Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Uma sourav shankar Majhi

Romance

3  

Uma sourav shankar Majhi

Romance

ତୁମକୁ ଚିହ୍ନିବା ଆଗରୁ

ତୁମକୁ ଚିହ୍ନିବା ଆଗରୁ

1 min
6.9K


ତୁମକୁ ଚିହ୍ନିବା ଆଗରୁ

ମୁଁ ଥିଲି ସତେ ଏକ ଶୁଷ୍କ ମରୁ ଭୂଇଁ

ହୋଇ ଏକ ପ୍ରେମ ବାରି ଧାରା

ହୃଦୟର ଅଗଣାକୁ ଦେଲ ତୁମେ ଛୁଇଁ I 0 I

ତୁମକୁ ଦେଖିବା ଆଗରୁ

ସୌନ୍ଦର୍ଯ୍ୟର ଉପାସକ କେବେ ହେଁ ନଥିଲି

ପ୍ରଥମ ଚାହାଣୀ ତୁମ ଲାଗିଲା ଆପଣା

ସୃଷ୍ଟି ଚତୁର୍ଦିଗେ ସବୁ ପ୍ରଶାନ୍ତି ଦେଖିଲି l 1 l

ତୁମକୁ ବୁଝିବା ଆଗରୁ

ପ୍ରେମ ସମ୍ପର୍କରେ ମୋର ନ ଥିଲା ଧାରଣା

ଯେବେ ଚିହ୍ନି ବୁଝିଗଲି ପ୍ରେମର ସୁଆଦ

ମନ ମାନିଲାନି ସମାଜର କଟକଣା l 2 l

ତୁମକୁ ଭେଟିବା ଆଗରୁ

ସମୟର ଗତି କେବେ ମାପି ମୁଁ ନଥିଲି

ପ୍ରତୀକ୍ଷାର ପ୍ରତି କ୍ଷଣ କେତେ ମୂଲ୍ୟବାନ

ଜୀବନରେ ମୁହୂର୍ତ୍ତର ମୂଲ୍ୟ ମୁଁ ବୁଝିଲି l 3 l

ତୁମକୁ କହିବା ଆଗରୁ

ହୃଦୟର କଥା ହୃଦେ ଗୁପ୍ତ ରଖିଥିଲି

ପ୍ରେମରେ ପଡ଼ିଛି ଏହି ଅକୁହା କଥାକୁ

କହିବାକୁ କିଆଁ ଏତେ ଡେରି ମୁଁ ଯେ କଲି l 4 l

ତୁମ ପ୍ରେମେ ପଡ଼ିବା ଆଗରୁ

ଜୀବନକୁ ସମୟର ଖେଳ ଭାବୁଥିଲି

ପ୍ରେମେ ଗିରି କାନନ ଓ ସୁନୀଳ ଆକାଶେ

ତୁମ ସ୍ପର୍ଶ ନିରୋଳାର ପଣେ ହଜିଗଲି l 5 I


Rate this content
Log in

Similar oriya poem from Romance