ଆକ୍ସିଡେଣ୍ଟ
ଆକ୍ସିଡେଣ୍ଟ
ଇରାର ବାପା ମା ଭାରତରେ ରହନ୍ତି ଓ ସେ ଆମେରିକାରେ ରହେ ନିଜ ପତିଙ୍କ ସହ | ଆମେରିକାରେ ତାର ୨ବର୍ଷ ହୋଇଗଲାଣି ସେ ଓ ତା ପତି ଗଣେଶ ଦି ଜଣ ଚାକିରୀ କରନ୍ତି | ଇରା ବାପା ରିଟାୟାର୍ଡ଼ ହେଲା ପରେ ନୂଆ ଘର ନେଇ ଗୋଟେ ଫ୍ଲାଟ୍ ରେ ରହୁଛନ୍ତି ବର୍ଷେ ହେବ | ସବୁଦିନ ସନ୍ଧ୍ୟାରେ ଇରା ବାପା ମାଙ୍କ ସାଥିରେ କଥା ହୁଏ ଗୋଟିଏ ଝିଅ ହୋଇଥିବାରୁ ସେ ସବୁବେଳେ ଚିନ୍ତାରେ ରହୁଥିଲା | ବାପା ମା ତା ପାଖକୁ ଆମେରିକା ଆସିବାର ଥିଲା ,ହେଲେ କରୋନା ଆସି ଗଲା , ସବୁ ପ୍ରୋଗ୍ରାମ ବଦଳି ଗଲା | ସକାଳୁ ଉଠିଲା ପରେ ତାର କାହିଁକି ମନ ବହୁତ ଖରାପ ଲାଗିଲା | ସେ ତାଙ୍କ ଘରକୁ ଫୋନ କଲା | ଫୋନ ତାର ମା ଉଠାଇଲେ ଓ କହିଲେ ବାପା ଲାଟିନରେ ପଡିଗଲେ ଓ ହସ୍ପିଟାଲରେ ଅଛନ୍ତି | ଇରା ଜୋରରେ କାନ୍ଦି ଉଠିଲା , ମା ଧୀରେ କହିଲେ ବାପା ଠିକ ଅଛନ୍ତି ମୁଁ ଡାକ୍ତରଙ୍କ ସାଥିରେ ଏବେ କଥାହୋଇଛି | ଇରା ବାପାଙ୍କ ସାଥିରେ କଥା ହେବା ପାଇଁ ଚାହିଁଲା ହେଲେ ତାଙ୍କର ଫୋନ ବନ୍ଦ ଥିଲା | ଇରା କାନ୍ଦୁଥିଲା ଓ ଗଣେଶଙ୍କୁ କହିଲା ଚାଲ ଟିକେଟ କର ବାପାଙ୍କୁ ଦେଖିବାକୁ ଯିବା ,ତମେ ନ ଗଲେ ମୁଁ ଯିବି , ମୁଁ ମୋର ଟ୍ରନ୍ସଫର ଭାରତ କରିକି ଚାଲିଯିବି | ଗଣେଶ ତାକୁ ସମ୍ଭାଳୁ ଥିଲେ ବୁଝାଉ ଥିଲେ |
୪ ଘଣ୍ଟା ପରେ ଇରା ଫୁଣି ଫୋନ କଲା , ବାପା ଘରକୁ ଆସିଯାଇଥିଲେ ,ଡାକ୍ତର ତାଙ୍କୁ ରେଷ୍ଟ ନେବାକୁ କହି ଘରକୁ ଛାଡିଥିଲେ | କିନ୍ତୁ ତାଙ୍କର କରୋନା ପଜିଟିଭ ଥିଲା କିନ୍ତୁ କିଛି ଲକ୍ଷଣ ନଥିଲା | ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଥିଲା | ବ୍ରେନ ସ୍କାନିଂ ରିପୋର୍ଟ ଠିକ ଥିଲା | ଇରା ତା କାକା ପୁଅ ଭାଈକୁ ବାପାଙ୍କ ପାଖରେ ରହିବାକୁ ଅନୁରୋଧ କଲା |ସେ ଭିଡିଓ କଲ କରି ବାପାଙ୍କ ସାଥିରେ କଥା ହେଲା | ବାପା କହିଲେ ମୁଁ ଠିକ ଅଛି ,ଏଇଟା ଗୋଟେ ଆକ୍ସିଡେଣ୍ଟ ,ତୁ ଏତେ ବ୍ୟସ୍ତ ହୁଅନି ତୋ ୩ ବର୍ଷ କଣ୍ଟ୍ରାକଟ ପୁରା କରି ଆସ | ତା ଭାଇକୁ କହିଲା ତୁ ତାଙ୍କ ପାଖରେ ରହିବା ପାଇଁ ଗୋଟେ ପିଲା ଯୋଗାଡ଼ କରିଦେ | ସେ କହିଲା ଠିକ ଅଛି | ଇରା ଆଖିରୁ ଲୁହ ଶୁଖୁ ନଥିଲା ,ସେମାଙ୍କ ସାଥିରେ ବି କଥା ହେଲା ଅନେକ ବେଳ ଯାଏଁ |
