Parameswar Ojha

Tragedy Inspirational

3  

Parameswar Ojha

Tragedy Inspirational

ଆପଣାର

ଆପଣାର

4 mins
399


ସମସ୍ତେ ଆଶ୍ଚର୍ଯ୍ୟ ଚକିତ ବିଶିଷ୍ଟ ବିଜନେସ ମ୍ୟାନ୍ ସୋମାଲିନ୍ ଚୌଧୁରୀ ତାଙ୍କର ଅଚଳାଚଳ ସମ୍ପତ୍ତି ଗୋଟିଏ କୁକୁରକୁ ଦାନ କରି ଦେଇଛନ୍ତି । ସାମାନ୍ୟ ଗୋଟେ ସର୍କସ୍ ର କୁକୁର କୁ !

ଆଉ ସେ ଏବେ ତା ସହ ଗୋଟେ ନିରୋଳା ବଙ୍ଗଳା ରେ ସମୟ ବିତାଉଛନ୍ତି । ସମସ୍ତଙ୍କ ମୁଣ୍ଡ ବାଇଆ ଏ ଘବର ଶୁଣି ।

ଏତେ ବଡ଼ ଶିକ୍ଷିତ ବିଚକ୍ଷଣା ଝିଅ ସୋମାଲିନ୍ ଚୌଧରୀ ସେ ପୁଣି ଗୋଟାଏ କୁକୁର ନାଁ ରେ ତାଙ୍କର ହାରାହାରି ୧୦ କୋଟି ଟଙ୍କାର ସଂପତ୍ତି ଦାନ କରିଦେଲେ ! କ'ଣ ଏହା ପଛର କାରଣ ହୋଇପାରେ ?

ସମସ୍ତେ ଭାବୁଥିଲେ ଲୋକଙ୍କ ପାଖରେ ଆଧିକ ଟଙ୍କା ହେଲେ ସେମାନଙ୍କ ମୁଣ୍ଡ କାମ କରେନି , କ'ଣ କେତେବେଳେ ଅଦ୍ଭୁତ କାରନାମା ସବୁ କରି ପକାନ୍ତି ତା ସେ ନିଜେ ବି ଜାଣି ନଥାନ୍ତି ।କିନ୍ତୁ ତା ପଛର କାରଣ ଥିଲା ସଂପୂର୍ଣ୍ଣ ଭିନ୍ନ।


ଦିନକୁ ଦିନ ଯେତେବେଳେ ସଫଳତା ର ଶିଡି ଚଢ଼ିବାକୁ ଲାଗିଲେ ସୋମାଲିନ୍ ସେତେବେଳେ ସେ ସମସ୍ତ ଙ୍କୁ ଆପଣାର ଭାବୁଥିଲେ । ଟଙ୍କା ସାହାଯ୍ୟ ପାଖରୁ ନିଜ ବ୍ୟବସାୟ ରେ ପାର୍ଟନର ରଖିବା ବିନା କିଛି ପ୍ରତିବାଦରେ ସମସ୍ତ ଙ୍କ ବିପଦ ଆପଦ ସମୟରେ ଛିଡ଼ା ହେଉଥିଲେ । କିନ୍ତୁ ଦିନକୁ ଦିନ ସେ ମୁଖା ପିନ୍ଧା ମଣିଷ ମାନଙ୍କୁ ସବୁ ଚିହ୍ନିବାକୁ ଲାଗିଲେ । ସମସ୍ତେ ତାଙ୍କ ସରଳ ପଣ ର ଫାଇଦା ଉଠାଉଥିଲେ ଯାହା । ସମସ୍ତେ ସଂପର୍କ ଯୋଡିଥିଲେ କେବଳ ଲାଭ ପାଇଁ ।

ଗୋଟେ କଥା ତାଙ୍କୁ ବହୁତ ବାଧିଥିଲା । ସ୍କୁଲ ବେଳର ଜିଗ୍ରି ଦୋସ୍ତ ସଞ୍ଜୁ ତାଙ୍କ ବ୍ୟବସାୟ ର ତାଙ୍କ ପାର୍ଟନର ଥିଲା । ସେ କେବେ ସଞ୍ଜୁ କୁ ମ୍ୟାନେଜର କମ୍ ଭାଇ ପରି ଅଧିକ ଭାବୁଥିଲେ ଯେତେବେଳେ ଯାହା ଟଙ୍କା ମାଗୁଥିଲା ବେଝିଜକ୍ ଦେଉଥିଲେ । କିନ୍ତୁ ସେଇ ସଞ୍ଜୁ ଗୋଟିଏ ଅତି ଜରୁରୀ କାମ ଅଛି କହି ୨୫ ଲକ୍ଷ୍ୟ ଟଙ୍କା ଧାରେ ନେଇଗଲା । କିନ୍ତୁ ସୋମାଲିନ୍ ଭାବନା କୁ କ୍ଷତବିକ୍ଷତ କରି ଯେତେବେଳେ ସଞ୍ଜୁ ରାଜ୍ୟ ବାହାରକୁ ପଳେଇଲା ତାଙ୍କ ମନ ଏକଦମ୍ ସେ ଭାଙ୍ଗିଗଲା ।

 ଚାହିଁଥିଲେ ପୋଲିସ୍ କେସ୍ କରି ତାକୁ ଧରି ପାରିଥାନ୍ତେ କିନ୍ତୁ ସେ ସେମିତି କଲେନି । କେବଳ ଭାବୁଥିଲେ ତାଙ୍କ ନିଜ ଠୁ ଯାହାକୁ ଅଧିକ ବିଶ୍ବାସ ଭରଷା କରୁଥିଲେ ସେ ଯଦି ଏମିତି କୃତଘ୍ନ ସାଜିପାରେ ତେବେ ଆଉ କିଏ ତାଙ୍କ ଭରଷା ଆଉ ବିଶ୍ଵାସ ର ମାନ ରଖିବ ଯେ ? ତେବେ ସମସ୍ତେ ଏଠି ଧୋକାବାଜ୍ ।

ସେ ମଣିଷ ମାନଙ୍କୁ ଭଲପାଉଥିଲେ କିନ୍ତୁ ଚାରିପାଖର ମଣିଷ ମାନେ ତାଙ୍କ ଟଙ୍କା କୁ ଭଲପାଉଥିଲେ । ତାଙ୍କ ବନ୍ଧୁ ତାଙ୍କୁ ଧୋକା ଦେଲାପରେ ସେ ଚିନ୍ତା ରେ ମାନସିକ ଚାପ ରେ  ରହିଲେ ବହୁତ ଦିନ । ମେଡ଼ିକାଲ ରେ ବି ଚିକିତ୍ସିତ ହେଲେ ପ୍ରାୟ ଦୁଇମାସ ।

ତାଙ୍କ ପରିବାର ଲୋକ ଙ୍କୁ ଡାକ୍ତର କହିଲେ -- "ତାଙ୍କ ମନ କୁ ଟିକେ ରିଲାକ୍ସ୍ ଦିଅନ୍ତୁ ଏ ବ୍ୟବସାୟ ରୁ ତାଙ୍କୁ ଟିକେ ଦୂରେଇ ରଖନ୍ତୁ କିଛି ମାସ । ତାଙ୍କ ମନରେ ସରସ ସୁନ୍ଦର ରଖିବା ପାଇଁ ବାହାରକୁ ବୁଲାବୁଲି କରିବାକୁ ନିଅନ୍ତୁ ଏବଂ ଯଥା ସମ୍ଭବ ତାଙ୍କୁ ଖୁସି ରେ ରଖିବାକୁ ଚେଷ୍ଟା କରନ୍ତୁ "

ତ ପରିବାର ଲୋକେ ସୋମାଲିନ୍ କୁ ମଝିରେ ମଝିରେ ଭଲ ଭଲ ଯାଗା ବୁଲେଇବାକୁ ନିଅନ୍ତି । ମନ୍ଦିର , ପାର୍କ ପହାଡ ଝରଣା ଘେରା ଅଞ୍ଚଳ   . ଏମିତି ସବୁ .. ।

ଦିନେ ପାଖ ଅଞ୍ଚଳ କୁ ସର୍କସ୍ ଆସିଥିଲା ତ ସେଦିନ ସୋମାଲିନ଼୍ କୁ ତାଙ୍କ ସଂପର୍କୀୟ ଜଣେ ସର୍କସ୍ ଦେଖାଇବାକୁ ସାଙ୍ଗରେ ନେଇ ଯାଇଥିଲେ । କିନ୍ତୁ ସେଠି ଘଟିଲା ଗୋଟେ ଅଦ୍ଭୂତ ଦୃଶ୍ୟ ଯାହାକୁ ସମସ୍ତ ଦର୍ଶକ ଦେଖି ତାଜୁବ୍ ହୋଇଗଲେ । 

