STORYMIRROR

Rasmita Nath

Romance

3  

Rasmita Nath

Romance

ତୁମେ ଗଲା ପରେ

ତୁମେ ଗଲା ପରେ

1 min
496

ଜୀବନ ପାଲଟିଯାଇଛି ଗୋଟେ ବିବର୍ଣ୍ଣ ଇନ୍ଦ୍ରଧନୁ

ତୁମେ ଗଲା ପରେ ପରେ

ଭିଜି ଭିଜି ଯାଏ ମୋର ଅଙ୍ଗ ପ୍ରତିଅଙ୍ଗ

ତୁମ ପ୍ରତିକ୍ଷାର ରଙ୍ଗ ଛିଟାରେ ll


ଅଶ୍ରୁ ଢଳ ଢଳ ମୋର ଏଇ ନେତ୍ର ଯୁଗଳ

ଖୋଜେ ତୁମର ସେ ଅନାବିଳ ରୂପ

ଅଭିମାନ ସ୍ନାତ କୋହ ଭରା ଚିତ୍ତ

ଲୋଡ଼େ ତୁମର ସେ ମଧୁର ଆଳାପ ll


ଆଙ୍କି ହୋଇଯାଏ ପୁଣି ଭିଜା ନୟନର ଆର୍ଦ୍ର ପଲକରେ

ବିଗତ ମୁହୂର୍ତର ଛବି କେତେ

ଖୋଜି ଚାଲିଥାଏ ତୁମକୁ

ସେ ନିର୍ଜୀବ ଛବିର ତନୁରେ ତନୁରେ

କେଡେ ନିର୍ବୋଧ ମୋର ଉଦ୍ୟମ ସତେ ll


ଶୋଷି ନିଏ ହସ୍ତ ତୁମ ମୋର ଏଇ ନୟନର

ଟୋପା ଟୋପା ଲୁହର ବରଷା

ତୁମେ ରହିଅଛ କାହିଁ କେତେଦୁରେ

ଆଜି ଏ ଲୋତକ ପାଇଁ ଓଷ୍ଠ ର ପିପାସା ll


ମୋ ଜୀବନ କଠୋର ନିଦାଘେ

ଆସିଥିଲ ତୁମେ ସୁଶୀତଳ ଜ୍ୟୋତ୍ସ୍ନା ନେଇ

ଫେରିଗଲ କେଉଁ ଏକ ଅଜଣା ରାଇଜେ

ପୁନଃ ଆଗମନର ପ୍ରତିଶୃତି ଦେଇ ll


ପ୍ରତିଶୃତି ତୁମ ହୋଇପାରେ କେବେ ପ୍ରତାରଣା

କରିପାର ତୁମେ ମୋତେ କେବେବି ଉପେକ୍ଷା

ତଥାପି କରିଛି କରଥିବି ମୁଁ ଯେ

ଅପେକ୍ଷା କେବଳ ତୁମକୁ ଅପେକ୍ଷା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance