Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Urbashi Dash

Romance Others

3  

Urbashi Dash

Romance Others

ତୁମକୁ

ତୁମକୁ

1 min
209



ତୁମେ ପରଜାପତିର ମନଟିଏ

ତୁମେ କୁସୁମରେ ଭରା ବନଟିଏ ।

ତୁମେ ଫଗୁଣରେ ମିଠା କୁହୂ ସୁର

ତୁମେ ଶ୍ରାବଣ ଆକାଶେ ବାରିଧାର ।


ତୁମେ ଶତ ନିରାଶାରେ ଆଶାଟିଏ

ତୁମେ ମୂକର ଓଠରେ ଭାଷାଟିଏ ।

ତୁମେ ଶୂନ୍ୟତା ମଧ୍ୟରେ ପୂର୍ଣ୍ଣତା

ତୁମେ ଛନ୍ଦଚପଳ ବାସ୍ତବତା ।


ତୁମେ ଚଇତର ଚଗଲା ପବନ

ତୁମେ ନୂତନ ପ୍ରଣୟର ସ୍ପନ୍ଦନ ।  

 ତୁମେ ଅବୁଝା ସପନ ମୋ ନିଦର

ତୁମେ ଅନେକ କାମନା ମୋ ହୃଦର ।


ତୁମେ ଛାଇ ଆଲୁଅର ଖେଳଟିଏ

ସବୁ ଭଲପାଇବାର ମୂଳଟିଏ ।

ତୁମ ହୃଦ-ମେଘର ମୁଁ 'ସୌଦାମିନୀ'

ତୁମ ମନ-ସରସୀର ପଙ୍କଜିନୀ ।


ତୁମଠାରୁ ବହୁ ଦୂରେ ରହିଥିବି

ତୁମକୁ ନେଇ କବିତା ଲେଖିଯିବି।

ମନ-ବୃତ୍ତ ମଝିରେ ତୁମକୁ ରଖି

ଯେତେସବୁ କବିତା ଯାଇଛି ଲେଖୁ ।


ସେହି କବିତା-ଫୁଲକୁ ଗୁନ୍ଥି ଗୁନ୍ଥି

ମାଳା ନାମ ଦେଲି ' ପ୍ରଣୟ ପ୍ରତତୀ'।

ତୁମ ହାତରେ ତାହାକୁ ଟେକିଦେଲି

ଆଶା କରିବି , ଶ୍ରଦ୍ଧାରେ ନେବ ତୋଳି।



Rate this content
Log in