ସର୍କସ୍ ରେ ଗୋଟିଏ କୁକୁର ତାର ଭଙ୍ଗୀ ପ୍ରଦର୍ଶନ କରି ଟ୍ରେନର୍ କହିବା ମୁତାବକ ଲୋକ ମାନଙ୍କର ମନୋରଞ୍ଜନ କରୁଥିଲା । କିନ୍ତୁ ହଠାତ୍ ଦର୍ଶକ ଭିତରୁ କାହାକୁ ଦେଖି ଟ୍ରେନର୍ ଚାବୁକ୍ କୁ ଭୟ କି ଖାତିର ନକରି ସର୍କସ୍ ଅଧାରୁ ଦୈାଡି ଚାଲି ଆସିଲା ବାରିକେଟ କୁ ଡେଇଁ । ସମସ୍ତ ଙ୍କ ନଜର କୁକୁର ଆଡ଼କୁ ମୁହାଁଇଲା ।

ଦେଖୁଥିଲେ ସମସ୍ତେ  ନିଜ ପ୍ରିୟତମ ମଣିଷକୁ ଅନେକ ଦିନ ପରେ ଦେଖି ଦେବା ପରି ସେଇ କୁକୁର ଟି ସେମିତି ବିକଳ ଅଧିର ହୋଇ ଦୈାଡି ଦୈାଡି ସୋମାଲିନ୍ ପାଖକୁ ଯାଇ ତାକୁ କେମିତି ମୁଣ୍ଡ ରୁ ଗୋଡ଼ ପର୍ଯ୍ୟନ୍ତ ଚାଟି ଚାଲିଥିଲା । ସୋମାଲିନ୍ ବି ହଠାତ୍ ଘାବରେଇ ଗଲେ କୁକୁର ଟିର ଏମିତି ବ୍ୟବହାର ରେ । ପରେ ଯେତେବେଳେ ପିଲା ଦିନର କ୍ଷତ ଚିହ୍ନ ରୁ କୁକୁରଟିକୁ ସୋମାଲିନ୍ ଚିହ୍ନି ପାରିଲେ । ସେତେବେଳେ ସେ ବି ସେଇ କୁକୁର କୁ କୁଣ୍ଢେଇ ଧରି ଗେଲ କରିବାକୁ ଲାଗିଲେ । ତା ଆଖିରୁ ଦୁଇ ଧାର ବହଳ ଲୁହ ବୋହି ଆସିଲା । " ମୋ ବାପୁନ୍ ତୁ କୋଉଠି ଥିଲୁରେ .. ଏତେ ଦିନ ହେବ ମୋ ଧନ ମୋ ସୁନା .. "

ଏମିତି କହି ସୋମାଲିନ୍ କୁକୁର ମୁହଁ ରେ ଚୁମା ପରେ ଚୁମା ଦେଇ ଚାଲିଥିଲେ ।

ସର୍କସ୍ ର ଷ୍ଟାଫ୍ ଏବଂ କମିଟି ମେମ୍ବର ମାନେ ଯେତେବେଳେ କୁକୁର କୁ ନେବା ପାଇଁ ଆସିଲେ ସୋମାଲିନ୍ ସେ କୁକୁରଟିକୁ ଦେବାପାଇଁ ମନାକଲା । ନିଜ ସାଙ୍ଗ ରେ ନେଇ ଯିବ ବୋଲି ଜିଦ୍ ଧରି ବସିଲା ।

ଷ୍ଟାଫ୍ ମାନେ ଯେତେବେଳେ ସୋମାଲିନ୍ ସହ ଯୁକ୍ତିତର୍କ କଲେ ସେତେବେଳେ ସୋମାଲିନ୍ ସାଥିରେ ଯାଇଥିବା ଲୋକଟି ସେମାନଙ୍କୁ ନାଲି ଆଖି ଦେଖାଇ କଡ଼ା ସ୍ବରରେ କହିଲା -

" ଏଇକ୍.... କାହାକୁ କ'ଣ କହୁଛ ତୁମେ ମାନେ ଜାଣି ପାରୁଛ ତ ... ? ତମ ସର୍କସ୍ ଭଳି ଶହେଟା ସର୍କସ୍ କିଣି ଦେବାର କ୍ଷମତା ଅଛି ତାଙ୍କର । ବାସ୍ କେତେ ଟଙ୍କା ନେବ କୁହ ଏ କୁକୁର ଟି ଆମକୁ ଦିଅ "

