ଦେଇ ଆସିବୁ l ବାହାରେ ଝଡ କମିଯାଇଥାଏ l ମନୋରମା ଅଚେତ ହୋଇଯାଇଥାଏ l ହୋସ ଆସିଲା ବେଳକୁ ସେ ହସ୍ପିଟାଲ ବେଡ଼ ରେ ଥାଏ l ଦୁଇ ଦିନ ହେଲା ସେ ଅଚେତ ଥିଲା ତାକୁ ମଧ୍ୟ ଏ କଥା ସେ ଜାଣିନଥିଲା l ପାଖରେ ଜଣେ ନର୍ସ ଥାନ୍ତି l ସେ ନର୍ସ କୁ ପଚାରିଲା ସିଷ୍ଟର ମୋ ଘରୁ କିଏ ଆସିନାହାନ୍ତି ମୁଁ ଏଠାକୁ କେମିତି ଆସିଲି l ନାଁ ତୁମକୁ ଜଣେ ଭଦ୍ର ବ୍ୟକ୍ତି ଏଠାକୁ ଆଣିଥିଲେ l ଆଉ କିଛି ସମୟ ପରେ ସେ ଆସିପହଂଚିବେ l ସେ ଭଦ୍ର ବ୍ୟକ୍ତି ଜଣ ଆସିପହଂଚିଲେ l ମନୋରମା ତାଙ୍କୁ ବହୁତ ଧନ୍ୟବାଦ ଦେଲା l ସେ ତାଙ୍କ ଘରକୁ ଖବର ଦେଇଥିଲେ କିନ୍ତୁ କେହି ଏ ଯାଏଁ ଆସିନାହାନ୍ତି ବୋଲି ଶୁଣି ମନୋରମା ଦୁଃଖରେ ଭାଙ୍ଗିପଡିଲା l ତାର ଏଭଳି ଅବସ୍ଥାରେ କେହି ତା ପାଖକୁ ଆସିଲେନି l ଭଦ୍ର ବ୍ୟକ୍ତି ଜଣଙ୍କ ସେଇ ଗଣ ମାଧ୍ୟମ ର ଜଣେ କର୍ମୀ ବୋଲି ପରିଚୟ ଦେଲେ l ମନୋରମା ଘରକୁ ଯିବାକୁ ବାହାରିଲେ l ଭଦ୍ର ବ୍ୟକ୍ତି ଜଣଙ୍କ ତାଙ୍କୁ ଏକ ଅଟୋ ଯୋଗେ ତାଙ୍କ ଘରନିକଟକୁ ପଠେଇଦେଲା l ସେ ଘରେ ପହଂଚିବା ମାତ୍ରେ ଦେଖିଲା ତାର ଦୁଇପୁଅ ବୋହୁ, ଝିଅ, ସ୍ୱାମୀ ସମସ୍ତେ ଅଛନ୍ତି l ତାକୁ ଘରେ ଦେଖି ନାନା କଥା ଶୁଣିବାକୁ ପଡିଲା l ବଡ ପୁଅ ବୋହୁ ମା ସହ ଏମିତି ଘଟିଛି ବୋଲି ସେମାନେ ବାହାରକୁ ମୁଣ୍ଡ ଟେକି ଚାଲିପାରୁନାହାନ୍ତି ଓ ମନୋରମା ର ମୁହଁ ଚାହିଁବାକୁ ବି ଚାହୁଁନାହାନ୍ତି କହି ଚାଲିଗଲେ l ନିଜ ଝିଅଟି ଯାହାକୁ ସେ ଜନ୍ମ ଦେଇଛି ସେ ବି ୟାଡୁ ସ୍ୟାଡୁ ବହେ କଥା କହିଦେଇ ଚାଲିଗଲା l ତାର ଏବଂ ତା ସ୍ୱାମୀ ର ସବୁ ଇଜ୍ଜତ ମାଟିରେ ମିଶିଗଲା ଓ ମନୋରମା ଯେପରି ତାଙ୍କ ଘରକୁ କେବେ ନଯାଏ ତାଗିଦ କରି ଚାଲିଗଲା l ମନୋଜ କିଛି ନକହି ମୁହଁ ମୋଡି ରୁମ ଭିତରକୁ ଚାଲିଗଲା l ମନୋରମା କିଛି ବୁଝିପାରୁନଥିଲା l ତାର ଭୁଲ କଣ l ଯେଉଁ ଅଦିନିଆ ଝଡ ତା ଜୀବନରେ ବୋହିଗଲା ସେଥିପାଇଁ କଣ ସେ ଦାୟୀ l ସେ ଉତ୍ତର ପାଉନଥିଲା l ସେ ତାପରଦିନ ଏକ ଭଲ ଓକିଲ ସହ ପରାମର୍ଶ କଲା l ତା ସହ ଏବଂ ସେ ଝିଅ ସହ ଏମିତି କୁକର୍ମ କରିଥିବା ପିଲାକୁ ଶାସ୍ତି ଦେବ ବୋଲି ସେ ନିଷ୍ପତି ନେଇ ସାରିଥିଲା l ଏଥରକ ମନୋରମା ସେ ଝିଅ ସହ ଘଟିଥିବା ଘଟଣା ର ଭିଡିଓ କୁ ଗଣ ମାଧ୍ୟମ ର ସେ ଭଦ୍ର ବ୍ୟକ୍ତି କୁ ଦେଇଦେଲା l ଯାହାକି ବ୍ରେକିଙ୍ଗ ନିୟୁଜ ହୋଇ ଟିଭି ରେ ପ୍ରସାରିତ ହେଲା l ସହର ବଜାରରେ ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀ ଦଙ୍ଗା କରିବା ଆରମ୍ଭ କରିଦେଲେ l ମୋହିତ ଓ ତା ସାଥି ଙ୍କୁ ଆରେଷ୍ଟ କରିବାକୁ ନାରା ଦିଆଗଲା l ମନୋଜ ଏ ସବୁ ଦେଖି ବହୁତ ରାଗିଯାଇ ମନୋରମା କୁ ବହୁତ କଥା ଶୁଣେଇଲା l ମନୋରମା ସହ ତା ପୁଅ, ଝିଅ, ସ୍ୱାମୀ ପୁରା ପରିବାର ଥାଇ ମଧ୍ୟ ସେ ଏ ଲଢେଇ ରେ ଏକେଲା ହୋଇଯାଇଥିଲା l ସେ ଘରେ ଏକ ଅଛୁଆଁ ଭଳି ବ୍ୟବହାର ପାଉଥିଲା l କେହି ତା ସହ କଥା ହେଉନଥିଲେ l ଦଙ୍ଗା କୁ ଦେଖି ବାଧ୍ୟ ହୋଇ ପୋଲିସ ମୋହିତ ଓ ତା ସାଙ୍ଗମାନଙ୍କୁ ଆରେଷ୍ଟ କଲା l କୋର୍ଟ ର ତାରିଖ ନିକଟ ବର୍ତ୍ତୀ ହେଲା l ମୋହିତ ଏବଂ ତା ସାଙ୍ଗ ମାନଙ୍କ ବିରୁଦ୍ଧରେ ଯଥେଷ୍ଟ ପ୍ରମାଣ ମିଳିବାରୁ ତାକୁ ଚଉଦ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ହେଲା l ମନୋରମା ତଥା ସେ ଝିଅଟିକୁ ନ୍ୟାୟ ମିଳିଲା l ମନୋରମା ର ମନ ଟିକିଏ ଶାନ୍ତି ପାଇଲା l ଛାତ୍ର ଛାତ୍ରୀ ମାନଙ୍କର ସହଯୋଗ ହେତୁ ଏତିକି ସମ୍ଭବ ହୋଇପାରିଲା ବୋଲି ସେ ମନେ କଲା l ଯେଉଁମାନଙ୍କ ସହ ସେ ଦୀର୍ଘ ସମୟ କାଟିଛି ଯାହାକୁ ସେ ନିଜେ ଜନ୍ମ ଦେଇଛି ତାର ଅସୁବିଧା ବେଳେ ତା ପାଖରେ ଛିଡା ହେବା ତ ଦୂରର କଥା ସେମାନେ ତାକୁ ମାଆ ବୋଲି ପରିଚୟ ଦେବାକୁ ବି ଘୃଣା କରୁଥିଲେ l ମନୋରମା ଯେଉଁ ସମ୍ପର୍କ କୁ ନିଜ ହାତରେ ସଜେଇଥିଲା ସେ ଛଳନା ଓ କାଳ୍ପନିକ ଦୁନିଆ ରୁ ଦୁରକୁ ଚାଲିଯିବାକୁ ନିଷ୍ପତି ନେଲା lତେଣୁ ମନୋରମା ସେ ଘର ଛାଡି କଲେଜ ପାଖରେ ଏକ ଘରଟିଏ କିଣି ସେଇଠାରେ ନିଜ ଜୀବନ ର ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ନିଷ୍ପତି ନେଲା l ମନୋଜ ପରେ ତା ଭୁଲ ବୁଝିପାରିଲା l ମନୋରମା କୁ ବୁଝେଇବାକୁ ଚେଷ୍ଟା କଲା l କିନ୍ତୁ ମନୋରମା ଆଉ ସେ ମିଛ ର ସ୍ନେହ, ସମ୍ପର୍କ ର ଦୁନିଆକୁ ଯିବାକୁ ଚାହିଁଲା ନାହିଁ l ଅଦିନିଆ ଝଡ ତା ଜୀବନରେ ଆସି ବହିଗଲା ସତ ସେ ଭାଙ୍ଗି ପଡ଼ିନଥିଲା l ସାହସ ସହ ପଡି ଉଠି ପୁଣି ଥରେ ଛିଡା ହୋଇଥିବାରୁ ବହୁତ ଖୁସି ଥିଲା ସେ l


Rate this content
Log in

Similar oriya story from Tragedy