Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Sahu

Inspirational

3  

Niranjan Sahu

Inspirational

ଯୁଗାନ୍ତ ତଥ୍ୟ

ଯୁଗାନ୍ତ ତଥ୍ୟ

1 min
39



ପରିବାରରେ ସମସ୍ତ ସଦସ୍ୟ        

   ମାଆକୁ ହିଁ ଭଲ ପାଆନ୍ତି

ପରିବାରରେ ସମସ୍ତ ସଦସ୍ୟ

   ବାପାଙ୍କୁ ସମସ୍ତେ ଡରନ୍ତି


ମାଆ ଟିଏ ସିନା ଘରକୁ ସମ୍ଭାଳେ

      ବାପା ସମ୍ଭାଳନ୍ତି ବାହାର

ମାଆଟିଏ ସିନା ରାନ୍ଧି ପରସନ୍ତି

    ବାପା ଯୋଗାଅନ୍ତି ଆହାର,


ମାଆ ଟିଏ ସିନା ସ୍ନେହ ଦେଇଥାନ୍ତି

      ବାପା ଦେଇଥାନ୍ତି ସଂସ୍କାର

ମାଆ ଟିଏ ସିନା ମମତା ବାଟନ୍ତି

      ବାପା ରଖିଥାନ୍ତି ନଜର,


ଆମ ଜୀବନ କୁ ଗଢ଼ିବା ପାଇଁ

       ଦୁହିଁ ଙ୍କର ଅବଦାନ

କିଏ ବଡ଼ ନୁହେଁ କିଏ ସାନ ନୁହେଁ

     ବାପା ମାଆ ଦୁହେଁ ସମାନ,....


ବାପା ମାଆ ଦୁହେଁ ଚଳନ୍ତି ଠାକୁର

       ଏହାହିଁ ତ୍ରିବାର ସତ୍ୟ

ସତ୍ୟ ତ୍ରେତୟା ଦ୍ଵାପର କଳିର

       ଏହାହିଁ ଯୁଗାନ୍ତ ତଥ୍ୟ.......।


Rate this content
Log in

Similar oriya poem from Inspirational