STORYMIRROR

Ashutosh Swain

Inspirational Others Children

3  

Ashutosh Swain

Inspirational Others Children

ଉତ୍କଳ ଗୌରବ ମଧୂସୁଦନ

ଉତ୍କଳ ଗୌରବ ମଧୂସୁଦନ

1 min
124

କଟକ ଜିଲ୍ଲାର ସତ୍ୟଭାମାପୁର

          ଧରିଥିଲା କୋଳେ ମଧୁବାରିଷ୍ଟର

କଟକରେ ଜନ୍ମି ଗଲେ କଲିକତା

          ଓକିଲାତି ପାଠେ ଅର୍ଜିଲେ ଦଖ୍ୟତା

ସାତ ସମୁଦ୍ର ଓ ତେର ନଈ ପାର

           ହୋଇ ବିଲାତରୁ ହେଲେ ବାରିଷ୍ଟର

ଅଧିକାଂଶ ବେଳେ ମୁଖେତାଙ୍କଭାଷା

           ହୃଦୟରେ ଚିନ୍ତା ଉତ୍କଳ ସମସ୍ୟା

ପୋତିଲେ ଉତ୍କଳ ସମ୍ମିଳନୀ ଗଛ

            କହିଲେ ସ୍ୱାର୍ଥକୁ କର ଭାଇ ତୁଛ

ଏକ ପ୍ରାଣ ହୋଇ ସବୁ ଭାଇଭାଇ

            ପୂରୁବ ଗୌରବ ଆଣିବା ଫେରାଇ

ଉତ୍କଳୀୟ କେବେ ନୁହେଁ ହୀନବଳ

            ଏକତା,ଅହିଂସା ଆମର ସବଳ

କୁଟୀର ଶିଳ୍ପର ପ୍ରସାରଣ ପାଇଁ

            ନିଜ ରୋଜଗାର ଦେଲେ ଉଜୁଡାଇ

କଟକରେ କଲେ ଜୋତା କାରଖାନା

            ତାରକସି କାମ ରୂପାର ଗହଣା

ଅରଜିତ ଥିଲେ ପ୍ରଚୁର ସଂପଦ

            ଶେଷ ସମୟକୁ ହୋଇଲେ ଫକଡ

କଟକରେ ଥିଲା ତାଙ୍କରି ଆଳୟ 

            ଏବେ ଶୈଳବାଳା ମହାବିଦ୍ୟାଳୟ

ଉତ୍କଳ ଗୌରବ ହେ ମଧୁସୂଦନ

            ଉତ୍କଳ ଭୂମିର ତୁମେ ସ୍ୱାଭିମାନ

ମୃତ୍ୟୁଞୟ ତୁମେ ଉତ୍କଳ ଭୁବନେ

             ସବୁ ଓଡିଆଙ୍କ ପ୍ରାଣେ ଆଉ ମନେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational