STORYMIRROR

Storymirror Odia

Classics

3  

Storymirror Odia

Classics

ଟୁପୁର୍ ଟୁପୁର୍ ବରଷା ପାନି

ଟୁପୁର୍ ଟୁପୁର୍ ବରଷା ପାନି

1 min
375

ଟୁପୁର୍ ଟୁପୁର୍ ବରଷା ପାନି

କେନ୍ ଲ ତୁଇ ଲୁକିଛୁ ନନି

ଆ ରେ ଛନେ ଆ,

ଝିପିର୍ ଝିପିର୍ ପାଏନ୍ ବରଷା

ତକେ ମୁଇଁ କରିଛେଁ ଆଶା

ଭିଜେଇ ଦେ ତୋର ଭାବର ଧାରେ

ମୋର ଭାବ ବୁଝି ଯାଆ


ଘୁଡ଼ ଘୁଡ଼ ଘୁଡ଼୍ ମେଁଘର ବଜା

ତାକ୍ ଦୁଲ୍ ଦୁଲ୍ ହେଇଛେ ସଜା

ଚକ୍ ମକ୍ କରେ ବିଜଲି ରାନି

ହେଲା କାଏଁ ଫଟ୍ କରା,

ତୋର ମନକେ ମୋର ମନକେ

ବିହା କରାମା ହେଲାନେ ବେଲ୍

କରେଇଦେମା ପୀରତି ଖେଲ୍

ଲଗେଇ ଦେମା ରାସର ଲୀଲା

ଧାଂଗରୀ ସଂଗେ ଧଂଗରା


ଟୁବ୍ ଟୁବ୍ ଟୁବ୍ _ପେନ୍ ଫୁଟକା

ଦୁନିଆଁ ଜାନେ କାଏଁଟା ଲୁକା

ନାଚି ଯାଏସି ମନ,

ଆ ସଜନି, ମନର ରାନି

ନାଇଁ ହ ଆରୁ ତୁଇ ଗୁମାନି

ସବୁ ଜାନିକରି ନେଇଁ ତୋ ଜାନି

କେତେ ଲୁକାସୁ ହଏ ରେ ନନି

ନାଇଁ ରହେ କିଛି ପନ


ସର୍ ସର୍ କରେ ହୁରିଆ ଧୁକା

ଭାବ୍-ଦେଖୁ ସେ ଦେଖେ ମଉକା

ଦେହେକେ ମୋର ଦେସି ଶୀତଲେଇ

ଆନିକରି ତୋର ସୋର,

ଉଧଲି ଯାଏସି ପାଗଲା ମନ

ଭାବିକରି ତକେ ଜୀବର ଧନ

ଉଛଲି ଯାଏସି ସମୁଁଦର ପାନି

କେତନିକେତେ ସୁରତା ସାନି

ଚହଲେଇ ଦେସି ଜୋର୍


ଟୁପୁର୍ ଟୁପୁର୍ ବରଷା ପାନି

ଝୁପୁର୍ ଝୁପୁର୍ ଭାବର ରାନି

ସୁଟୁର୍ ପୁଟୁର୍ କଥା ହେମା ଗା

ଆ ରେ ମନକେ ଜାନି



Rate this content
Log in

Similar oriya poem from Classics