Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Akshayakumar Dash

Action Fantasy Inspirational


3  

Akshayakumar Dash

Action Fantasy Inspirational


ଆତଂଗର ସୀମା କେବେ ?

ଆତଂଗର ସୀମା କେବେ ?

1 min 201 1 min 201

ବିଶ୍ୱବାସୀ ଆତଙ୍କିତ। ପ୍ରତେକ ପରିବାରରେ ଛୁଇଁଯାଇଛି ନିରାଶ ।କିଏ ଅଧିକ ଧକା ପାଇଛି ତ କିଏ ଆର୍ଥିକ ଅନାଟନ ରେ ସଢ଼ୁଛି ।ପ୍ରତେକ ବ୍ୟକ୍ତି ଭିତରେ ଆଶଙ୍କା। ବଂଚିବା ମରିବ ଭିତରେ ଜୀବନ । ରାଧାକାନ୍ତ ଘରେ ବସିବସି ଅଚଳ ହେଲେଣି । ପଦାକୁ ବାହାରିବା ମନା। ହେଲେ ଘର ଚଲେଇବାକୁ ତ ପଡିବ । ନିହାତି ଡାଲି, ଚାଉଳ, ପନିପରିବା, ଆଣିବାକୁ ପଡିବ । ପତ୍ନୀ ରୁକ୍ମଣୀ କହିଲେ,ହେଇଟି 'ଘରେ ତେଲ ସଉଦା କିଛି ନାହିଁ । ତୁମେ ବଜାର ଯାଇ କିଣିଆଣ, ନଚେତ ଉପାସରେ ରହିବ । ରାଧାକାନ୍ତ ଅନିଚ୍ଛା ସତ୍ୟେ ପେଣ୍ଟସାଟ ପିନ୍ଧି ବାହାରିଲେ । ମୁହଁରେ ତୁଣ୍ଡି ଦେଲେ ।ନିଜ ପୁରୁଣା ସାଇକେଲ ଧରି ବଜାରରେ ପହଁଚିଲେ । ସଉଦା ଦୋକାନରେ ଲୋକ ଭିଡ଼ ।ଦେଖିଲେ ଲୋକମାନେ ଠେଲା ପେଲା । ସେଠାରୁ ଲେଉଟି ଅନ୍ୟଏକ ଦୋକାନକୁ ଗଲେ ।ସେଠାରେ ବି ଭିଡ଼ । କ'ଣ କରିବେ ,ଘରେ ତ କିଛି ତେଲ ମସଲା ନାହିଁ ପୁଣିତ ଖାଇବେ । ସେଠାରେ ଅପେକ୍ଷା କଲେ । ଅଧଘଣ୍ଟା ପରେ ସଉଦା କିଣି ଘରକୁ ଫେରିଲେ ।ବାଟରେ ପରିବା ଦୋକାନ । ବାଇଗଣ ଭେଣ୍ଡି, ଜହ୍ନି, କଲରା ଓ କାକୁଡି ଧରି ଫେରିଲେ ।ପରିବା ଚଢା ଦାମ ମନ କୁ ବୁଝେଇ ଦେଲେ । ଦାମ ତ ଅଧିମା ନିଶ୍ଚୟ । ଏହି ବିପତି କେବଳ ତାଙ୍କ ପରିବାର କୁ ବାଧୁଛି ,ନୁହେଁ ସାରା ପୃଥିବୀ ର୍ଜରିତ। ଏତେ ବିପଦ ସମୟରେ ଚାଷୀ ଭାଇ ବିଲରେ ଖଟି ଆମକୁ ପନିପରିବା ଯୋଗେଇଆସୁଛି ।ତାର ଶ୍ରମ କୁ ତାରିଫ କରିବାର କଥା । ଘରେ ପହଂଚିବାପରେ ରୁକ୍ମଣୀ ବାହାରି ଆସି କହିଲେ, ହେଇଟି ଯାଅ ବାହାର ଟେପ ରେ ଗାଧୋଇପଡି ଘରେ ପସ ।ରାଧାକାନ୍ତପତ୍ନୀ କଂ କଥାରେ କିଛି ନକହି ଗାଧୋଇଲେ । 



Rate this content
Log in

More oriya story from Akshayakumar Dash

Similar oriya story from Action