STORYMIRROR

sraddhanjali panda

Inspirational

4  

sraddhanjali panda

Inspirational

କୁରୁକ୍ଷେତ୍ର

କୁରୁକ୍ଷେତ୍ର

1 min
256


କୁରୁକ୍ଷେତ୍ର

ଧର୍ମ,ନ୍ୟାୟ, ସତ୍ୟର ସମାହାର

ଅନ୍ୟାୟ ବିରୁଦ୍ଧରେ 

ପ୍ରତିଶୋଧ ନେବା ସମର ।।


କୁରୁକ୍ଷେତ୍ର

ଜ୍ଞାନର ଭଣ୍ଡାର

ଧର୍ମ,କର୍ମ,ଆତ୍ମ ଚିନ୍ତନ

ମାୟା ମୁକ୍ତ,

ବୈକୁଣ୍ଠ ପ୍ରାପ୍ତର ବିଚାର ।।


କୁରୁକ୍ଷେତ୍ର

ଯେଉଁ ଜ୍ଞାନ ବଳରେ

ଜନ୍ମମୃତ୍ୟୁ ଚକ୍ରରୁ

ମୁକ୍ତି ପାଇ

ପଞ୍ଚଭୂତେ ଲୀନ ହେବ

ଏ ଆତ୍ମ ଶରୀର ।।


କୁରୁକ୍ଷେତ୍ର

କୁରୁସଭା ତଳେ

ନାରୀର ଅପମାନ କରି

ଆମନ୍ତ୍ରଣ କଲେ ନିଜ ମୃତ୍ୟୁର ।।


କୁରୁକ୍ଷେତ୍ର

ପାପିଷ୍ଠ ପୁତ୍ରକୁ ଆକଟ 

ନକରି ଅଧର୍ମ ଯୁଦ୍ଧରେ 

ପ୍ରୋତ୍ସାହିତ କରିଥିଲେ

ଅନ୍ଧ ଧୃତରାଷ୍ଟ୍ର ।।


କୁରୁକ୍ଷେତ୍ର

ଜଣେ ନାରୀର କ୍ରୋଧ

ଆଖିର ଲୁହ

ଧ୍ୱଂସ କରିପାରେ 

ଶତ ଶତ କୌରବ ବଂଶଧର ।।


କୁରୁକ୍ଷେତ୍ର

ରକ୍ତମୁଖା ଭୀମ

କରେଇଥିଲା

ଜାଜ୍ଞସେନୀର

କେଶ ପ୍ରକ୍ଷାଳନ

ପାପି

ଦୁଃଶାସନ ଲହୁର ।।


କୁରୁକ୍ଷେତ୍ର

ରଚିଥିଲେ ଚକ୍ରବ୍ୟୁହ

ଚକ୍ରାନ୍ତର,

ମୁକୁଳି ନପାରି

ବୀରଗତି ପ୍ରାପ୍ତ ହେଲା

ପୁତ୍ର ଅଭିମନ୍ୟୁର ।।


କୁରୁକ୍ଷେତ୍ର

ମହା ସମର

ଅଧର୍ମ ସହିତ ଧର୍ମର,

ଧର୍ମ ଜୟ ପାଇଁ 

କୃଷ୍ଣ ମାୟାବଳେ ପାପର 

ବିନାଶ କଲା ସୁଦର୍ଶନ ଚକ୍ର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational