STORYMIRROR

sanghamitra mohapatra

Inspirational

3  

sanghamitra mohapatra

Inspirational

ଉଦ୍ୟମ

ଉଦ୍ୟମ

1 min
288

ଆଳସ୍ୟର ପଥ ପରିତ୍ୟାଗ କରି

ଚାଲ ଉଦ୍ୟମର ପଥେ,

ଉଦ୍ୟମରେ ହିଁ ସିଦ୍ଧି ମିଳିଥାଏ

ସଫଳତା ରହେ ସାଥେ...।।


ବିଫଳତାର ପରଶ ରେ ତୁମେ

ଭାଙ୍ଗିପଡିବନି କେବେ,

ଡରିଗଲେ ତୁମେ ଏ ଦୁନିଆଁ ରେ

ଫଳ ମିଳିବନି ତେବେ...।।


ଟିକି ଟିକି ବାଲୁକା କଣାରେ

ହୋଇଥାଏ ମରୁଭୂମି,

ଧିରେ ଧିରେ ପରେ ସବୁ ମିଳିଥାଏ

ଲକ୍ଷ୍ୟ ତୁମ ପଦ ଚୁମି...।।


ଆଶା ହାରିବନି ମନ ଭାଙ୍ଗିବନି

କଷ୍ଟ ପଛେ ଯେତେ ଆସୁ,

ପରିଶ୍ରମ ତୁମେ ଠିକ୍ କରିଥିଲେ

ଉଦ୍ୟମ ତୁମ ହେବ ଫଳପ୍ରସୂ..।।


ମନରେ ଫୁଟାଇ ସଦଭାବନା

କରି ଈଶ୍ବରଙ୍କ ଉପାସନା,

ଭଲ ମଣିଷ ହୋଇ ଆଗେଇଯିବା

ଯାତନା ହୋଇଯିବ ଊଣା...।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from sanghamitra mohapatra

Similar oriya poem from Inspirational