STORYMIRROR

jyotsna mayee panda

Tragedy

3  

jyotsna mayee panda

Tragedy

ଆଞ୍ଜୁଳାଏ କ୍ଷୋଭ....

ଆଞ୍ଜୁଳାଏ କ୍ଷୋଭ....

3 mins
203


ମୁଁ ପାରୁଲ...... ବୟସ ବାୟାଲିସ ହେବ l ପେଶାରେ ଜଣେ ବ୍ୟାଙ୍କ କର୍ମଚାରୀ l ହେଲେ ନିଶା ହେଉଛି ଲେଖିବା l ଖୁବ ଭଲ ଲାଗେ ମୋତେ ସମୁଦ୍ରର ଏ ବେଳାଭୂମି l ଠିକ ମୋ ଜୀବନ ଭଳି l କେବେ ସୁଖର ଜୁଆରରେ ନିଜକୁ ହଜେଇ ଦିଏ ସେ ନୀଳାଭ ସମୁଦ୍ର ଗର୍ଭରେ ତ କେତେବେଳେ ଏକାକୀତ୍ୱ ବୋଧର ଭଟ୍ଟାରେ ମୁଁ କଚାଡି ହୋଇପଡେ ଜୀବନର ଚଲାପଥ ପରେ l ଠିକ ଏ ସମୁଦ୍ର ପରି l ସେଥିପାଇଁ ମୋତେ ଖୁବ ଭଲ ଲାଗେ ଏ ସମୁଦ୍ର l ନିଜସ୍ୱ ଭିତରେ ଯେମିତି ସବୁ ଇଚ୍ଛା ମରିଯାଇଛି ବଂଚିବାର ସ୍ମୃହା ହଜି ଯାଇଛି ହେଲେ ବଂଚିଛି... ଖାଲି ଦୁନିଆର ଅପବାଦ ଭୟରେ l କାରଣ. ଗୋଟେ ଝିଅ ନିଜ ଇଚ୍ଛାରେ ମରି ପାରେନି l ସମାଜ ଆଗରେ ତା ପାଇଁ ଅନେକ ପ୍ରଶ୍ନ ଥାଏ ଅନେକ ଅପବାଦ, ନିନ୍ଦା ଥାଏ ସେଥିପାଇଁ ଜୀବନ ଦୁର୍ବିସହ ହୋଇପଡୁଛି l ଅତୀତ ଯେମିତି କଲା ନାଗୁଣୀ ଟିଏ ହୋଇ ମୋତେ ପ୍ରତି କ୍ଷଣ ଦଂଶନ କରୁଛି l ଦୁଃଖ ଯେମିତି ମୋ ଆପଣାର ହୋଇ ଯାଇଛି l ଆଉ ସୁଖ ମୋ ପାଇଁ ଆକାଶ କଇଁଆ ହୋଇ ଯାଇଛି l ତଥାପି ମୁଁ ବଂଚିଛି l ସେଦିନ ଖୁବ ଖୁସି ଥିଲୁ ସମସ୍ତେ ବାବା ମାମା ମୁଁ ଓ ମୋ ସାନ ଭାଇ ଗୁଡ୍ଡୁ (ନିଶାନ୍ତ )ଯେ ବୟସରେ ମୋ ଠୁ ଆଠ ବର୍ଷ ସାନ l ବାବାଙ୍କ ଛୋଟିଆ ବିଜନେସ ଥିଲା l ଜୀବନ ଜିଇଁବା ଖୁବ ସହଜ ଥିଲା l ହେଲେ ସେ କାଳ ରାତ୍ରି ଗର୍ଭରେ ହଜିଗଲା ସବୁ କିଛି l

ବାବା ଓ ମାଆ କାରରେ ଜେଜୀ ଙ୍କୁ ଦେଖିବା ପାଇଁ ଯାଇଥିଲେ l କାରଣ ସେ ସଜ୍ଜାଶାୟୀ... କକେଇ ପାଖରେ ରହୁଥିଲେ l ସେଦିନ ଆମେ ଏକା ଘରେ ଥିଲୁ l ରାତିରେ ଫେରିବା ସମୟରେ କାର ଦୁର୍ଘଟଣା ଗ୍ରସ୍ତ ହେଲା l ବାବା ମାଆ ଛାଡି ଚାଲିଗଲେ ଆର ପାରିକି l କକେଇ ଚାଲିକି କରି ସବୁ ବିଜନେସ ହାତେଇବାରେ ପଛଘୁଞ୍ଚା ଦେଲେ ନି l ଖୁବ କଷ୍ଟରେ ବାବାଙ୍କ ଶେଭିଙ୍ଗରେ ବିଏ ପଡିଲି l ନିଶାନ୍ତକୁ ପଡ଼େଇବା ମୋର ଦାୟିତ୍ୱ ଥିଲା ଯେମିତି ସେତେବେଳେ l ଭଗବାନଙ୍କ ଦୟା ରୁ ବ୍ୟାଙ୍କରେ ଚାକିରୀଟେ ମିଳିଗଲା l ସେତେବେଳେ ମୋ ଦେଖା ହେଲା ଅଶ୍ୱିନି ସହିତ l ଖୁବ ମେଳାପୀ ଭଦ୍ର, ନମ୍ର l ଦେଖିବାକୁ ସୁନ୍ଦର ଚେହେରା ସହିତ ପ୍ରଖର ବ୍ୟକ୍ତିତ୍ୱର ଅଧିକାରୀ l ସେଥିପାଇଁ ମୁଁ ବି ଅତି ସହଜରେ ଆକର୍ଷିତ ହେଲି ତାଙ୍କ ପ୍ରତି l ସେ ବି ଖୁବ ଭଲ ପାଉଥିଲେ ଏ ସମୁଦ୍ରକୁ l ଅନେକ କବିତା ଶୁଣୁଥିଲେ ଏଇ ସମୁଦ୍ର କୂଳରେ ମୋ କୋଳ ରେ....ସେ ବାହାଘର ପ୍ରସ୍ତାବ ଦେଇଥିଲେ ହେଲେ ଭାଇର ପଢ଼ା ପାଇଁ କିଛି ଦିନ ଅପେକ୍ଷା କରିବା ପାଇଁ କହିଲି l ଏମିତି ଅନେକ ଦିନ ବିତିଗଲା l ଅଶ୍ୱିନି ଘରେ ଗୋଟେ ବୋଲି ପୁଅ l ବଡ଼ ଭଉଣୀ କେବେ ଠୁ ବାହା ହୋଇ ସାରିଛି l ଘରେ ଏବେ ମାଆ ସବୁବେଳେ ବାହାଘର ପାଇଁ ଚିନ୍ତା କରୁଛନ୍ତି..... ଭାଇର ପଢ଼ା ଆହୁରି ଦୁଇବର୍ଷ ଅଛି l ଅଶ୍ୱିନି ସବୁ ଦାୟିତ୍ୱ ନେବା ପାଇଁ ରାଜି l ହେଲେ ମୋ ସ୍ୱାଭିମାନ ମନା କଲା l ସେଦିନ ତାଙ୍କ ମାଆ ହାଇବିପି ଯୋଗୁ ପଡିଗଲେ ଆଉ ଗୋଟେ ଅଙ୍ଗ କାମ କଲାନି l ଏବେ ବାହାଘରଟା ନିହାତି ହୋଇପଡ଼ିଲା ତାଙ୍କ ପାଇଁ l ଗୋଟେ ପଟେ ମାଆର ସେବା ଅନ୍ୟ ପଟେ ବାପାଙ୍କ ଯତ୍ନ l ଖୁବ ଚିନ୍ତିତ ହୋଇ ପଡିଲେ l ମୋତେ ଅନେକ ଥର ଅନୁରୋଧ କଲେ ହେଲେ ପରିସ୍ଥିତିକିଛି ଏମିତି ଥିଲା ମୁଁ ତାଙ୍କ ପ୍ରସ୍ତାବ ରାଜି ହୋଇ ପାରିଲି ନି l ବାଧ୍ୟ ହୋଇ ଅନ୍ୟ ଝିଅକୁ ବାହାହୋଇ ଗଲେ l ମୁଁ ପୁରାପୁରି ଏକା ହୋଇଗଲି l ନିଜ ବଦଳି ଅନ୍ୟ ଜାଗାକୁ ହୋଇଗଲା l ସବୁ ସ୍ମୃତି ଖାଲି ସ୍ମୃତିରେ ରହିଗଲା ..... ଆଉ କେବେ ଦେଖା କରିନି ଜୀବନରେ ଅଶ୍ୱିନିଙ୍କୁ l ବାହାଘର କାର୍ଡଟେ ପଠେଇ ଦେଇଥିଲେ l ହେଲେ ଯାଇନି l ଭାଇ ଖୁବ ଭଲ ପଡିଲା....ଆରୋଟିକ ଇଞ୍ଜିନିୟର ହେଲା l ବହୁତ ବଡ଼ ଶିଳ୍ପପତିଙ୍କ ଝିଅକୁ ବାହା ହୋଇ ପୁରା ପୁରି ବଦଳିଗଲା l ଆଉ ସେ ଭଉଣୀ କଥା ପୁରାପୁରି ଭୁଲିଗଲା l

କେବେ କେବେ ସମୟ ମିଳିଲେ ଭେଟ ହୋଇ ଆସୁଥିଲା ହେଲେ ଏବେ ଶଶୁର ଉପହାର ଦେଇଥିବା ଫ୍ଲାଟରେ ରହୁଛି l ତାଙ୍କ ଦାନର ମୂଳ ଦେଇ ସାଙ୍ଗରେ ରଖିଛି l କାରଣ ତା ସ୍ତ୍ରୀ ଗୋଟେ ବୋଲି ଝିଅ l ସେଥିପାଇଁ ସେଠି ନିଜର ନିଜତ୍ୱ ଟିକ ପୁରା ହରେଇ ସାରିଛି l ମୋ ବାବାଙ୍କ ଘରେ ଏବେ ଖାଲି ମୁଁ ରହୁଛି l ପ୍ରତ୍ୟେକ କାନ୍ଥରେ ଯେମିତି ଆମ ସ୍ମୃତି ବାନ୍ଧି ହୋଇ ରହିଛି l ସେଥିପାଇଁ ଏତେ ବଡ଼ ଘରେ ମୁଁ କେବେ ନିଜକୁ ଏକା ଭବେନି l ଖୁବ ଖୁସିରେ ନ ହେଲେ ବି ଭଲରେ ଅଛି l ହରିଆ କାକା ଆଜି ବି ମୋପାଇଁ ରାନ୍ଧି ଦିଅନ୍ତି l ମୋ ସୁଖ ଦୁଃଖ ସବୁ ବୁଝନ୍ତି l ସେ ଏକା ନିଜର ମଣିଷଟେ ମୋ ଦୁନିଆରେ ଭଳି ଲାଗେ l ନହେଲେ ଏ ସ୍ୱାର୍ଥପର ଦୁନିଆରେ କିଏ ବା କାହାର ? ଆପଣା ରକ୍ତ ବି ଦିନେ ପର କରି ଚାଲିଯାଉଛି l ସ୍ମୃତିର ପ୍ରତ୍ୟେକ ଫର୍ଦ ଏବେ ବୟସର ଅପରାହ୍ନରେ ଝାପ୍ସା ଝାପ୍ସା ଦିଶୁଛି l ଆଉ କେତେ ଦିନ ପରେ ବୋଧହୁଏ ଚାକିରୀଟା ବି ପର କରିଦେବ l ସମୟ ହେଲାଣି ଅବସରର.... ହେଲେ ମୋ ଲେଖନୀ ଏବେ ଖାଲି ମୋର ହୋଇ ରହିଛି l ଦୁଃଖ ସୁଖ, ହସ, ଲୁହ ସବୁ ସେଇ ଡାଏରୀ ପୃଷ୍ଠାରେ ଉତାରି ସାରିବା ପରେ ନିଜକୁ ବେସ ହାଲକା ମନେ କରୁଛି l



Rate this content
Log in

Similar oriya story from Tragedy