STORYMIRROR

Lopamudra Parida

Action Inspirational

3  

Lopamudra Parida

Action Inspirational

ଆୟୁ

ଆୟୁ

1 min
169


ଶୁଣିଲାବେଳଠୁ ବାଟ ପାଇଲିନି ଯିବାକୁ , ସାନ ଭଉଣୀ ଫୋନଟେ କରି କହିଲା , ଜଲ୍ଦି ଆ.... ବାପା ବାଥରୁମରେ ପଡିଯାଇଛନ୍ତି " ।


ପଡିଉଠି ଆସି ପହଞ୍ଚି ଦେଖେ, ଛ'ଫୁଟର ଲୋକ ଛ' ଇଞ୍ଚ୍ ପରି ଖଟରେ ପଡିଛନ୍ତି ।ଆସ୍ତେ କି ପାଦ ଛୁଇଁଲି ।ବୋଉ କହିଲା, " ଦେଖ କିଏ ଆସିଛି ! "


ସେମିତି ଆଖି ମୁଦି କହିଲେ, " ଆୟୁଷ୍ମାନ ଭବଃ ",ଯେତେବେଳେ କି ତାଙ୍କୁ ସେଇ ଆୟୁଷ ଟିକକ ର ଢେର୍ ଦରକାର ଥିଲା ।


ସବୁବେଳେ ଅପଦାର୍ଥ, କୁଳାଙ୍ଗାର ଶୁଣିବାରେ ଅଭ୍ୟସ୍ତ କାନ ଆଜି ଥରୁଥିଲା ।


ବାପା ମାନେ ହିଁ ଆୟୁଷ କାଟି ତମକୁ ଚିରାୟୁ କରିପାରନ୍ତି ନିଜେ ପବନ ହେଇ ନିଃଶ୍ୱାସରେ ।



Rate this content
Log in

Similar oriya story from Action