jyotsna mayee panda

Tragedy

3  

jyotsna mayee panda

Tragedy

ଅଧୁରା ସପ୍ନ

ଅଧୁରା ସପ୍ନ

4 mins
212


ସେ ସମୁଦ୍ର ବେଳା ଭୂମି ପରେ ଆଜି କୁଢ଼ କୁଢ଼ ଶବ ଭାସୁଛି... କିଏ କାହାର ଏଠି ଚିହିଁବା ବି ମୁସ୍କିଲ ହୋଇ ପଡୁଛି l ଯେଉଁ ବେଳାଭୂମି ରେ ଖାଲି ପ୍ରେମୀ ଯୁଗଳ ର ଅନ୍ତରଙ୍ଗ ଆଲିଙ୍ଗନ ର ଦୃଶ୍ୟ ଦେଖି ବିଭୋର ହୋଇ ପଡୁଥିଲା ଏ ମଣିଷ ଆଜି ସେ ବେଳାଭୂମି ପାଲଟି ଯାଇଛି କୁଢ଼ କୁଢ଼ ଶବ ର ପୁତ ଗନ୍ଧ ମୟ ଶ୍ମଶାନ ..... ପଲିଥିନ ରେ ସମ୍ପୂର୍ଣ ରୂପେ ଘୋଡା ହୋଇ ଫିଙ୍ଗା ଯାଇଥିବା ଶବ ସବୁ ଆଜି ସେ ସମୁଦ୍ର ର ସୁନ୍ଦର ବେଳାଭୂମି କୁ ଯେମିତି ଦୁର୍ଗନ୍ଧ ମୟ କରିଦେଇଛି l ଆଉ ଏ ହେଉଛି ସେ ସୁନ୍ଦର ଲାସ୍ୟମୟୀ, ବିଲସମୟୀ... ମାୟନଗରୀ ଇଟାଲୀ ର ଦୃଶ୍ୟ l ଯେଉଁ ମଣିଷ କୁ ସେ ଏତେ ଭଲ ପାଉଥିଲା ଆଜି ତାର ଶବ କୁ ଛୁଇଁ ବି ପାରିଲାନି l ସେ ଚିଲ ଶାଗୁଣା ବି ଆଉ ଆସୁନାହାନ୍ତି ସେ ନିରୀହ ଶବ ମାନଙ୍କ ପାଖକୁl ଏ ପ୍ରେମ ମୟ ପୃଥିବୀ କୁ କାହିଁକି ଏ ଘୃଣା ର ଯବନିକା ରେ ଢାଙ୍କି ଦେଲ ପ୍ରଭୁ.... ସେ ମଣିଷ ର ଭୁଲ ପାଇଁ କାହିଁକି ତାଙ୍କୁ ଏତେ ବଡ଼ କଠୋର ଦଣ୍ଡ ଦେଲ ପ୍ରଭୁ.... ତୁମେ ପରା କ୍ଷମା ର ସାଗର...... ତେବେ କାହିଁକି ଏ ତୁମ ନିଷ୍ଠୁର ବିଚାର ପ୍ରଭୁ l ଜୀବନ ରେ କେତେ ସୁନେଲି ସ୍ୱପ୍ନ କୁ ନିଜ ହୃଦୟ ରେ ସାଇତି ଆସି ଥିଲା ଏ ମାୟା ନଗରୀ କୁ କିନ୍ତୁ ଏ କଣ ହୋଇଗଲା ତା ସ୍ବପ୍ନ ସବୁ ଭାଙ୍ଗି ଚୁର ମର ହେବାରେ କେତେ ସମୟ ବା ଲାଗିଲା l ଆଜି ସେ ସଫ୍ଟୱାରେ ଇଂଜିନିୟର ସୁରଜ ସମ୍ପୂର୍ଣ ଭବେ ଏକା ହୋଇ ଯାଇଛି ତା ପ୍ରାଣ ପ୍ରିୟା ସୁମନ ର ଆକସ୍ମିକ ବିୟୋଗ ରେ l ସୁରଜ ଏ ମାୟନଗରୀ ର ମାୟା ରେ କେବେ ପଡିନ ଥିଲା କିନ୍ତୁ ଅଧିକା ଅର୍ଥ ର ଲୋଭ ହିଁ ତାଙ୍କୁ ଟାଣି ଆଣିଥିଲା ଏ ମାୟା ନଗରୀ କୁ l ତାର ଠିକ ମାନେ ଅଛି ସେ ବିତିଯାଇଥିବା କଲେଜ ଦିନ ସବୁ ଆଜି ଆଖିସାମ୍ନା ରେ ଭାସି ଯାଉଛି ସେ ଅତୀତ ର ସ୍ମୃତି ରାଜି l ଦିନେ ସେ ସମୁଦ୍ର ର ଉତ୍ତାଳ ଲହରୀ ମାଳା କଚାଡି ହୋଇ ପ୍ରେମ ର ସୁନ୍ଦର ବାର୍ତା ଟିଏ ଦେଉଥିଲା ସେ ଅଜସ୍ର ପ୍ରେମୀ ଯୁଗଳ ଙ୍କୁ ଆଜି ସେହି ସମୁଦ୍ର ସୁରଜ ର ଏକାନ୍ତ ଜୀବନ ଦେଖି ଯେମିତି ପରିହାସ କରୁଛି l ଆଉ କହୁଛି ହେ ଅହଙ୍କାରୀ ମଣିଷ ଆଜି ତୁମେ ବି ମୋ ପରି ଏକା ହୋଇଯାଇଛ... ଦିନେ ମୋର ବିରହ ରେ ବି ତୁମେ ହସୁଥିଲ ହେଲେ ଆଜି ଆସିଛ ମୋ ପାଖ କୁ ତୁମର ଦୁଃଖ ଜଣେଇ ବାକୁ lକେତେ ସୁନ୍ଦର ଥିଲା ତାର ସେ ନିଜ ଦେଶ ଯେଉଁଠି ସେ ଜ୍ଞାତି କୁଟୁମ୍ବ ଙ୍କ ସ୍ନେହ ଭିତରେ ନିଜ ସୁନ୍ଦର ସମୟ ସବୁ ବିତେଇ ଥିଲା କିନ୍ତୁ ଏଠି ସବୁ ଓଲଟା..... କେହି କାହାର ଦୁଃଖ ରେ ଭାଗ ନିଅନ୍ତି ନି ସବୁ ଏକା ଏକା ସହିବାକୁ ହେବ l ମନେ ପଡେ ଆଜି ସେ କଲେଜ କେଂଟିନ ର କଥା..... କେତେ ଗୁପଚୁପ ଆଉ ଖଟା ପାଣି ପିଉଥିଲା ସୁମନ.... ଆଉ କହିଲେ କଇଁଚି ଭଳିଆ ତାର ପାଟିଟା ପୁରା ଚଳୁଥିଲା କ୍ଷିପ୍ର ଗତି ରେ କିନ୍ତୁ ବେବେ କାହିଁକି ପୁରା ସ୍ତବ୍ଧ ଆଉ ନିରବ ,ହୋଇ ରହିଗଲା ଜୀବନ ର ଅଧା ବାଟ ରେ... ଦୁହେଁ ଦୁହିଁଙ୍କୁ ଭଲପାଇ ବାହା ହୋଇଥିଲେ ଦୁଇବର୍ଷ ତଳେ l ଆଉ ସୁମନ ତାର ଭୃଣ କୁ ସୁନ୍ଦର ଜାଗା ଟିଏ ବି ଦେଇ ସାରିଥିଲା ତା ଗର୍ଭ ରେ l ଦୁହେଁ ପରିବାର ଲୋକଙ୍କୁ ସରପ୍ରାରାଇସ ଦେବାପାଇଁ କିଛି କହି ନ ଥିଲେ କାହାକୁ ହେଲେ ଏ କଣ ହୋଇଗଲା ତା ଜୀବନ ରେ l ଛୁଆ ଜନ୍ମ ପରେ ସେମାନେ ଭାରତ ଯିବେ ବୋଲି ମନେ ମନେ ଭାବିଥିଲେ ଆଉ ସେ ସ୍ବପ୍ନ ସବୁ ଯେମିତି ଅଧୁରା ହୋଇ ରହିଗଲା ସବୁଦିନ ପାଇଁ l କେତେ ଭଲ ପାଏ ସୁରଜ ତା ମା କୁ ଆଉ କେବେ ଠୁ ସେ କହୁଥିଲା ତାପାଇଁ ଗୋଟେ ସୁନ୍ଦର ଆଉ ଜୀବନ୍ତ ଖେଳନା ଆଣିବାକୁ ଆଉ ସେ ଇଛା ଆଜି ପୂରଣ କରିପାରିଲାନି ସୁରଜ l ଏମିତି କେତେ କଥା ଭାବି ଭାବି ସୁରଜ ଆଜି ସେ ପଶ୍ଚାତାପ ର ବହ୍ନି ରେ ନିଜ କୁ ଜlଳି ଦେଉଛି l ଆଜି ତା ମା କଥା ବି ବହୁତ ମନେ ପଡ଼ୁଛି ବାହାଘର ପରେ କେତେ ନେହୁରା ହୋଇ ବହୁ ସହିତ ରହିବ ବୋଲି କହୁଥିଲା ଆଉ କହୁଥିଲା "ଅମର ଏତେ ଜମି ବାଡ଼ି ସବୁ ତ ତୋରି ପାଇଁ ରେ... ଆଉ ତୁ କାହିଁକି ସେ ବିଦେଶ ଯାଉଛୁ ତୋର କିଛି ବି ଅସୁବିଧା ହେବ ନି ଆମ ବଞ୍ଚଥିବା ଯାଏ.... ତୁ ତ ଆମର ଏକଇ ର ବଳା... ଏ ଜୀବନ ର ଅପରାହ୍ନ ରେ ଆଉ କେତେ ଦିନ ବୁଢ଼ା ବୁଢ଼ୀ ଦିଟା ପଡିରହିବୁ ଏଠି l ବହୁ ପାଇଁ ବି ଏଠି ଚାକିରୀ ଟେ ମିଳିବ ଆଉ ମୁଁ ପାରୁଥିବା ଭିତରେ ତୋ ପିଲା ପିଲି କୁ ବି ବଡ଼ କରିଦେବି...... ହେଲେ ସୁରଜ କଣ ତା କଥା କୁ ଶୁଣିଲା ଓଲଟି କହିଲା ତୋର ସେ ପୁରୁଣା କାଳିଆ ଚିନ୍ତା ଧାରା ଆଉ କେବେ ଯିବ ମା...

