Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Monalisa Das

Tragedy Others

4  

Monalisa Das

Tragedy Others

ତୁମ ମାଉନି

ତୁମ ମାଉନି

1 min
300


ଶୁଣିବିନି ଆଉ ମାଉନି ନାମ ଟି,

ସତେ ଅବା ଆଉ କିଏ ମତେ ଡାକିବ

ଭାରି ମିଠା ଲାଗେ ମାଉନି ଡାକିଲେ,

ଥରେ ତା' ପାଟିରୁ ଶୁଣି ଦେଲେ l

ସ୍କୁଲ ଛୁଟି ହେଲେ ଘରକୁ ଯେବେ ମୁଁ ଯାଏ,

ଶାନ୍ତି ମା ମୋର ମାଉନି ମାଉନି ଡାକି

ଧାଇଁ ମୋ ପାଶେ ଆସେ l

ଛୋଟ ବେଳେ କେତେ ମିଠା ଖଟା ଆଣି

ଶରଧା ରେ ଖୋଇ ଦିଏ,

ନ ଖାଇ ଅଝଟ କରଇ ବୋଲି ମୁଁ

ମାଉନି ଡାକେ ସିଏ l

ଆଜି ଦୂରେ ବହୁଦୂରେ ଛାଡି ଚାଲିଗଲୁ ମତେ,

କାହା ପାଖେ ଆଜି ଅଝଟ କରିବି ମୁଁ ସତେ l

ମାଉନି ତୋର ଆଜି ଅଝଟ କରୁଛି କାଳିଆର ପାଶେ,

ତୋର ଅମର ଆତ୍ମା ର ଶାନ୍ତି ଓ ସତଗତି ନିମନ୍ତେ l


Rate this content
Log in

Similar oriya poem from Tragedy