ଆଜିବି ମନେପଡନ୍ତି ନୃସିଂହ ଗୁରୁଜୀ
ଆଜିବି ମନେପଡନ୍ତି ନୃସିଂହ ଗୁରୁଜୀ
-ନୃସିଂହ ଗୁରୁଜୀ !
-ବରିଷ୍ଠ ଶିକ୍ଷକ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ନାଉଗାଁର ।
-ଧସେଇ ପଶନ୍ତି ଶ୍ରେଣୀ ଗୃହକୁ ।
-ଗୁରୁଜୀ ଆସିଲେ ତାଙ୍କ ଶରୀର ସହ କଥାବାର୍ତ୍ତା ଛାତିରେ କମ୍ପନ ସୃଷ୍ଟି କରେ ।
-ଅନ୍ୟମନସ୍କ ହେଲେ କେତେବେଳେ ମୋ ବାମ ଗାଲରେ ଥିବା ଡିମ୍ପଲକୁ କେଞ୍ଚି ଦିଅନ୍ତି ତ, କେତେବେଳେ ମୋ ମୁଣ୍ଡକୁ ତାଙ୍କର ବଡ ପେଟରେ ଆଉଜେଇ ଡଷ୍ଟରରେ ଖୋବି ପକାନ୍ତି ।
-ସତରେ ଯେମିତି ଗୁରୁଜୀଙ୍କ ଖରାପ ତାଲିକାରେ ସଭା ଶେଷରେ ମୁଁ ଥାଏ !
-ସେଥିପାଇଁ ଗୁରୁଜୀଙ୍କୁ ମୋର ହାଲ ଡର !
-ମୋତେ ଡାକିଲେ ମୁଁ ଜାଣିଶୁଣି ଅନ୍ୟମାନଙ୍କୁ ଦେଖେ ।
-କାଳେ ଖସିଯିବି !
-ଧେତ୍ ତେରିକା !
(2)
-ମୂଳକଥା ଭୁଲିଗଲି !
-ରୋଲ ନମ୍ବର ଏକ......(ଜୋରରେ କୁହନ୍ତି ଗୁରୁଜୀ )
-ଉପସ୍ଥିତ ଗୁରୁଜୀ .......(ପିଲାମାନେ ଜଣକ ପରେ ଆଉ ଜଣେ )
-ମୋ ବେଳକୁ ରୋଲ ନମ୍ବର ତେଇଶି (23) ନକହି କୁହନ୍ତି; -
ପ୍ର...ସ...ନ୍ନ...ଜି...ତ୍ ତ୍ ତ୍ ...... !
-ଏକ ଭିନ୍ନ ବ୍ୟଙ୍ଗାତ୍ମକ ସ୍ବରରେ ।
-ମୁଁ ବି ହସିହସି କହେ; -
ଉପସ୍ଥିତ ଗୁରୁଜୀ............ !
- ଗୁରୁଜୀ ଇଂରାଜୀ ପଢାନ୍ତି !
-ଇଂରାଜୀ ଆଉ ଗୁରୁଜୀ !
-ଏହି ଦୁଇଟି ଜିନିଷ ମୋତେ ଯେମିତି ପିତା ଲାଗନ୍ତି !
-କାରଣ ଇଂରାଜୀ ସେତେ ଭଲ ହୁଏନାହିଁ !
-ଏପଟେ ନୃସିଂହ ଗୁରୁଜୀଙ୍କୁ ପ୍ରାଣଭୟ ଡର !
-ମୁଁ କହେ (ଧିର କଣ୍ଠରେ ) !
-ଗୁରୁଜୀ ଏକ...
-ଗୁରୁଜୀ ଆଗେ ଆଖି ମୁରାଟି ଦେଖନ୍ତି !
-ତା ପରେ କୁହନ୍ତି ...... !
-ଯା.......ପାଂଚ ........ !
(3)
ସତରେ ସେହି ସ୍ନେହଭରା କଟୁ କଥାଗୁଡିକ ଆଜି ମୋ ହୃଦୟ ତଥା କଲମ ମୁନରେ ଶକ୍ତି ଦେଇଛି କିଛି ଲେଖିବା ପାଇଁ । ଆଜିବି ଆଖି ଆଗରେ ନାଚି ଉଠନ୍ତି ନୃସିଂହ ଗୁରୁଜୀ । ତାଙ୍କ କ୍ରୋଧିତ କଟୁକଥା ଭିତରେ ଥାଏ ଅନାବିଳ ପ୍ରେମ , ଯାହା ମୁଁ ସେଦିନ ବୁଝିବା ପାଇଁ ସମର୍ଥ ନଥିଲି । ଭବିଷ୍ୟତର ଆଭାସ ଦେଖି ମଣିଷ ଗଢିବାର କୌଶଳ ତାଙ୍କୁ ବେଶ୍ ଜଣା । ସେଦିନ ଗୁରୁଜୀଙ୍କ କଥାକୁ କର୍ଣ୍ଣପାତ କରିଥିଲେ ବୋଧହୁଏ ମୁଁ ଆଜି ଆଉ କେଉଁଠି ଥାଆନ୍ତି ।
*ପ୍ରସନଜିତ ସାହୁ , ନାଉଗାଁ ହାଟ, ଜଗତସିଂହପୁର