STORYMIRROR

Basanti Pattnaik

Tragedy Inspirational

4  

Basanti Pattnaik

Tragedy Inspirational

ଅଧୁରା ସ୍ବପ୍ନ

ଅଧୁରା ସ୍ବପ୍ନ

1 min
180


ମୁଁ ଅଫିସ୍ ଭିତରେ ବସିଥାଏ । ହଠାତ୍ ଫୋନ୍ ଆସିଲା ତୁମେ ଠିକ୍ ଅଛ! ମୁଁ ଏହି ଭଳି ପ୍ରଶ୍ନରେ ଚମକି ଉଠିଲି ।ମୋର ପ୍ରିୟ ବନ୍ଧୁ କହିଲେ, କା ଚାଲିଗଲା କୋରୋନାରେ କାଲି ରାତିରେ । ମୁଁ ଚକିତ ହେଲି କାରଣ ସେ ମୋତେ ଭାରି ଭଲପାଏ ଓ ବୃତ୍ତି ଏକ । ତାର ସାନଭ‌ଉଣୀ ଆମ ଭିତରେ ମିତ୍ରତା ସ୍ଥାପନ କରାଇଥିଲା ।

         କା ଦେଖିବାକୁ ଅନିନ୍ଦ୍ୟ ରୂପବତୀ । ହସ ହସ ମୁହଁରେ ମିଠା କଥାବାର୍ତ୍ତା ମୋର ମନକୁ କିଣି ପାରିଥିଲା । ସେ ମୋତେ ସମ ଭାବରେ ଭଲପାଏ । ଆମେ ଦୁହେଁ ଆୟୁର୍ବେଦ ଶାସ୍ତ୍ର ଉପରେ ଆଧାରିତ ସ୍ୟୋନ୍ଦର୍ଯ୍ୟ ଉପରେ ଶିକ୍ଷା ଲାଭ କରିଛୁ । ମୁଁ ତାର ଅଚାନକ ମୃତ୍ୟୁକୁ ଗ୍ରହଣ କରିପାରିଲିନି, କାରଣ ମାସେ ପୂର୍ବରୁ ଏକ ବାହାଘରେ ଦେଖଥିଲି । ଆମ ଭିତରେ ବହୁତ କଥାବାର୍ତ୍ତା ହୋଇଥିଲା। ତେଣୁ ମୁଁ ଦୁଃଖିତ ହେଲି, ସେ ଶାଶୁଘରକୁ ବୁଲିବାକୁ ଯାଇଥିଲା । ସେଠାରେ ହଠାତ୍ ଜର ହେଲା, କୋରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ବହୁତ ପ୍ରଚେଷ୍ଟା ସତ୍ତ୍ୱେ ଜୀବନ ହାରି ଗଲେ । ଏହି କଥା ତାର ଭଉଣୀ କାନ୍ଦିକାନ୍ଦି କହିଲା । ମୁଁ ଏକ ପ୍ରକାର ନିଶ୍ଚଳ ହୋଇ ଶୁଣୁଥିଲି ।

      ଅଧୁନା ସାରା ବିଶ୍ଵକୁ ଏହି କୋରୋନା ଡରାଇ ରଖି ତାଣ୍ଡବଲୀଳା କରୁଛି । କେତେ ଘର ଉଜାଡି ଦେଲାଣି, ଆବାଳବୃଦ୍ଧବନିତା କାହାକୁ ଛାଡୁନି । କେତେ କା' ର ଜୀବନ ନେଲାଣି । ମୁଁ ଭାବିଲି ଆଉ କେତେ ଦିନ ଆମେ ଏହି କୋରୋନାକୁ ଡରିକି ରହିବା?? ଏହାର ସମାଧାନ କେବେ ପୁରା ହେବ? ଗରମ୍ ପାଣି ପିଇ, ହାତକୁ ସାନିଟାରୀ କରି ମଣିଷ ସାବଧାନ ରହିଲେ ମଧ୍ୟ କରୋନା ପିଛା ଛାଡୁନାହିଁ। ୨୦୨୦ କାଳିମାରେ ଲିପିବଦ୍ଧ ହୋଇ ରହିବ। ହେ ପ୍ରଭୁ ୨୦୨୧ ରେ ସାରା ବିଶ୍ଵକୁ ସୁଖ, ଶାନ୍ତି ଓ ନିରୋଗ ରଖ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy