ତଥାପି ମୁଁ
ତଥାପି ମୁଁ
1 min
324
ସାରା ରାତି ସାରା ଦିନ
ଜଳି ଜଳି , ତିଳ ତିଳ ହୋଇ
ଜୀବନ ସଂଗ୍ରାମ ରେ
ତଥାପି ନିରାଶାର ପଦଚିହ୍ନ
ଆଜି ବିରାଜିତ ମୋ ପଥରେ....।।
ହେଉ ପଛେ ଯନ୍ତ୍ରଣା,
ପାଏ ପଛେ ପ୍ରତାରଣା
ଦାଉ ସାଧନ୍ତୁ ପଛେ
ମୋର ଆତ୍ମୀୟ ସ୍ୱଜନ
ତଥାପି ହାରିବିନି ,
ଲଢି ଚାଲିଥିବି
ଏକା ଏକା ନିଃସଙ୍ଗ ଭାବରେ
ଅବିରତ ପ୍ରତିକୂଳ ପରିବେଶରେ...
ଯେଉଁ ଯାଏ ନ ପାଇଛି,
ମୋ ଜୀବନର ଲକ୍ଷ୍ୟ...।।
