STORYMIRROR

Monalisa Das

Others

3  

Monalisa Das

Others

ତୁମ ମାଉନି

ତୁମ ମାଉନି

1 min
201

ଶୁଣିବନି ଆଉ ମାଉନି ନାମଟି,

ସତେ ଅବା ଆଉ ମୋତେ କିଏ ଡ଼ାକିବା 

ଭାରି ମିଠା ଲାଗେ ମାଉନି ଡାକିଲେ,

ଥରେ ତ ପାଟିରୁ ଶୁଣି ଦେଲେ l

ସ୍କୁଲ ଛୁଟି ହେଲେ ଘରକୁ ଯେବେ ମୁଁ ଯାଏ,

ଶାନ୍ତି ମା ମୋର ମାଉନି ମାଉନି ଡାକି ଧାଇଁ ମୋ ପାଶେ ଆସେ l

ଛୋଟ ବେଳେ କେତେ ମିଠା ଖଟା ଆଣି ଶରଧାରେ ଖୋଇ ଦିଏ,

ନ ଖାଇ ଅଝଟ କରଇ ବୋଲି ମୁଁ ମାଉନି ଡାକେ ସିଏ l

ଆଜି ଦୂରେ ବହୁଦୂରେ ଛାଡି ଚାଲିଗଲୁ ମତେ,

କାହା ପାଖେ ଆଜି ଅଝଟ କରିବି ମୁଁ ସତେ l

ମାଉନି ତୋର ଆଜି ଅଝଟ କରୁଛି କାଳିଆର ପାଶେ,

ତୋର ଅମର ଆତ୍ମାର ଶାନ୍ତି ଓ ସଦ୍ଗତି ନିମନ୍ତେ l



Rate this content
Log in