Maheswar Kabi

Romance Others

2.6  

Maheswar Kabi

Romance Others

❣️ ଅଭିମାନୀ ପ୍ରେମ - ୨ ❣️

❣️ ଅଭିମାନୀ ପ୍ରେମ - ୨ ❣️

2 mins
341



           

           ପୂର୍ବ ଭାଗରେ ଆମେ ପଢିଥିଲେ ଯେ ପ୍ରଭାସ ଧିରେ ଧିରେ ସ୍ବପ୍ନା ପ୍ରତି ଦୁର୍ବଳ ହେଇ ଆସିଥିଲା। ସେ ଦ୍ବନ୍ଦରେ ପଡ଼ିଯାଇଥିଲା ଯେ ସେ ଏବେ କରିବ କ'ଣ? ନୂଆ ନୂଆ ଉପାୟ ଖୋଜିବାରେ ଲାଗିଲା ଯେମିତି ସେ ସ୍ବପ୍ନାର ନିକଟତର ହେବ। ସେ ଦୁହେଁ ଗୋଟିଏ ଟ୍ଯୁସନରେ ପଢୁଥିଲେ। ପ୍ରଭାସ ଯେବେ ବି ସ୍ବପ୍ନାକୁ ଦେଖେ ତା ମନରେ ଗୋଟେ ଅଲଗା ପ୍ରକାରର ଖୁସି ବା ଆନନ୍ଦ ଖେଳିଯାଏ। ଏମିତି କିଛି ଦିନ ପ୍ରଭାସ ସ୍ବପ୍ନାକୁ ଦେଖି ଦେଖି ସାରିଦେଲା।

               କୁହାଯାଏ ମନର ଭାବନା ଯେବେ ସୀମା ପାରିକରେ ସେବେ ନୂଆ ନୂଆ କବିତା ଓ ଲେଖାର ଆବିଷ୍କାର ହୋଇଥାଏ। ପ୍ରଭାସର ଭାବନା ମଧ୍ୟ ତା ସୀମା ପାରି କରିଥିଲା ତେଣୁ ସେ ତା ମନର ଭାବନାକୁ କବିତାରେ ପ୍ରକାଶ କରିବାକୁ ଲାଗିଲା। ଏହି କବିତା ପାଇ ସେ ତା ସାଙ୍ଗମାନଙ୍କ ଆଦର ପାଇବାକୁ ଲାଗିଲା ଓ ସ୍ବପ୍ନା ମଧ୍ୟ ତା ସହ ବନ୍ଧୁତା କରିବାକୁ ଲାଗିଲା। ପ୍ରଭାସ ବହୁତ୍ ଖୁସି ଥିଲା କାରଣ ସେ ଚାହୁଥିବା ଘଟଣା ଆପେଆପେ ଘଟୁଥିଲା। ବନ୍ଧୁତାର ଭାବ ସିନା ଯୋଡି ହୋଇଯାଇଥିଲା କିନ୍ତୁ ପ୍ରେମର ଭାବନା ପ୍ରକାଶ କରିବା ଏବେ ମଧ୍ୟ ଅନେକ ଦୂରରେ ଥିଲା।

           ସ୍ବପ୍ନାର ସାଙ୍ଗମାନଙ୍କ ମଧ୍ୟରେ କବିତା ବି ଜଣେ ତା ଭଲ ସାଙ୍ଗ ଥିଲା। କବିତା ଦେଖିବାକୁ ସ୍ବପ୍ନାଠାରୁ ଅଧିକ ସୁନ୍ଦର ଥିଲା। ପ୍ରଭାସର ଅନ୍ଯ ସାଙ୍ଗମାନେ କବିତାଠୁ ଭଲ ପାଇବା ଆଶା କରୁଥିଲେ କିନ୍ତୁ ପ୍ରଭାସ ତ କେବଳ ସ୍ବପ୍ନାକୁ ଭଲ ପାଉଥିଲା। ଦୂର ପର୍ବତ ଓ ଜହ୍ନକୁ ଦେଖୁଥିଲେ ଯେମିତି ମନ ପୁରୁନଥାଏ ସେପରି ପ୍ରଭାସ ସ୍ବପ୍ନାର ପ୍ରତ୍ଯେକ ଝଲକ ନିଜ ନଜରରେ ରଖୁଥିଲା। ସେ କ୍ଲାସରେ ପଢା ସମୟରେ ହେଉ ଅବା ଖେଳ ସମୟରେ ହେଉ।     ବିଦ୍ୟାଳୟର ଏକ ଉତ୍ସବରେ ସ୍ବପ୍ନାକୁ ନୃତ୍ଯ ପରିବେଶଣ ପାଇ ସୁଯୋଗ ମିଳିଥିଲା। ସେହି ସମୟରେ ପ୍ରଭାସ ତ କେବଳ ଗୋଟାଏ ପଲକରେ କେବଳ ସ୍ବପ୍ନାକୁ ହି ଦେଖୁଥାଏ। ବୋଧହୁଏ ଏଥିପାଇଁ ପ୍ରଭାସ ମନରେ ତା ପ୍ରତି ଥିବା ଭଲ ପାଇବା ଆକାଶଛୁଆ ହୋଇଯାଇଥିଲା।

            

           ସ୍ବପ୍ନା ସହ ଦେଖା ଓ ବନ୍ଧୁତା ସବୁକିଛି ପ୍ରଭାସ ପାଇ ସ୍ବପ୍ନ ପରି ଲାଗୁଥିଲା। ଏତେ ସବୁ ସରିବା ପରେ ବି ପ୍ରଭାସ ଏବେ ମଧ୍ୟ ପ୍ରେମ ନିବେଦନ କରି ପାରୁନଥାଏ। ଆଗକୁ କ'ଣ ପ୍ରଭାସ ସ୍ବପ୍ନାକୁ ପ୍ରେମ ନିବେଦନ କରିବ ନା ତା ଜୀବନରେ ଆଉ କିଛି ପରିବର୍ତ୍ତନ ଆସିବ ତାହା ଅନ୍ଯ ଅଧ୍ଯ୍ଯାୟରେ ଜଣାପଡିବ। ସେତେ ପର୍ଯ୍ୟନ୍ତ ଖୁସିରେ ରୁହନ୍ତୁ ନିଜ ପରିଜନଙ୍କ ଧ୍ଯ୍ଯାନ ରଖନ୍ତୁ । ଧନ୍ଯବାଦ

ଜନ୍ମଦିନରେ ଶୁଭେଚ୍ଛା ପତ୍ର ହେଉ ଅବା ବିବାହ ବାର୍ଷିକୀ ଶୁଭେଚ୍ଛା ପତ୍ର , ଯେ କୌଣସି ଖୁସିର ମୁହୂର୍ତ୍ତ ଲେଖାରେ ଯୋଡ଼ି ଆପଣଙ୍କ ପାଇଁ Best Wish Greetings / ଶୁଭେଚ୍ଛା ପତ୍ର ପ୍ରସ୍ତୁତ କରିବାକୁ ମୁଁ ପ୍ରସ୍ତୁତ। ଏଥିପାଇଁ ଏବେ ହି Whatsapp କରନ୍ତୁ


Rate this content
Log in

Similar oriya story from Romance