Prasanjit Sahoo

Inspirational

3  

Prasanjit Sahoo

Inspirational

ଅଟୋବାଲା

ଅଟୋବାଲା

2 mins
7.6K


      

     ପ୍ରଦର୍ଶନୀ ପଡିଆପଡିଆରେ 18 ତମ ରାଜଧାନୀ ପୁସ୍ତକ ମେଳା। ବିରାଜ ଫେରୁଥାଏ ପୁସ୍ତକ ମେଳାରୁ । ରାଜଧାନୀର ରାଜରାସ୍ତାରେ ଗାଡିମାନଙ୍କ ପେଁପା ଗର୍ଜନ ଭିତରେ ବିରାଜ ଚାଲିଥାଏ ବାଣୀବିହାର ଛକ ଆଡକୁ। "ହେଲେ ସବୁ ଭିତରେ ଅଟୋ ଗୁଡା କୁଆଡେ ଗଲେ ଯେ" , ମନେମନେ ପ୍ରଶ୍ନ କରୁଥାଏ ବିରାଜ । ଲିଫ୍ଟ ପାଇଁ ବହୁତ ଚେଷ୍ଟା କରୁଥାଏ । କାରଣ ଠିକ ସମୟରେ ବସ ନପାଇଲେ ସେ ନାଉଗାଁରେ ପହଞ୍ଚିବା ମୁସ୍କିଲ ହେବ । ବହୁତ ବ୍ୟସ୍ତ ହେଉଥାଏ ସେ । ଆଗକୁ ଆଗକୁ ଚାଲୁଥାଏ ଏବଂ ଅଟୋ ଆଶାରେ ଅନବରତ ଚାହୁଁଥାଏ । 

        କିଛି ସମୟ ପରେ ଏକାବେଳକେ ଦୁଇଟି ଅଟୋ । "ଭାଇ 10 ଟଙ୍କା ଦବ , ୟାଡେ ଆସ" ଏହି ସମାନ କଥା ପଦେ ଥିଲା ଦୁଇ ଅଟୋ ଡ୍ରାଇଭରଙ୍କର । ଗୋଟିଏ ଅଟୋରେ 4 ଜଣ ଆଉ ଅନ୍ୟଟିରେ କେହି ନଥିଲେ । କେହି ନଥିବା ଅଟୋରିକ୍ସାରେ ବସିଲା ବିରାଜ । ବହୁ ଯୁକ୍ତିତର୍କ ପରେ ଅଟୋ ଦୁଇଟି ଚାଲିଲେ । ବାଟରେ ଅନ୍ୟ ଲୋକମାନଙ୍କୁ ନେବାପାଇଁ ରାସ୍ତାର ଦୁଇ ପାଖକୁ ଚାହୁଁଥାଏ ଡ୍ରାଇଭର ଜଣଙ୍କ । କେହି ନମିଳିବାରୁ କିଛି ସମୟ ପରେ ଅଟୋଟି ପହଞ୍ଚିଲା ବାଣୀବିହାର ଛକରେ । 

          ବିରାଜ ଓହ୍ଲାଇଲା ଅଟୋରୁ । ପଚାରିଲା, "କେତେ ଟଙ୍କା ଭାଇ " । 10 ଟଙ୍କା ଦିଅନ୍ତୁ। ବିରାଜ ପଛ ପକେଟରୁ ମନିପର୍ସ କାଢୁଥାଏ । ଡ୍ରାଇଭର ଜଣଙ୍କ କହିଲେ ଶିଘ୍ର ଦିଅନ୍ତୁ ମୋର ଅନ୍ୟ କାମ ଅଛି । 

        ହେଲେ ବିରାଜ ନମ୍ର ସ୍ବରରେ କହିଲା - "ରେଜା ନାହିଁ ଭାଇ" । 500 ଟଙ୍କିଆ ଦେଲେ ଚଳିବ । କାରଣ ତା ମନିପର୍ସରେ ଥିଲା 4 ଖଣ୍ଡ 500 ଟଙ୍କିଆ ନୋଟ । 

         

      ମନେମନେ ନିଜକୁ ଛୋଟ ମନେ କରୁଥାଏ ବିରାଜ । କାରଣ ଏତେ ଯୁକ୍ତିତର୍କ ପରେ ସେ ଅଟୋରେ ଆସିଥିଲା ଆଉ ଡ୍ରାଇଭରକୁ ଭଡା ଦେଇ ପାରିଲାନି । 

   

     ଜଳଜଳ ହୋଇ ଚାହିଁଥାଏ ବିରାଜକୁ ସେଇ ଡ୍ରାଇଭର ଜଣଙ୍କ । ଆଉ ଧିର ସ୍ବରରେ କହିଲେ - "ଯାଅ ଭାଇ ଏମିତି ହୁଏ "। ବିରାଜ ମନେମନେ ନିଜକୁ ଯେତେ ନିନ୍ଦୁଥିଲା ଅଧିକ ଭାବୁଥିଲା ଅଟୋ ଡ୍ରାଇଭରଙ୍କର ସରଳ ମାନବିକତା ପୂର୍ଣ୍ଣ ବ୍ୟକ୍ତିତ୍ବକୁ ।

 ପ୍ରସନଜିତ ସାହୁ

ମହିଷାମୁଣ୍ଡା, ନାଉଗାଁ ହାଟ, ଜଗତସିଂହପୁର 

ଫୋନ - 7377663400,9938958672


Rate this content
Log in

Similar oriya story from Inspirational