STORYMIRROR

jyotsna mayee panda

Tragedy

3  

jyotsna mayee panda

Tragedy

ଅଭିଶପ୍ତ ସଞ୍ଜ

ଅଭିଶପ୍ତ ସଞ୍ଜ

3 mins
179

ସେଦିନ ଖୁବ କାନ୍ଦିଲା କୁସୁମ l ତାର ସାବନ ମୁହଁରେ ଲୁହର ଧାର ଯେମିତି ଧାରା ଶ୍ରାବଣର ବର୍ଷା ଧାର ପରି ଅବିରତ ଭାବେ ବୋହି ଚାଲିଛି l ଜୀବନରେ ସେ କେତେ ସପନ ନେଇ ଏଇ ବିଜୁର ହାତ ଧରି ଚାଲି ଆସିଥିଲା ବାପା, ମା, ଭାଇ, ଭଉଣୀ ସବୁ ସମ୍ପର୍କକୁ ତୁଚ୍ଛ କରି l ହେଲେ ଆଜି ସେଇ ବିଜୁ ମାତାଲ ହୋଇ ତାକୁ ସବୁ ଦିନ

ମାନସିକ ତଥା ଶାରୀରିକ ଯନ୍ତ୍ରଣା ଦେବାକୁ ପଛାଉ ନାହିଁ l ଘରେ ଦି ଦି ଟା ପିଲା.... ଭୋକିଲା ପେଟ ବି ଦିଶୁନି ତାକୁ l ସବୁଦିନ ରାତିରେ ମଦ ଖାଇ ଆସି ଘରେ ପାଟି ତୁଣ୍ଡ କରୁଛି l ଛୁଆ ଦିଟାର ମୁହଁକୁ ଚାହିଁ ଖାଲି ବଂଚିଛି କୁସୁମ l ବାପ ଘର ଦରଜା ସବୁଦିନ ପାଇଁ ବନ୍ଦ ହୋଇ ଯାଇଛି.... କାରଣ ସେ ସମସ୍ତଙ୍କ ବାରଣ ସତ୍ୱେ ସେ ନିଜ ଇଚ୍ଛାରେ ଚାଲିଗଲା ବିଜୁର ହାତ ଧରି ଏକ ନୁଆଁ ଦୁନିଆଁର ଅନେଶ୍ଵଣରେl ହେଲେ ଏ ନୁଆଁ ଦୁନିଆଁକୁ ଆସିବା ପରେ ସେ ସୁଖ କଣ କେବେ ଅନୁଭବ କରି ପାରିଲାନେଇ l ଅଭାବି ଦୁନିଆରେ ଖୁବ ସୁଖରେ ନିଜ ଜୀବନ ତରୀକୁ ଖୁବ ସୁରୁଖୁରୁରେ ଚଳେଇ ନେବ ଭାବୁଥିଲା l ବିଜୁ ସହିତ ମିଶି ଖୁବ ପରିଶ୍ରମ କରି ସୁନ୍ଦର ଘରଟିଏ କରିବାର ସପ୍ନ ନେଇ ଆସିଥିଲା ଏହି ବିଜୁ ପାଖକୁ.... ହେଲେ ତାର ସବୁ ସପ୍ନ ପାଣି ଫୋଟକା ପରି ମିଳେଇ ଗଲା l ବିଜୁ ଯେତେବେଳେ କିଛିକୁ ସଂଗତ ରେ ପଡି ମଦ ପିଇବାକୁ ଲାଗିଲା l ସେଦିନ ତାର ଠିକ ମନେ ଅଛି l ଛୁଆର ଦେହ ଖଇ ଫୁଟି ଯାଉଥିଲା l ହାତରେ କାଣି କଉଡ଼ି ଟିଏ ନଥିଲା l ବଇଦ ସେମିତି ବିନା ପଇସାରେ ଦେଖିବାକୁ ମନା କରିଦେଲା l ସେଥିପାଇଁ ଜୀବନ ବିକଳରେ ବିଜୁ ଯେଉଁ ବାବୁ ପାଖରେ କାମ କରେ ତାଙ୍କ ଘରକୁ ଧାଇଁ ଗଲା l ସେଦିନ ଘରେ ବାବୁଙ୍କ ଛଡା କେହି ନ ଥିଲେ l ରୋଗୀଣା ଛୁଆକୁ କାନ୍ଧରେ ଧରି ସେ କେତେ ନେହୁରା ହେଲା କେତେଟା ପଇସା ପାଇଁ l ହେଲେ ବାବୁଙ୍କ କହିବା ଅନୁସାରେ ବିଜୁ ସବୁ ପଇସା ଆଗରୁ ନେଇ ସାରିଛି l

ସେ ଗୋଟେ ଭିନ୍ନ ଭଙ୍ଗୀରେ କହିଲେ" ପଇସା ପାଇଁ ଆଜି ତୋ ଦେହକୁ ଯଦି ଦାନ କରି ପାରିବୁ ତାହେଲେ ମୁଁ ଯେତେ କହିବୁ ଦେବାକୁ ରାଜି "... ହେଲେ ବାବୁଙ୍କ କଥା ଶୁଣି କୁସୁମ ସ୍ତବ୍ଧ ହୋଇଗଲା

ତା ମୁଣ୍ଡ ଘୁରି ବୁଲିଲା l ପୁଣି ନିଜ ରୋଗୀଣା ଛୁଆକୁ ନେଇ ବାବୁ ଘରୁ ବାରିବାକୁ ଲାଗିଲା l ସନ୍ଧ୍ୟା ସମୟ... ମନ୍ଦିରରେ ଘଣ୍ଟ ଶଙ୍ଖ ବାଜିବାକୁ କାଗିଲାଣି... ସଞ୍ଜବତୀ ଧରି ଗୃହିଣୀ ମାନେ ଚଉରା ମୂଳରେ ଦେଲେଣି ଠିକ ଏହି ସମୟରେ ବାବୁ ଘରର କବାଟ ଧଡ଼ କିନା ବନ୍ଦ କରିଦେଲେ l କିଛି ଭାବିବା ଆଗରୁ କୁସୁମର ଶରୀର ଉପରେ ଝାମ୍ପି ପଡିଲେ l ରୋଗୀଣା ଛୁଆଟା ଜୋର ଜୋରରେ କାନ୍ଦିଲା l ଖୁବ କାକୁତି ବିନତି କଲା କୁସୁମ ବାବୁଙ୍କୁ l ହେଲେ ତାର କଥା ତାଙ୍କ କାମୁକ ହୃଦୟ କଣ ଶୁଣି ପାରିଲା??? ଝାମ୍ପି ପଡିଲେ ଶାଗୁଣା ପରିଟା ନିରୀହ ଶରୀର ଉପରେ l କିଛି ସମୟର ଭୋଗ ପାଇଁ ତାର ଶରୀରକୁ ଖିନ ଭିନ୍ନ କରିଦେଲେ l କୁସୁମର ମୁଣ୍ଡ କାମ ଦେଲାନି ଆଉ...

ପାଖରେ ପଡ଼ିଥିବା କଟୁରୀରେ ଜୋରରେ ପ୍ରହାର କଲା ବାବୁଙ୍କ ଉପରେ l ନିସ୍ତେଜ ହୋଇ ପଡିଗଲେ ବାବୁ l ଉଡ଼ିଗଲା ପ୍ରାଣ ବାୟୁ l

ଏ ସବୁ ଦୃଶ୍ୟ ଗୁମାସ୍ତା ଦେଖି ସାଙ୍ଗେ ସାଙ୍ଗେ ପୋଲିସକୁ ଖବର ଦେଲେ l ପୋଲିସ ସାଙ୍ଗେ ସାଙ୍ଗେ ଆସି କଟୁରୀ ସହିତ କୁସୁମ ହାତରେ ହାତ କଡ଼ି ପିନ୍ଧେଇ ଦେଲା l ବିଜୁ ଏ ସବୁ କିଛି ବୁଝିବା ଆଗରୁ କୁସୁମକୁ ପୋଲିସ ନେଇଗଲା l ଛୋଟ ଛୁଆଟି ନିରୀହ ଚାହାଁଣିରେ ନିଜ ମାକୁ ଦେଖୁଥିଲା l ମେଞ୍ଚା ମେଞ୍ଚା ସଦ୍ୟ ରକ୍ତରେ ବାବୁଙ୍କ ଘର ଲାଲ ହୋଇଯାଇଥିଲା l କେମିତି ଏ ସବୁ ଅଘଟଣ ହୋଇଗଲା କେହି ଜାଣି ପାରିଲେନି l ସମସ୍ତେ ଚାହୁଁଥିଲେ ଘୃଣାରେ..

ଖାଲି କୁସୁମର ଚେହେରାକୁ ଯାହା ରକ୍ତର ଛିଟାରେ ସମ୍ପୂର୍ଣ ଭବେ ଭିଜି ସାରିଥିଲା l ସେମିତି ନିରୀହ ଛୁଆକୁ ଧରି ବିଜୁ ଚାହୁଁଥିଲା କୁସୁମକୁ ଏକ ପଶ୍ଚାତାପର ଚାହାଁଣି ନେଇ, ହେଲେ ସବୁକିଛି ସରିଯାଇଥିଲା...... କୁସୁମ ପାଇଁ....।



Rate this content
Log in

Similar oriya story from Tragedy