"ଯନ୍ତ୍ରଣା କାହାର!!!"
"ଯନ୍ତ୍ରଣା କାହାର!!!"
ତମେ ଶଯ୍ୟାଶାୟୀ
ନିଶ୍ଚଳ ଆଉ ନିରବ
କିନ୍ତୁ ମୁଁ ପ୍ରତିକ୍ଷଣ ଜଳୁଛି
ଖାଲି ତୁମ ଚିନ୍ତାରେ ଆଉ ତୁମ ଚିନ୍ତାରେ ।।
ନା ଶୋଇ ପାରୁଛି
ନା ବସି ପାରୁଛି
ନା ହସି ପାରୁଛି
ନା କାନ୍ଦି ପାରୁଛି।।
ଗୁଡାଏ ଚାପ ଭିତରେ
ସତେ ଚାପି ହୋଇ ଯାଇଛି,
କ୍ଷୀଣ ଆଶାଟିକକ ମୋର
ବାସ ସମ୍ବଳ
ତମେ ମିଞ୍ଜିମିଞ୍ଜି ହୋଇ
ଜଳ ପଛେ ଲିଭି ନ ଯାଅ
ସେଇ ଆଲୁଅ ବି
ମୋ ପାଇଁ ଜହ୍ନ ଆଲୁଅ ଠାରୁ
କମ ନୁହେଁ,
ତମ କିରଣର ଶୀତଳତା
ମୋତେ ବହୁତ ଶାନ୍ତି ଦେବ।
ସତରେ ତମର ସେଇ
ପ୍ରତିଟି କଥା,ଉପଦେଶ
ରାଗ ମିଶା ତାଗିଦ
ଆଜି ବି ମୋତେ
କିଛି ଭୁଲ କରିବା ଆଗରୁ
ବାରମ୍ବାର ଚିନ୍ତା କରିବାକୁ
ବାଧ୍ୟ କରେ।
ଯଦି ସେଇ ମଣିଷଟା
ଆଜି ନିରବି ଯାଏ,
ତାହାଲେ କୁହ
ଯନ୍ତ୍ରଣା କାହାର!!!
ତମର ନା ମୋର।।