STORYMIRROR

Rasmita Nath

Others

3  

Rasmita Nath

Others

ବୈଶାଖୀ ବର୍ଷା

ବୈଶାଖୀ ବର୍ଷା

1 min
232

ବୈଶାଖରେ ବର୍ଷା ଆସେ

ବୈଧବ୍ୟରେ ବିବାହ ର ସୁଖ ନେଇ

ଝିପି ଝିପି ମେଘର ଟୋପା ଟୋପା ବିନ୍ଦୁରେ

ବାଜିଉଠେ ସୃଜନୀ ର ସାହାନାଇ

ଭୂମି ଯେବେ ଭିଜିଯାଏ

ଭସା ବଉଦ ର ଆର୍ଦ୍ର ଆଶ୍ଲେଷ ରେ

ଉପହସିତ ହୁଏ ନିଦାଘର ନଗ୍ନତା

ପୃଥିବୀ ର ସନ୍ତପିତ ପ୍ରାଣ

ହୋଇଉଠେ ଆଲ୍ହାଦିତା

କେଉଁ ଏକ ଅବ୍ୟକ୍ତ ଆବେଗରେ

କୋହଲା ପବନର ଧୀର ପରଶରେ

ଭରିଯାଏ ଯୌବନରେ ମାଦକତା

ଶିରି ଶିରି ପାଣି ସୁଅରେ

ଧାଡି ଧାଡି ପାଣିଫୋଟକା ମାନେ

ଅକାଳରେ ଫାଟିଯାଉଥାନ୍ତି

ଜଣେଇଦେଇ ଜୀବନର କ୍ଷଣ ଭଙ୍ଗୁରତା

ମୋହିନିଏ ମହୀକୁ ତା ନମନୀୟ ମହାନତାରେ

ଶୋଷିନେଇ ସବୁ ଶୁଷ୍କତା

ମାଟିର ମିଳନେ ମାଟିର ସୁଗନ୍ଧେ

ସୃଷ୍ଟି ହୁଏ ଶତ ନୂତନତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