ଆବେଗ
ଆବେଗ
ଆରେ ମୁଁ ଏଯାଏ ଭୁଲିନିତ ..! ତୁମର ଆସିବାର ଥିଲା, ଗଲାବର୍ଷ ପରି ଏବର୍ଷ ବି ଅପେକ୍ଷାରେ ମୁଁ । ରତ୍ନନିଗିରିରୁ ଫେରୁଥିବା ସମୟରେ ଦେଖିଲି ବହୁତ ସୁନ୍ଦର ସୁନ୍ଦର ଦୀପ ପସରା ଧରି ବସିଥିଲେ ସେ ମାଉସୀ ଜଣକ, କାହିଁକି କେଜାଣି ତୁମକଥା ବହୁତ ମନେପଡିଲା ।
କାହିଁକି ଜାଣ ଆଜି ଜାଗର ...ସବୁବର୍ଷ ପରି ଏ ବର୍ଷ ଜାଗରରେ ତୁମସହ ବସି ଦୀପ ଜାଳିବାକୁ ..୨ଟି ବଡ ଦୀପ କିଣି ଫେରୁ ଫେରୁ ଡେରିହେଲା । ମୋର ଜଣେ ବାନ୍ଧବୀ ସହ ଦେଖାହୋଇ ଫେରି ଆସିବି ଭାବି ଫୁଲ ନଖରାରେ ଅଟକିଗଲି । ତାଙ୍କ ଘରକୁ ଗଲି ଦେଖିଲି ଦୁଆରେ ତାଲା ପଡିଛି । ପଡିଶା ଘରୁ ଜାଣିଲିକି ତାଙ୍କ ପାପାଙ୍କ ଅସୁସ୍ଥାତା ବଶତଃ ସେ ହସପିଟାଲ ଗଲେ । ବ୍ଯସ୍ତତା ବଢିଗଲା ମୋର । ହସ୍ପିଟାଲ ପାଖରେ ପହଁଚି ଜାଣିଲି ତାଙ୍କ ପାପା ଟିକେ ସୁସ୍ଥ ଅଛନ୍ତି ।
ଭୁବନେଶ୍ବର ଆସିବି, ସେତେବେଳକୁ ପ୍ରାୟ ହାତ ଘଡିରେ ୧୦ଟା ବାଜି ଯାଇଥିଲା । ଗାଡି ନାହିଁ, ଅପେକ୍ଷାର ଶଷ ହେଲାନି । ଏମିତି ରାତି ୧୨ଟାରେ ପୁଣି ହସପିଟାଲ ଫେରିଲି ସକାଳ ନହଉଣୁ ଷ୍ଟାଣ୍ଡ ମାଡି ଆସି ଫାଷ୍ଟ ଗାଡିରେ ଟିକେଟ୍ କରି ପଛ ସିଟ୍ ରେ ବସି ଷ୍ଟୋରୀ ବହିଟେ ଧରିନେଲି । କାରଣ ଆଗ ସିଟ୍ ରେ ରୁମାଲ୍ ଆଉ ଖବର କାଗଜରେ ରିଜର୍ବର ବଧାଥିଲା । କିଛି ସମୟ ବ୍ୟବଧାନ ...ଗାଡି ଛାଡିବ କହି କଣ୍ଡକ୍ଟଟର ସତର୍କ କରିଦେଲେ ।
କିଛି ସମୟ ପରେ ଚିନାବାଦମ୍.... ଚିନାବାଦାମ୍ ଡାକଶୁଣି ଚାହିଁଲି । ଗାଡିଟା ଜାଗର ଛୁଟି ଯୋଗୁଁ ବହୁତ ଗହଳି ଥିବାରୁ ସେ ଚିନାବାଦାମ ବାଲା ଦିଶୁନଥାଏ ।ଚିନାବାଦାମ ଦେବ କହିଲି, ସେ ପୁଡିଆଟେ ବଢାଇଲା, ମୋ ହାତ କିନ୍ତୁ ପାଉନଥାଏ । ସେତେବେଳେ ତୁମେ ମୋତେ ସାହଯ୍ୟ କରିବାକୁ ଯାଇ ସେ ପୁଡିଆଟିକୁ ମୋହାତକୁ ବଢାଇଲ ପଛକୁ ବୁଲି ପଡି । ତୁମେ ବସିଥିଲ ଠିକ୍ ମୋ ଆଗର ଆଗ ସିଟ୍ ରେ ...ତୁମ ସ୍ବାମୀଙ୍କ ସହ ବୋଧେ । କିନ୍ତୁ ତୁମକୁ ଦେଖିଲି ତୁମେ ମୋତେ ବହୁତ ଶ୍ରଦ୍ଧାରେ ସାହାଯ୍ୟ କରୁଛ । କେବଳ ତୁମକୁ ଦେବାକୁ ମୋପାଖରେ ଥିବା ଧନ୍ୟବାଦ ଟିକକ ବି ଦେଇପାରିଲିନି । ଯାହା ଅନ୍ୟ କେହି ହୋଇଥିଲେବି
ଦେଇ ହୋଇଥାଆନ୍ତା ।
ଏବେବି ତୁମ ହାତ ଛୁଇଁଥିବା ସେ ପୁଡିଆଟି ତାର ନିଖୁଣତା ବଜାଇ ରଖିଛି । ମୁଁ ସେ ପୁଡିଆଟିକୁ କେବେବି ନଷ୍ଟ କରିବିନି ମ.... କେହି ଯଦି ପଚାରେ ମୁଁ କହିବି ଆଜି ଜାଗର ମୁଁ ଭୁଲିଯାଇଥିଲି ମୋର ଦୀପ ଜାଳିବାର ଅଛି ବୋଲି ।
ଏବେ ବୋଧେ ତୁମେ ତୁମ ଗାଁ ମନ୍ଦିରରେ ବସିଥିବ ତୁମ ସ୍ବାମୀଙ୍କ ସହିତ ଆଉ ଜାଳୁଥିବ ଗୋଟିଏ ବଡ ଦୀପ । ତୁମ ମନରେ ଥିବ ଆନନ୍ଦ ଭରିରହିଥିବା ଆବେଗ । ତୁମ ହାତରେ ଥିବ ଦୀପ ତେଜୁଥିବା କାଠି ଖଣ୍ଡେ । ତୁମ ମଥାକୁ ତୁମ ପଣତଟା ଘୋଡେଇ ଦେଇ ଥିବ । ତୁମ ଦୀପ ଥିବ ଗୁଆଘିଅରେ ପୂର୍ଣ୍ଣ ତୁମ ଦୀପ ତଳେ ଚାଉଳ କି ଧଳା ଧାନ ଅବା ଗୋବର ଥିବ, ହେଲେ ମୋ ଦୀପ ମୁଁ ଆଜି ମନ୍ଦିରରେ ଜାଳୁନି... ୨ଟା ଯାକ ଯାହା ତୁମର ଗୋଟେ ଆଉ ମୋର ଗୋଟେ କେବଳ ଧରିଛି ଆଉ ମନ୍ଦିରରେ ଜଗି ବସିଛି ...!

