Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Urbashi Dash

Others

3  

Urbashi Dash

Others

ମିଛେ କିଆଁ ପଛେ ଗୋଡାଇବ

ମିଛେ କିଆଁ ପଛେ ଗୋଡାଇବ

1 min
125


ସୁନ୍ଦର ପ୍ରକୃତି ଆମ , ସୁନ୍ଦର ଏ ଧରା

ତହିଁରେ ଅତି ସୁନ୍ଦର ଏ ମଣିଷ ପରା ।


ମଣିଷର ଅଛି ବୁଦ୍ଧି, ବିଚାର, ବିବେକ

ବିବେକ ଖଟାଇ କରେ ସୁକର୍ମ ଅନେକ।


ଯେଉଁଠାରେ ବିବେକର ପରାଜୟ ହୁଏ

ସେହି ସ୍ଥାନେ କୁକାର୍ଯ୍ୟ ତା' ଆସ୍ଥାନ ଜମାଏ ।


ବୁଦ୍ଧି ବଳେ କରେ ନର ଜ୍ଞାନ ଅରଜନ

ଜ୍ଞାନ ଯୋଗୁଁ ମିଳେ ତାକୁ ଅମାପ ସମ୍ମାନ ।


ହେଲେ ଯେଉଁଠାରେ ହୁଏ କ୍ଷୁର୍ଣ୍ଣ ଆତ୍ମସମ୍ମାନର

ଜ୍ଞାନୀ ଜନେ ସେହି ସ୍ଥାନ ବରଜନ କର ।


ବର୍ଜନ କର କୁସଙ୍ଗ, ଲୋଭ, ମୋହ ହିଂସା

ଜଗତରେ ତେବେ ଲାଭ କରିବ ପ୍ରଶଂସା ।


ପ୍ରଶଂସା ଟିକିଏ କୁହ କିଏ ବା ନ ଚାହେଁ

ପ୍ରଶଂସାରେ ସବୁ ପ୍ରାଣ ଉତଫୁଲ୍ଲିତ ହୁଏ ।


ହେଲେ)ଯୋଗ୍ୟକୁ ପ୍ରଶଂସା କର, ଅଯୋଗ୍ୟକୁ ନୁହେଁ

ଅଯୋଗ୍ୟକୁ ପରଶଂସା ଅପମାନ ପ୍ରାୟେ ।


କର୍ମ କରିଯାଅ ବନ୍ଧୁ ,ପ୍ରଶଂସା ଆପେ ହିଁ ଆସିବ

ମିଛେ କିଆଁ ପରଶଂସା ପଛେ ଗୋଡାଇବ ।


Rate this content
Log in