❣️ ପ୍ରେମର ଆଭାସ ❣️
❣️ ପ୍ରେମର ଆଭାସ ❣️
ସ୍କୁଲ ବେଳର ସମୟ ନିଜକୁ ଗଢିବାର ସମୟ ଓ ଜୀବନର ଖସଡାରେ ନିଜ ପାଦ ଖସାଇବାର ସମୟ। ସେ ସମୟରେ ଘଟି ଯାଇଥିବା ଘଟଣା ସ୍କରଣୀୟ ହୋଇ ରହେ। ସାଙ୍ଗସାଥିଙ୍କ ସହ ବିତିଥିବା ସମୟ ଜୀବନ ସାରା ଅଭୂଲା ହୋଇ ରହିଯାଏ। ସେହିପରି ଏକ ସ୍କୁଲ ସମୟରେ ଦେଖାହୁଏ ପ୍ରଭାସ ଓ ସ୍ବପ୍ନାର। ଚଳଚ୍ଚିତ୍ର କାହାଣୀ ପରି ତାଙ୍କ ମଧ୍ୟରେ ସେମିତି ପ୍ରଥମରୁ କିଛି ଘଟଣା ଘଟେ ବୋଲି ଯଦି ଆପଣ ଭାବୁଛନ୍ତି ତେବେ ଭୁଲ୍। ସେମିତି କିଛି ବି ହୋଇନଥିଲା। ଦୁଇଜଣଙ୍କ ଜୀବନ ରେଖା ସମ୍ପୂର୍ଣ୍ଣ ଅଲଗା ପରିଲକ୍ଷିତ ହେଉଥିଲା।
ସାଙ୍ଗମାନଙ୍କୁ ସେମାନଙ୍କ ମଧ୍ୟରେ କିଛି ତ ସାମଞ୍ଜସ୍ୟ ଦେଖାଗଲା ତେଣୁ ସେମାନେ ପ୍ରଭାସକୁ ସ୍ବପ୍ନା ନା ନେଇ ଚିଡାଇବା ଆରମ୍ଭ କରିଦେଲେ। ପ୍ରଭାସକୁ ସେମିତି କିଛି ପରକ୍ ପଡୁନଥାଏ କାରଣ ତା ମନରେ ସ୍ବପ୍ନା ପ୍ରତି ସେମିତି କିଛି ଭାବନା ନଥିଲା। କେଜାଣି କେମିତି ଧିରେ ଧିରେ ପ
୍ରଭାସର ସ୍ବପ୍ନା ପ୍ରତି ଦୁର୍ବଳତା ଆସିଗଲା। ସାଙ୍ଗମାନେ ମିଛରେ ମିଛରେ ଚିଡାଇବାକୁ ପ୍ରଭାସ ସତରେ ପରିବର୍ତ୍ତନ କରିବାକୁ ଚାହିଲା। ଏବେ ସେ କରିବ କ'ଣ? କ'ଣ କିଛି ଉପାୟରେ ସେ ସ୍ବପ୍ନା ସହ ବନ୍ଧୁତା କରିବ ନା ତାକୁ ତା ମନର କଥା ଜଣାଇବ?
ପ୍ରଭାସ କିଛି ବୁଝି ପାରୁନଥାଏ ଯେ ସେ କରିବ କ'ଣ ? ସତରେ ତାକୁ କ'ଣ ପ୍ରେମ ହେଇଯାଇଛି। ଯେଉ କଥାକୁ ସେ ଟିକିଏ ବି ଗୁରୁତ୍ବ ଦିଏନାହି ତାକୁ ସେ ପ୍ରେମ ହେଲା କେମିତି? କ'ଣ କରିବ ସେ ? ଏମିତି ଅନେକ ପ୍ରଶ୍ନ ତା ମନକୁ ଅଶାନ୍ତ କରିଦେଇଥିଲା କିନ୍ତୁ ସବୁ ପରେ ସେ ଯେତେବେଳେ ସ୍ବପ୍ନାକୁ ନିକଟରେ ଦେଖି ଦେଉଥିଲା ତା ମନକୁ ଶୀତଳ ଲାଗୁଥିଲା। ଧିରେ ଧିରେ ମନ ଭିତରେ ସେ ତା ବିଷୟରେ ଭାବିବାକୁ ଲାଗିଲା। କିନ୍ତୁ ଏବେ ବି ସେହି ଦୁଇଟି ପ୍ରଶ୍ନ ସେ କରିବ କ'ଣ ବନ୍ଧୁତା ଲାଗି ହାତ ବଢାଇବ ନା ପ୍ରେମ ନିବେଦନ କରିବ ? ଏହି ପ୍ରଶ୍ନର ଉତ୍ତର ୩ୟ ଭାଗରେ ଜଣାପଡିବ।