ସର୍କସ ର ମାଲିକ ଏମିତି କଥା ଶୁଣି ତା ପାଟିରେ ବାଡବତା ନଦେଇ ସିଧା ସଳଖ କହିଦେଲା ୪ ଲକ୍ଷ ଟଙ୍କା । ସାଙ୍ଗେ ସାଙ୍ଗେ ସୋମାଲିନ୍ ଚେକ୍ ବାହାର କରି ୧୦ ଲକ୍ଷ ଟଙ୍କା ଲେଖି ବଢାଇ ଦେଲେ ସର୍କସ୍ ର ମାଲିକ ହାତକୁ ଆଉ କହିଲେ " ମୋ ବାପୁନ୍ ର ଏ ପର୍ଯ୍ୟନ୍ତ ଯତ୍ନ ନେଇଥିବାରୁ ଆଉ ୬ ଲକ୍ଷ ଅଧିକା ଦେଉଛି , ଧନ୍ୟବାଦ "

ସୋମାଲିନ୍ ସେ କୁକୁର କୁ ସାଙ୍ଗରେ ଆଣି ଆସିଲେ । କିଛି ଦିନ ପରେ ଜଣା ପଡିଲା ସେ କୁକୁର ନାଁ ରେ ସେ ତାଙ୍କର ସବୁକିଛି ସମ୍ପତ୍ତି କରି ଦେଇଛନ୍ତି । ବଣ୍ଡ୍ ପେପର୍ ରେ ଲେଖି ଦେଇଥିଲେ କୁକୁର ଅନ୍ତେ ସେ ସବୁ ସମ୍ପତି ଅନାଥାଶ୍ରମରେ ଦାନ ଦିଆଯିବ ।


ସେ ବଡ଼ କୁକୁର ଟି ଯେତେବେଳେ କୁନିଟେ ଥିଲା ସେତେବେଳେ ସୋମାଲିନ୍ ଙ୍କ ଜେଜେ ତାକୁ ଉପହାର ଦେଇଥିଲେ। ସେ ତା ସହ ଖେଳୁଥିଲା ବୁଲୁଥିଲା ଢେର୍ ସ୍ନେହ ଥିଲା ଉଭୟଙ୍କ ମଧ୍ୟରେ । ସେ ସ୍ନେହ ରେ ତା ନାଁ ଦେଇଥିଲା ବାପୁନ୍ , କିନ୍ତୁ ଦିନେ ସେଇ ବାପୁନ୍ ହଜିଗଲା । ହଜିଗଲା ମାନେ ତାକୁ କିଏ ନେଇଗଲା ।

ଆଉ ତାର ଅଠେଇଶ ବର୍ଷ ପରେ ଆଜି ସେଇ ବାପୁନ୍ ସହ ସାକ୍ଷାତ ହୋଇଛି ସର୍କସ୍ ରେ । ଶହେ ମିଟର ଦୂରରୁ ବି ପ୍ରଥମ ଚାହାଣୀ ରେ ବାପୁନ୍ ଚିହ୍ନି ନେଲା ତା ପିଲା ବେଳର ବନ୍ଧୁ ସୋମାଲିନ୍ କୁ । ଏ ସ୍ୱାର୍ଥପର ଦୁନିଆଁରେ ସୋମାଲିନ୍ କୁ ଲାଗିଲା କେବଳ ବାପୁନ୍ ହିଁ ତା'ର ସଚ୍ଚା ସାଥୀ ଟିଏ ନିଜର ହିତାକାଙ୍କ୍ଷୀ ଟେ ।

ସୋମାଲିନ୍ କୁ ପ୍ରଥମଥର ପାଇଁ ହୃଦୟଙ୍ଗମ ହେଲା ତାକୁ ବିନା ଟଙ୍କା ରେ ବିନା ଆଧିପତ୍ୟ ରେ ଭଲପାଉଥିବା କେହି ଜଣେ ଅଛି ଏ ଦୁନିଆଁ ରେ ।

ବାସ୍ ସୋମାଲିନ୍ ଏବେ ବହୁତ ଖୁସିରେ ଅଛନ୍ତି ତାଙ୍କ ବାପୁନ୍ ସହ ।


Rate this content
Log in

Similar oriya story from Tragedy