ପ୍ରକୃତ ମଣିଷ
ପ୍ରକୃତ ମଣିଷ
1 min
141
ସୌନ୍ଦର୍ଯ୍ୟ ମୟୀ ଧରଣୀ ବକ୍ଷରେ
ଦୁର୍ଲଭ ମନୁଷ୍ୟ ଜନ୍ମ
ଲକ୍ଷ ହେଉ ଏକ ନସ୍ୱର ଜୀବନେ
ହେବାକୁ ପ୍ରାପ୍ତି ବ୍ରହ୍ମ l
ଦୁଃଖ ପୂର୍ଣ୍ଣ ଏଇ ସଂସାର ସାଗରେ
ଵିନ୍ଦୁଏ ସୁଖ ପାଇଁ
ଖୋଜି ଖୋଜି ଆଜି ମାନବ ଜୀବନେ
ପଡିଛି କ୍ଲାନ୍ତ ହୋଇ l
କ୍ଷଣିକ ଜୀବନେ କ୍ଷଣକର ସୁଖ
ହୋଇଛି ଏକାନ୍ତ ଲକ୍ଷ
ସୁଖ ଅନ୍ୱେଷଣେ ପାସୋରି ଦେଇଛି
ପ୍ରକୃତ ଜୀବନ ଲକ୍ଷ l
ଅସୀମ ଆଶାର ପୂର୍ତ୍ତି ନିମନ୍ତେ
ଚେଷ୍ଟିତ ସେ ସର୍ବଦା
ଅନୀତି ଅଧର୍ମ କରିବାକୁ କେବେ
ବୋଧ କରେନାହିଁ ଦ୍ଵିଧା l
କ୍ରୋଧ ଇର୍ଷା ଦ୍ୱେଷ ଗର୍ବ ଅହଂକାର
ପୂର୍ଣ୍ଣ ତା ସାରା ଶରୀରେ
ନ ବୁଝି ପାରଇ ଦରିଦ୍ରର ଅଶ୍ରୁ
ଅନ୍ଧ ଆଜି ସେ ସ୍ୱାର୍ଥରେ l
ମନୁଷ୍ୟ ଜୀବନେ ପ୍ରକୃତ ଶାନ୍ତି
ଖୋଜି ଖୋଜି ଯେ ନିରାଶ
ଅନ୍ୟ ଅଧରୁ ଯେ ପୋଛିଦିଏ ହସ
ସେଇ କଣ ପ୍ରକୃତ ମଣିଷ l
