Sarat Jal

Inspirational


2  

Sarat Jal

Inspirational


ଆସ ଲଗେଇବା ଗଛ

ଆସ ଲଗେଇବା ଗଛ

1 min 7.0K 1 min 7.0K

ନିପଟ ମଫସଲ ଗାଁଟିଏ । ଗାଁର ନାଁ ରାଇଜପୁର । ସେଇ ଗାଁର ଶେଷ ମୁଣ୍ଡରେ ଚାଳ ଛପର ଘରେ ରହୁଥିଲେ ବୁଢାଟିଏ ଓ ବୁଢୀଟିଏ ।ତାଙ୍କର ସନ୍ତାନସନ୍ତତି କେହି ନଥିଲେ । ଅଳ୍ପ ରୋଜଗାର ହେଲେ ମଧ୍ୟ ବୁଢା ବୁଢୀ ଦୁହେଁ ଚଳିଯାଉଥିଲେ ।ବୁଢାକୁ ଆଖପାଖ ଅଞ୍ଚଳର ସମସ୍ତେ "ବିନୁ ଅଜା" ବୋଲି ଡାକନ୍ତି ।ବିନୁ ଅଜା ସଭିଙ୍କର ଅତି ପ୍ରିୟ ।ବିନୁ ଅଜା ପାଠ କିଛି ନପଢିଥିଲେ ମଧ୍ୟ ବୃକ୍ଷ ଆମର ଜୀବନ ଓ ପରମ ବନ୍ଧୁ ବୋଲି ଜାଣିଥିଲା ।ସେଥିପାଇଁ ସେ ସକାଳରୁ ସଞ୍ଜ ଯାଏଁ ଗାଁ ଗାଁ ବୁଲି ଖାଲି ସ୍ଥାନ ଦେଖିଲେ ଗଛ ଲଗେଇବା କାମରେ ଲାଗିପଡୁଥିଲା । ଦିନେ ସେଇ ଗାଁକୁ ରାଜା ରଣଜିତ୍ ସିଂ ଘୋଡା ଉପରେ ବସି ବୁଲିବାକୁ ଆସିଥିଲେ ।

ଗାଁର ସବୁଜ ପରିବେଶକୁ ଦେଖି ରାଜା ଭାରି ଖୁସି ହୋଇଥିଲେ ଏବଂ ଏଇ ସବୁଜ ବନାନୀ ବିଷୟରେ ଗାଁର ମୁଖିଆଠାରୁ ସବୁ କଥା ପଚାରି ବୁଝିଥିଲେ । ମନେମନେ ରାଜା ବିନୁ ଅଜାକୁ ବାଃ ବାଃ କହି ସାଂଗେ ସାଙ୍ଗେ ବିନୁ ଅଜାର ଝାଟି ମାଟିର ଘରେ ପହଞ୍ଚିଥିଲେ । ସେତିକିବେଳେ ବିନୁ ଅଜା ବାଡି ପଟେ ଗୋଟିଏ ଗଛ ଲଗାଇବାରେ ବ୍ୟସ୍ତ ଥିଲା ।ରାଜା ବିନୁ ଅଜାର ଏଇ ବୟସରେ ଏଭଳି ମହତ କାମକୁ ଦେଖି ପ୍ରୀତ ହେବା ସହିତ ପାଞ୍ଚ ହଜାର ଟଙ୍କା ପୁରଷ୍କା୍ରାଶିକୁ ବିନୁ ଅଜାର ହାତକୁ ଦେଇ ଫେରିଯାଇଥିଲେ । ବୁଢା ତା'ଜୀବନରେ ଏତେ ଟଙ୍କା କେବେ ଦେଖି ନଥିଲା । ତେଣୁ ସେ ବହୁତ ଖୁସି ହେଲା । ଆଉ ମନେମନେ ସ୍ଥିରକଲା ମୋ ଖୁସିର କାରଣ ଏଇ ଗଛମାନେ ବୋଲି । ତେଣୁ ସେ ତା'ଆର ଦିନ ସକାଳୁ ସକାଳୁ ଉଠି ଗଛମାନଙ୍କୁ ଦେବତା ଜ୍ଞାନ କରି ଚନ୍ଦନ,ସିନ୍ଦୂର ଲଗେଇ ପୂଜିବାକୁ ଲାଗିଲା ।ସେଇ ପୂଜାରେ ବିନୁ ଅଜାର ମୂଳମନ୍ତ୍ର ଥିଲା "ଆସ ଲଗେଇବା ଗଛ" । ସେଇ ମନ୍ତ୍ର ରାଇଜପୁର ଗାଁର ମହାମନ୍ତ୍ର ହୋଇଲା । ପିଲାଠାରୁ ବୁଢା ଯାଏଁ ସମସ୍ତେ ଜପିଲେ "ଆସ ଲଗେଇବା ଗଛ","ଆସ ଲଗେଇବା ଗଛ" "ଆସ ଲଗେଇବା ଗଛ" ।

ଶରତ ଚନ୍ଦ୍ର ଜାଲି

ତା:୧୧/୮/୦୧୮


Rate this content
Log in