STORYMIRROR

Saroj Kumar Jena

Tragedy

3  

Saroj Kumar Jena

Tragedy

ତୁମ ପାଇଁ ପ୍ରିୟ ପଦେ

ତୁମ ପାଇଁ ପ୍ରିୟ ପଦେ

1 min
181

    


       ପ୍ରେମ କରି ଇତି ତୁମେ ପରା ଜିତି

          ଭୁଲିଗଲ ମୋତେ ପ୍ରିୟ ,

      ଅନ୍ୟ ସଙ୍ଗେ ପ୍ରୀତି ବଢ଼ାଇଣ ନିତି 

         ଭାଙ୍ଗିଲ ମୋର ହୃଦୟ ।୧।


     ମନର ବେଦନା ବୁଝିଲନି ସିନା 

        ହୋଇଗଲ ସ୍ୱାର୍ଥପର ,

     ମାୟା ତୁମେ କରି ମନେ ସ୍ୱାର୍ଥ ଭରି 

       ଅନ୍ୟକୁ କଲ ନିଜର ।୨।


  ଦେଇଥିଲ କହି ସାତ ଜନ୍ମ ପାଇଁ 

    କରିବାକୁ ତୁମ କାନ୍ତା, 

  ଦେଖ ଦେଖ ମୋର ନାହିଁ ଯେ ସିନ୍ଦୂର 

     ଖାଲି ପଡ଼ିଅଛି ମଥା ।୩।


 ଦେଖେ ମୁଁ ଆଇନା ନିତି ଦିନ ସିନା 

    ନେତ୍ରରୁ ଅଶ୍ରୁ ଶୁଖେନା,

ପ୍ରେମ କଲ ଚୁନା ଭରିଲ ବେଦନା 

   ନିତି କାନ୍ଦେ ତୁମ ରିନା ।୪।


ହୋଇ ପଛ ଦିନ ରହିଗଲା ଜାଣ 

   ମୋର ପ୍ରେମ ଆଜି ସ୍ମୃତି ,

ତୁମକୁ ଝୁରିଣ କରିଛି ରୋଦନ 

  କେତେ ଦିନ କେତେ ରାତି ।୫।


  ଦେଖ ଦେଖ ଆଜି ଏକା ମୁହିଁ ସାଜି 

      ରହିଲି ପରା ବାଡ଼ୁଅ ,

ଭାଙ୍ଗିଣ ହୃଦୟ ଭଲଦେଲ ରାୟ 

  ତୁମେ ପରା ସେହି ପୁଅ ।୬।


ହେଲା ସମାପନ ବିବାହ ହୋଇଣ

   ଗଢ଼ିଲ ନବ ଜୀବନ,

ଦେଇଣ ଭରସା ଭାଙ୍ଗିଦେଲ ଆଶା

  ଭାଙ୍ଗିଦେଲ ମୋର ମନ ।୭।


ଦୂରରେ ବି ଥାଇ ତୁମ ସୁଖ ପାଇଁ 

   ନିଇତି ଢାଳେ ପ୍ରଣତି ,

ସୁଖ ଭରି ଯାଉ ଦୁଃଖ ଦୂର ହେଉ 

  ତୁମେ ହୁଅ ନିତି ଶାନ୍ତି ।୮।

...............................................

ଜୟ ଜଗନ୍ନାଥ , ଜୟ ଶିବ ଶମ୍ଭୁ ,ଜୟ ମାଆ ଭଟ୍ଟାରିକା 


    



    



        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy