jyotsna mayee panda

Tragedy

4  

jyotsna mayee panda

Tragedy

ଆହାର

ଆହାର

3 mins
182


ଦିନ ଦିଟା ହେବାକୁ ଆସିଲାଣି... ଓଃ କି ଅସହ୍ୟ ଗରମ l ଗତକାଲି ରାତିରେ ଝଡରେ ଘରର ପାଲ ସବୁ କୁଆଡେ ଉଡେଇ ନେଲା ଯେ ସୂର୍ଯ୍ୟଙ୍କର ପ୍ରଖର କିରଣରେ ପୁରା ଘରଟା ତାୱା ପରି ତାତି ଯାଉଛି l ବୁଢ଼ୀ ଆଉ ଲିନୁ ଏତେ ବେଳ ଯାଇଁ କୁଆଡେ ଗଲେ ଯେ ଆସିଲେନି l ଦି ଗଣ୍ଡା ଭାତ ପାଇଁ ଆଜି କେତେ ଯେ ଲୋକଙ୍କ ଆଗରେ ହାତ ପତାଇବାକୁ ପଡୁଛି l ମାଆ ଝିଅ ଦୁହେଁ ଭୋକ ଉପାସରେ ପଡ଼ିଛୁ l ବଢିଲା ଝୁଅ ....... ସମସ୍ତଙ୍କ ଆଖିର ଭୋକ...... କଣ କରିବି 

କୁଆଡେ ନେଇକି ଯିବି... ଏମିତି କେତେ କଥା ଭାବୁଥାଏ ଅନୁପମା l ଘର ବାହାରୁ ଡାକ ଶୁଭିଲା... ଆଲୋ ଅନୁ କୁଆଡେ ଗଲୁ.. ବା l ଆଜି ସେଇ ବଡ଼ବାବୁମାନେ ଭାତ ଆଣିଥିଲେ ଯେ ଆମେ ଗଲାବେଳକୁ ସବୁ ସରିଯାଇଥିଲା l ଳିନୁ (ସାନ ଝିଅ) ପାଇଁ ଏ ଭାତ ଚାଖଣ୍ଡକୁ ଆଉ ଡାଲମା ଟିକେ..... ମିଳିଲା... ଖୁବ କଷ୍ଟରେ ସେଥିପାଇଁ...... ଆଣିଦେଇଛି l କହିଲେ ଆଜି ସରିଗଲା ବୁଢୀମା କାଲି ଆସିବ l 

         

        ଗତ ଛଅ ମାସ ଆଗୁରୁ ଏଠାରେ କାମ ନ ମିଳିବାରୁ ଶଙ୍କରଟl ସ୍ତ୍ରୀ ଓ ଛୁଆପିଲାଙ୍କୁ ଛାଡି ଗୁଜୁରାଟ ଯାଇଥିଲା l କୋଉ ଗୋଟେ କମ୍ପାନୀରେ କାମ କରିବାପାଇଁ... ଆଉ ଏବେ ସେ ବିନା ପଇସାରେ କରୋନା ପାଇଁ ଚାଲି ଚାଲି ଆସିଛି.... ଆଉ ଡାକ୍ତରଙ୍କର ପରାମର୍ଶରେ ଏବେ ଘରେ ନ ରହି ସଙ୍ଗରୋଧ ଗୃହକୁ ରହିବାକୁ ଯାଇଛି l

       ମାଲିକ ତେଣେ ପଇସା ଦେଲନି, ଘରେ ଖାଇବାକୁ ଦାନା ନାହିଁ l ବଡ ଝିଅକୁ ମିଶେଇଲେ ଚାରିଜଣ l ଛୁଆଟାକୁ ଜର ହେଲା ଯେ ଚାଉଳ କାର୍ଡଟା ବି ବନ୍ଧା ପଡିଛି ମହାଜନ ପାଖରେ.... ଗଲା ବର୍ଷରୁ ଆଉ ମୁକୁଳାଇ ପାରିନି.........ଆଉ ସେ ସରକାର ସହାୟତା ପାଇବି କିପରି ???? ଅନ୍ୟ ଘରେ ବାସନ ମାଜି ବୁଢ଼ୀ ଆଉ ଦି ଛୁଆଙ୍କର ମୁହଁରେ ଦାନା ଟିକେ ଦେଇପାରୁଥିଲା l ହେଲେ ଏ କରୋନା ସବୁ କିଛି ଛଡେଇ ନେଲା ଆମ ଗରିବ ହାତରୁ l କରୋନା ହେବା ଦିନଠୁଁ ମାଲିକମାନେ ଆଉ ବାସନ ମାଜିବାକୁ ବି ମନା କରିଦେଲେ l

        ଏବେ କଣ କରିବ ସେ, ମୁନ୍ସିପାଲଟି ଵାଲା ଭାତ ବାଣ୍ଟୁଛନ୍ତି ଯେ କେବେ ମିଳୁଛି ତ କେବେ ସରିଯାଇଛି l ଯାହା ଟିକେ ଭାତ ମିଳିଲା ତାକୁ ଲିନୁକୁ ଖୁଆଇଦେଲା ଅନୁ l ଆଉ ତିନି ଜଣଯାକ ପାଣି ପିଇ ଶୋଇ ପଡିଲେ ସେ ନୁଖୁରା ସପ ଉପରେ l ହଠାତ କିଏ ଟିଣ କବାଟଟାକୁ ଜୋରରେ ପିଟିଲା..... ଅନୁ କବାଟ ଖୋଲି ଦେଖିଲା କେତେଟା ପୁଡିଆ ଧରି ଠିଆ ହୋଇଛନ୍ତି ଚାରି ଜଣ ବାବୁ ତା ଘର ସାମ୍ମନା ରେ.... ଭୋକିଲା ପେଟ ଆଉ ଶୁଖିଲା ଆଶାରେ ଯେମିତି ପ୍ରାଣ ସଂଚାର ହେଲା... ଅନୁକୁ ସାଙ୍ଗେ ସାଙ୍ଗେ ଦୁଇ ତିନିଟା ପୁଡିଆ ଧରାଇ ଦେଲେ ବାବୁମାନେ l ଜଣେ ବାବୁ କହିଲେ ମାଡାମ ଟିକେ ଛିଡା ହେବେ l ଅନୁ ଚମକି ପଡିଲା, ଆଉ କହିଲା କାହିଁକି..... 

ବାବୁ ଜଣକ କହିଲେ ଆମେ ଆପଣ ଆଉ ଏ ଝିଅର ଗୋଟେ ଫୋଟ ନେବୁ.... ବଡ଼ଝିଅ ବି ପଟକିନା ପୁଡ଼ିଆଟା ରଖିଦେଇ ଚାଲିଗଲା l ଅନୁ କହିଲା -"ଧନ୍ୟବାଦ ବାବୁ ଏ ସବୁ ନେବାକୁ ଆମ ବିବେକ ମନା କରୁଛି ଆମେ ଆମ ସ୍ୱାଭିମାନକୁ ବିକି ପାରିବୁନି l ଏତେ ବଡ଼ ଝିଅଟାର ଫୋଟୋ ନେବ ଆଉ ଖବର କାଗଜରେ ଫୋଟୋ ଛପିବ.... ନିଜେ ବଦାନ୍ୟ ବ୍ୟକ୍ତି ପାଲଟି ଯିବ ଆଉ ଆମ ଗରିବିର ମଜାକ ଉଡେଇବ.. ମୋର ଦରକାର ନାଇଁ ଏ ସବୁ ବାବୁ l ନିଅନ୍ତୁ ଆଉ କୋଉ ଅଭାବୀକୁ ଦେଇ ଫଟୋ ନେବେ... ଏବେ ବାବୁମାନଙ୍କ ମୁହଁ ଶୁଖିଗଲା ଆଉ ସେ ପୁଡିଆ ଧରି ଫେରି ଆସିଲେ ତାଙ୍କ ଗାଡି ପାଖକୁ...... l

ସତରେ ଏ ଦlରିଦ୍ର୍ୟତା ପ୍ରତି ସହାୟତା ନା ଉପହାସ l ଜଣକୁ ସାହାଯ୍ୟ କରି ନିଜ ଆତ୍ମବଡ଼ିମାର ପରିପ୍ରକାଶ କଣ ନିହାତି ଜରୁରୀ??? ସହାୟତାର ହାତ ବଢ଼େଇ ନିଜେ ପ୍ରଶଂସା ସାଉଁଟିବା କଣ ମାନବିକତାର ପରିଚୟ???..........  ହିନ୍ଦୀରେ ଗୋଟେ କଥା ଅଛି. 

"ମାଙ୍ଗୋ ଉସେ ଜୋ ଦେ ଖୁସି ସେ.. ନା କହେ କିସି ସେ "ବାସ୍ତବରେ ଏହା ହିଁ ସତ ll

        ... 



Rate this content
Log in

Similar oriya story from Tragedy