ଏଇତ ଜୀବନ
ଏଇତ ଜୀବନ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଚାରିଆଡେ ପେଁ ପା ଶବ୍ଦ । ରାକ୍ଷସ ପରି ମାଡି ଆସୁ ଥାଆନ୍ତି ପାରାଦ୍ବୀପରୁ କଟକ ଆଡକୁ ମଟର ଗାଡି ଗୁଡାକ । ପାରାଦ୍ବୀପରୁ କିଛି ଦୂରରେ କଟକ ରାସ୍ତାରେ ପଡେ ଗଡ ଛକ । ଭାରି ହାଉ ଯାଉ । ମେଳା ମେଳା ଲୋକ ସେ ଛକରେ । ସବୁଦିନ ସଞ୍ଜ ଆସେ । ଆଉ ସେ କଅଁଳ ସଞ୍ଜରେ ଛକ ଗଡା ପାଖରେ ଶୁଭୁଥାଏ କଡେଇ ଆଉ ଖଡିକା ମିଶା ଏକ ଚିହ୍ନା ଆୱାଜ । ଶବ୍ଦକୁ ବାରି ଚାହିଁଲେ ଦେଖାଯାଏ କିଚିମିଚିଆ କଳା ବୁଢାଟେ । ପାକୁଆ ପାଟି । ଦାଢି ସବୁ ଧୋବ ଫରଫର । ପୋଷାକ କହିଲେ ଖଣ୍ଡେ ମଇଳା ଲୁଙ୍ଗି ଆଉ ଖଣ୍ଡେ ଗାମୁଛା ।ନଡିଆ ଫାଉଡା ଛପର କୁଡିଆ ତଳେ ଛୋଟ ଚୁଲାଟିଏ ଧରି ବାଦାମ ଭାଜୁଥାଏ । ଗରାଖ ଦେଖିଲେ ମୁଣ୍ଡ ଉଠେ ନହେଲେ ସେଇ ଲୁହା କଡେଇରେ କିଛି ବାଦାମ ରଖି ଅନବରତ ଖରଡୁ ଥାଏ । ଆଉ ଗାଉଥାଏ ଆମ ଲୋକ ସାହିତ୍ୟର ସେଇ ଅଭୁଲା ଗୀତ " ବୋଲେ ହୁଁ ଟି "