ଦୁନିଆ ଆଜି କୋଉଠି ହେଲାନି ଆଉ ତୁ ତୋ ପୁରୁଣା କାଳିଆ ନୀତି ଆଦର୍ଶ ରେ ବାନ୍ଧି ହୋଇ ଏ ପର୍ଯ୍ୟନ୍ତ ରହିଛୁ.... ସଫଳତା ର ସିଡ଼ି ଚଢ଼ିବାର ଅନୁଭୂତି ତୁ କେମିତି ପାଇବୁ... ଆଜି ତାର କଥା ର ମର୍ମ ଟା ଠିକ ଉପଲବ୍ଧି କରି ପାରିଛ କାରନ ମା ତାର ସେ ଜୀବନ ଅଭିଧାନ ଟା ବୋଧେ ପଢି ସାରିଥିଲା ତାଠୁ ଖୁବ ଆଗରୁ ସେଥିପାଇଁ ସେ ତାକୁ ଏମିତି ଉପଦେଶ ଦେଇ ପାରୁଥିଲା l ହେଲେ ଆଜି ସେ ଅନୁତାପ କଲେ ବି ଆଉ ସେ ଫେରି ପାଇବନି ତାର ସୁନେଲି ଅତୀତ କୁ l ଆଖି ରେ ଆଖିଏ ସ୍ବପ୍ନ ନେଇ ଆସିଥିଲା ହେଲେ ଆଜି ସେ ସୁନେଲି ସ୍ବପ୍ନ ସବୁକୁ ଏ ନିସ୍ତବ୍ଦ ବେଳା ଭୂମି ରେ ସୁମନ ସହିତ ସବୁଦିନ ପାଇଁ କବର ଦେବାକୁ ଆସିଛି ସେ ଚିର ଅଶାନ୍ତ ବେଳାଭୂମି ପାଖକୁ l ତା ଭିସା ଆଉ ପାସପୋଟ ସବୁ ରେଡି ହେଇ ସାରିଲାଣି ଆଉ କାଲି ସେ ଚାଲିଯିବ ତାର ଆପଣା ର ମାଟି କୁ ହେଲେ କାହିଁକି କେଜାଣି ସେ ଏଠି ସୁମନ କୁ ଛାଡ଼ିଯିବାକୁ ମୋଟେ ଚାହୁଁନି.... କେତେ ମନା କଳା ତାକୁ ଛୁଟି ନେବାପାଇଁ ହେଲେ ସେ ତ ଭାରି ଯିଦିଆ ଝିଅ ଟା... ମୋଟେ ତା କଥା ମାନିଲା ନି ଆଉ ଅଫିସ ଚାଲିଗଲା ଆଉ ସେଦିନ ଗୋଟେ କରୋନା ପଜିଟିଭ ର ସଂସ୍ପର୍ଶ ରେ ଆସି ଆଜି ସେ ଚାଲିଗଲା ଜୀବନ ର ଅଧା ରାସ୍ତା ରେ ଛାଡ଼ିଦେଇ...... ଆଖି ରେ ଆଖିଏ ଅଶ୍ରୁ.... ଆଉ ଆଜି ଏ ସମୁଦ୍ର କୁ ତାର ବିରହୀ ସାଥି ଟିଏ ଭାବି ଆସିଛି ତାର ଦୁଃଖ ଟିକେ ବାଣ୍ଟିବାକୁ ନହେଲେ ଏ ବିଦେଶ ରେ କିଏ ବା କାହିଁକି ତା ଦୁଃଖ ରେ ସାଥି ଟିଏ ହେବ l ସିଂଧୁରୀ ଫାଟିଲା ଆଉ ସେ ସୂର୍ଯ୍ୟ ଙ୍କ ସୁନ୍ଦର କିରଣ ରେ ସେ ମାୟା ନଗରୀ ର ନିଦ ଆସ୍ତେ ଆସ୍ତେ ଭାଂଗିବା କୁ ଲାଗିଲା ଆଉ ସୁରଜ ନିଜ କୁ ପ୍ରସ୍ତୁତ କରିସାରିଲେଣି ସେ ଏଆରପଟ ଯିବାପାଇଁ ଆଜି ଏକା ଏକା ହୋଇ........ 

               



Rate this content
Log in

Similar oriya story from Tragedy