Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Abanindra Ojha

Romance Thriller

3.4  

Abanindra Ojha

Romance Thriller

ଆଇ ଲଭ ୟୁ

ଆଇ ଲଭ ୟୁ

1 min
42


ଅବନୀ ଭୂବନେଶ୍ଵର ଯାଉଥାଏ ବୋଲି ସ୍ନିଗ୍ଧାକୁ ଦେଖା କରିବା ପାଇଁ ଆସିଥାଏ ହନୁମାନ ବାଟିକାକୁ । ପ୍ରାୟ ଘଣ୍ଟାଟେ କଥାବାର୍ତ୍ତା ହେଲା ପରେ ଅବନୀ ଜଗନ୍ନାଥଙ୍କୁ ଦର୍ଶନ କରି ଭୂବନେଶ୍ଵର ଅଭିମୁଖେ ବାହାରିଯାଏ । ହେଲେ ତା' ମୁଖ ମଣ୍ଡଳରୁ ଜଣା ପଡ଼ୁଥାଏ ତା' ମନ ଟା ଦୁଃଖ ଥାଏ ।

ସ୍ନିଗ୍ଧା ସାଙ୍ଗ ସୋନିଆ ପଚାରେ ତାକୁ, ଅବନୀ ମନକୁ ସୁଖେଇକି ଗଲା ଯେ ଭୂବନେଶ୍ଵର ? ତୁ ତା'କୁ କିଛି କହିଲୁ କି ? ସୋନିଆର କଥାଟାକୁ ହସରେ ଉଡ଼େଇଦିଏ ସ୍ନିଗ୍ଧା । ଆଉ କହେ ଡେରି ହେଲାଣି ଚାଲେ ଘରକୁ ଯିବା ।

ଦଶ ବର୍ଷ ହେଲାଣି ସ୍ନିଗ୍ଧା କଥା କହି ପାରୁନି । ଆଉ ସେପଟେ ଅବନୀ କୋମାକୁ ପଳେଇଛି । ନା କିଛି ଶୁଣି ପାରୁଛି ନା କିଛି କହି ପାରୁଛି । ଆଉ ସେପଟେ ସ୍ନିଗ୍ଧା ସବୁ ଶୁଣୁଛି ଦେଖୁଛି ହେଲେ କିଛି କହି ପାରୁନି ।

ଦଶ ବର୍ଷ ପୂର୍ବେ ଭୂବନେଶ୍ଵର ଯିବା ପୂର୍ବରୁ ଅବନୀ ସ୍ନିଗ୍ଧାକୁ ଆଇ ଲଭ ୟୁ କହିଥିଲା ଆଉ ପ୍ରତି ଉତ୍ତରରେ ସେ ମଧ୍ୟ ତା' ମୁହଁରୁ ଶୁଣିବାକୁ ଚାହୁଁ ଥିଲା ଆଇ ଲଭ ୟୁ । ହେଲେ ସ୍ନିଗ୍ଧା ମଜାରେ ମଜାରେ କହିଥିଲା କହିବିନି ତମକୁ ।

କିଏ ଜାଣି ଥିଲା ଭୂବନେଶ୍ଵର ଯାଇଥିବା ଅବନୀ କୋମାରେ ଫେରିବ ରାଉରକେଲାକୁ ଆଉ ସ୍ନିଗ୍ଧା ଅବନୀର ଏ ଅବସ୍ଥାକୁ ଦେଖି ଆଜୀବନ ମୂକ ପାଲଟିଯିବ ।

ସତରେ କ'ଣ ଆଉ କେବେବି ଦୁହେଁ ଦୁହିଁଙ୍କୁ ଆଇ ଲଭ ୟୁ କହି ପାରିବେନି ?


Rate this content
Log in

More oriya story from Abanindra Ojha

Similar oriya story from Romance