STORYMIRROR

sraddhanjali panda

Inspirational

3  

sraddhanjali panda

Inspirational

ତୁମେ ଆଉ ମୁଁ

ତୁମେ ଆଉ ମୁଁ

1 min
195


ତୁମେ

ତୁମେ ତ କୃଷ୍ଣ

ଦ୍ୱାରିକା ଅଧିପତି

ଷୋଳ ଶହସ୍ର ରାଣୀଙ୍କର ରାଜା ।।


ଆଉ ମୁଁ 

ମୁଁ ରାଧା

ଅଭାଗିନୀ ଟିଏ, 

ଯିଏ କି ନିନ୍ଦା, ଅପବାଦର 

ଜ୍ୱାଳାରେ ଦିନରାତି ଜଳୁଥାଏ ।।


ତୁମେ

 ମଦନମୋହନ

ସୁନ୍ଦର ଭିତରେ ଆହୁରି ସୁନ୍ଦର

କଳାର ଠାକୁର

ଷୋଳକଳାର ସମାହାର ।।


ଆଉ ମୁଁ

ପ୍ରେମର ଅଫେରା ପଥକୁ

ଅପେକ୍ଷା କରି କରି

ବିରହ ନଦୀରେ

ଲୁହର ବନ୍ୟା ଟିଏ ।।


ତୁମେ

ନୀଳ ପ୍ରେମୀକ

ପ୍ରେମର ଫୁଲ ରେ 

ଗୁନ୍ଥି ହେଇଥିବା ଅପୂର୍ବ

ଗଳାର ହାରଟିଏ ।।


ଆଉ ମୁଁ

ପ୍ରତାରଣାର ଆଘାତରେ

ମୂକ ପାଲଟି ଯାଇଥିବା

ରାସ୍ତା କଡର ପଥର ଟିଏ ।।


ତୁମେ

ତ୍ରିଭଙ୍ଗୀ ଠାଣିରେ 

ବିଶ୍ୱକୁ ବିମୋହିତ କରୁଥିବା

ପ୍ରେମର ପୂଜାରୀ ଟିଏ ।।


ଆଉ ମୁଁ 

ସବୁ ଦେଖି ଶୁଣି ମଧ୍ୟ

କିଛି କହି ପାରୁନଥିବା 

ଜୀଅନ୍ତା ଶବଟିଏ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational